ଭାବିନୀପୁରରେ ୪୦୬ ଲକ୍ଷପତି ଦିଦି; ମହିଳା ଉଦ୍ୟୋଗିତାରେ ନୂଆ ପରିଚୟ ସ୍ଥାନୀୟ ଦକ୍ଷତାକୁ ଜୀବିକାରେ ପରିଣତ କରି ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରୁଛନ୍ତି ମହିଳା

Aug 23, 2026 - 21:58
 0  3
ଭାବିନୀପୁରରେ ୪୦୬ ଲକ୍ଷପତି ଦିଦି; ମହିଳା ଉଦ୍ୟୋଗିତାରେ ନୂଆ ପରିଚୟ ସ୍ଥାନୀୟ ଦକ୍ଷତାକୁ ଜୀବିକାରେ ପରିଣତ କରି ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରୁଛନ୍ତି ମହିଳା
ଭାବିନୀପୁରରେ ୪୦୬ ଲକ୍ଷପତି ଦିଦି; ମହିଳା ଉଦ୍ୟୋଗିତାରେ ନୂଆ ପରିଚୟ ସ୍ଥାନୀୟ ଦକ୍ଷତାକୁ ଜୀବିକାରେ ପରିଣତ କରି ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରୁଛନ୍ତି ମହିଳା

ତିନିଦିନିଆ ମଲ୍ଟିମିଡିଆ ପ୍ରଦର୍ଶନୀ ଉଦଯାପିତ ।

ଭାବିନୀପୁରରେ ୪୦୬ ଲକ୍ଷପତି ଦିଦି; ମହିଳା ଉଦ୍ୟୋଗିତାରେ ନୂଆ ପରିଚୟ

ସ୍ଥାନୀୟ ଦକ୍ଷତାକୁ ଜୀବିକାରେ ପରିଣତ କରି ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରୁଛନ୍ତି ମହିଳା

ବ୍ରହ୍ମପୁର, ୨୩ ଅଗଷ୍ଟ ୨୦୨୬ ( ଜାଗୃତି ଖବର ) : ଭାବିନୀପୁରରେ ଏବେ ୪୦୬ ଜଣ ମହିଳା ଲକ୍ଷପତି ଦିଦି ହୋଇଥିବାବେଳେ ଏହି ସଂଖ୍ୟା ନିରନ୍ତର ବଢ଼ୁଛି। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମିକ୍ସଚର, ପାପଡ଼, ଆଚାର, କାଗଜ ଥାଳି ତିଆରି ଓ ଖାଦ୍ୟ ଯୋଗାଣ ଭଳି ବିଭିନ୍ନ କାର୍ଯ୍ୟ ମାଧ୍ୟମରେ ନିଜ ଦକ୍ଷତାକୁ ଆୟର ଉତ୍ସରେ ପରିଣତ କରୁଛନ୍ତି।

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଭାବିନୀପୁରରେ ଆୟୋଜିତ ତିନିଦିନିଆ ମଲ୍ଟିମିଡିଆ ପ୍ରଦର୍ଶନୀର ଉଦଯାପନୀ ସମାରୋହରେ ମହିଳାଙ୍କ ଏହି ସଫଳତା ଓ ସ୍ଥାନୀୟ ବିକାଶ ଉପରେ ଆଲୋଚନା କରାଯାଇଥିଲା।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ଡ. ଜୟନ୍ତ କୁମାର ପଣ୍ଡା କହିଥିଲେ ଯେ, ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ଆବଶ୍ୟକ ଏବଂ ବିକଶିତ ଓଡ଼ିଶା ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ବିକାଶ ଜରୁରୀ। ଏଥିପାଇଁ ସମସ୍ତ ବର୍ଗର ଲୋକଙ୍କ ସହଭାଗିତା ଆବଶ୍ୟକ ବୋଲି ସେ କହିଥିଲେ।

ଗଞ୍ଜାମ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଗଣେଶ ସାହୁ ବିକାଶମୂଳକ ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟାନ୍ୱୟନ ସହିତ ଏଥିରେ ସ୍ଥାନୀୟ ଲୋକଙ୍କ ସକ୍ରିୟ ଭାଗିଦାରିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

