କାଗଜରେ ଯୋଜନା, ରାସ୍ତାରେ ଗଛ: ଆସିକା ଗୌଡଗୋଠ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ।

Aug 1, 2026 - 22:00
 0  10
କାଗଜରେ ଯୋଜନା, ରାସ୍ତାରେ ଗଛ: ଆସିକା ଗୌଡଗୋଠ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ।

କାଗଜରେ ଯୋଜନା, ରାସ୍ତାରେ ଗଛ: ଆସିକା ଗୌଡଗୋଠ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ।

ଆସିକା , ୦୧-୦୮-୨୦୨୬  (ରିପୋର୍ଟ:- ରାଜକିଶୋର ସାବତ)  : ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗୌଡଗୋଠ ଗ୍ରାମରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗ୍ରାମକୁ ଯିବା ପାଇଁ ଗଲା ଅନେକ ବର୍ଷ ହେବ ରାସ୍ତାର ସମସ୍ୟା ଲାଗି ରହିଥିଲା। ଗ୍ରାମବାସୀଙ୍କ ବହୁବାର ଦାବି ଏବଂ ଗୁହାରି ପରେ ଗାଁକୁ ପକ୍କା ସଡକ ନିର୍ମାଣ ପାଇଁ ରାଜ୍ୟ ସରକାର ଶେଷରେ ନିଷ୍ପତ୍ତି ନେଇଥିଲେ। ଏଥିସହିତ କେନ୍ଦ୍ରୀୟ ଯୋଜନା 'ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା' (PMGSY) ମାଧ୍ୟମରେ ଏହି ପକ୍କା ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ବଡ଼ ଧୂମଧାମରେ ଶୁଭ ଦିଆଯାଇଥିଲା।ହେଲେ ସ୍ଥାନୀୟ ପ୍ରଶାସନ ଓ ଠିକାଦାରଙ୍କ ଚରମ ଅବହେଳା ଯୋଗୁଁ ଆଜି ସବୁକିଛି ଅଧୁରା ରହିଯାଇଛି। ଶୁଭ ଦିଆଯିବାର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଗାଁକୁ ଆଜି ପର୍ଯ୍ୟନ୍ତ ପକ୍କା ସଡକ ନିର୍ମାଣ ହୋଇପାରିଲା ନାହିଁ। ରାସ୍ତା ନିର୍ମାଣ କାର୍ଯ୍ୟ ଅଧାରେ ଅଟକି ରହିଥିବା ବେଳେ ଏବେ ସେହି ଅଧପନ୍ତରିଆ ରାସ୍ତା ମଝିରେ ବଡ଼ ବଡ଼ ଗଛ ଏବଂ ଜଙ୍ଗଲ ଉଠିଗଲାଣି।

ଏହି ଅଧୁରା ରାସ୍ତା ଯୋଗୁଁ ବର୍ଷା ଦିନେ ଗ୍ରାମବାସୀଙ୍କ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେଉଛି। ଜରୁରୀକାଳୀନ ସମୟରେ ଗାଁକୁ ଆମ୍ବୁଲାନ୍ସ କିମ୍ବା କୌଣସି ଗାଡ଼ି ମଧ୍ୟ ଆସିପାରୁ ନାହିଁ। "ସରକାର ଶୁଭ ଦେଇ କାମ ବନ୍ଦ କରିଦେଲେ, ଏବେ ଆମେ ପୂର୍ବ ଅପେକ୍ଷା ଆହୁରି ଅଧିକ ସମସ୍ୟା ଭୋଗୁଛୁ" ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଏହା ଉପରେ ତୁରନ୍ତ ଦୃଷ୍ଟି ଦେଇ ଅଟକି ରହିଥିବା ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କେବେ ସମ୍ପୂର୍ଣ୍ଣ ହେବ ବାକିରହିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0