‘ୟୁଥ୍ ଫର୍ ସୋସିଆଲ୍ ଡେଭଲପମେଣ୍ଟ’ର ସିଇଓ ଶ୍ରୀ ବିଭୁ ପ୍ରସାଦ ସାହୁ ସ୍ଥାନୀୟ ସ୍ତରରେ ନୂଆ ସୁଯୋଗ ସୃଷ୍ଟି ଓ ବିକାଶ କାର୍ଯ୍ୟରେ ଯୁବବର୍ଗ ଏବଂ ସାମାଜିକ ସଂଗଠନଗୁଡ଼ିକର ଭୂମିକା ବିଷୟରେ କହିଥିଲେ।

ଭାବିନୀପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଇଞ୍ଜିନିୟର ରଣଜିତ କୁମାର ସାହୁ ସମାଜର ସମସ୍ତ ବର୍ଗର ଲୋକଙ୍କୁ ସାମିଲ କରି ଗ୍ରାମ ପଞ୍ଚାୟତର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ। ସମସ୍ତଙ୍କ ସହଭାଗିତା ମାଧ୍ୟମରେ ଏକ ସମୃଦ୍ଧ ଭାବିନୀପୁର ଗଢ଼ି ତୋଳିବାର ଆବଶ୍ୟକତା ସେ ଉଲ୍ଲେଖ କରିଥିଲେ।

ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘର ସମ୍ପାଦିକା ଶ୍ରୀମତୀ ଗାୟତ୍ରୀ ଶତପଥୀ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କ ଜୀବିକା ଓ ଉଦ୍ୟୋଗିତା କ୍ଷେତ୍ରରେ ବଢ଼ୁଥିବା ଭାଗିଦାରି ବିଷୟରେ କହିଥିଲେ।

ଉଦଯାପନୀ ସମାରୋହରେ ୨୧ ଓ ୨୨ ଅଗଷ୍ଟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ପୁରସ୍କୃତ କରାଯାଇଥିଲା।

ସାଂସ୍କୃତିକ କାର୍ଯ୍ୟକ୍ରମରେ ପଶୁମୁଖା ନୃତ୍ୟ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା। କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ଭୁବନେଶ୍ୱରର କଳାକାରମାନେ ବିକାଶ ଓ ସାମାଜିକ ସଚେତନତା ଆଧାରିତ ବିଭିନ୍ନ ବିଷୟଭିତ୍ତିକ ସାଂସ୍କୃତିକ ପ୍ରସ୍ତୁତି ପରିବେଷଣ କରିଥିଲେ।

ତିନିଦିନିଆ ଏହି ପ୍ରଦର୍ଶନୀରେ ମଲ୍ଟିମିଡିଆ ପ୍ରଦର୍ଶନୀ, ସଚେତନତା କାର୍ଯ୍ୟକ୍ରମ, ପ୍ରତିଯୋଗିତା ଓ ସାଂସ୍କୃତିକ ପ୍ରସ୍ତୁତି ମାଧ୍ୟମରେ ସରକାରୀ ଯୋଜନା, ବିକାଶମୂଳକ ପଦକ୍ଷେପ ଓ ଜନକଲ୍ୟାଣକାରୀ ସୂଚନାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଯାଇଥିଲା।

କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ବ୍ରହ୍ମପୁରର କ୍ଷେତ୍ର ପ୍ରଚାର ସହାୟକ ଶ୍ରୀ ଜୀବନ କୁମାର ସାମନ୍ତସିଂହାର ସ୍ୱାଗତ ଭାଷଣ ଦେଇଥିଲେ। ବୈଷୟିକ ସହାୟକ ଶ୍ରୀ ଜେ.ଆର୍. ପଟ୍ଟନାୟକ କାର୍ଯ୍ୟକ୍ରମର ସମନ୍ୱୟ କରିଥିବାବେଳେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ଭୁବନେଶ୍ୱରର କ୍ଷେତ୍ର ପ୍ରଚାର ଅଧିକାରୀ ସସ୍ମିତା ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ଗଞ୍ଜାମ ଜିଲ୍ଲାରୁ କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0