କଉଡ଼ିଆ ଗ୍ରାମରେ ବଜରଙ୍ଗୀ ନାଟ୍ୟ ସଂସଦର ଅଷ୍ଟମ ବାର୍ଷିକ ଉତ୍ସବ: “କଳଙ୍କ ମୋ ପାଇଁ ଚନ୍ଦନ ଟୋପା” ନାଟକ ଶୁଭ ଉଦ୍ଘାଟିତ

Jun 16, 2026 - 17:37
Jun 16, 2026 - 17:39
 0  95
କଉଡ଼ିଆ ଗ୍ରାମରେ ବଜରଙ୍ଗୀ ନାଟ୍ୟ ସଂସଦର ଅଷ୍ଟମ ବାର୍ଷିକ ଉତ୍ସବ: “କଳଙ୍କ ମୋ ପାଇଁ ଚନ୍ଦନ ଟୋପା” ନାଟକ ଶୁଭ ଉଦ୍ଘାଟିତ

କଉଡ଼ିଆ ଗ୍ରାମରେ ବଜରଙ୍ଗୀ ନାଟ୍ୟ ସଂସଦର ଅଷ୍ଟମ ବାର୍ଷିକ ଉତ୍ସବ: “କଳଙ୍କ ମୋ ପାଇଁ ଚନ୍ଦନ ଟୋପା” ନାଟକ ଶୁଭ ଉଦ୍ଘାଟିତ

ସାନଖେମୁଣ୍ଡି (ଅଶୋକ କୁମାର ସାହୁ ) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଉଡ଼ିଆ ଗ୍ରାମରେ ବଜରଙ୍ଗୀ ନାଟ୍ୟ ସଂସଦର ଅଷ୍ଟମ ବାର୍ଷିକ ଅବଦାନ ଅବସରରେ ପବିତ୍ର ରଜ ପର୍ବ ଉପଲକ୍ଷେ ଆୟୋଜିତ ସାମାଜିକ ନାଟକ **“କଳଙ୍କ ମୋ ପାଇଁ ଚନ୍ଦନ ଟୋପା”**ର ଶୁଭ ଉଦ୍ଘାଟନ ଅତ୍ୟନ୍ତ ଆଡମ୍ବରପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି।

ଏହି ନାଟକକୁ ଧରାକୋଟ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଶ୍ରୀ ସୁଲକ୍ଷ୍ୟଣା ଗୀତାଞ୍ଜଳି ଦେବୀ ଶୁଭ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଆସ୍କା ଲୋକସଭାର ବିଜେଡି ପ୍ରାର୍ଥୀ ଶ୍ରୀମତୀ ରଞ୍ଜିତା ସାହୁ ଉପସ୍ଥିତ ରହିଥିଲେ। ମୁଖ୍ୟ ବକ୍ତା ଭାବେ ଜିଲ୍ଲାପରିଷଦ ସଦସ୍ୟ ଅମିନ ପ୍ରଧାନ ସାମାଜିକ ନାଟକର ସମାଜ ଗଠନରେ ଭୂମିକା ଓ ଗୁରୁତ୍ୱ ଉପରେ ମତ ପ୍ରକାଶ କରିଥିଲେ।

ସମ୍ମାନୀୟ ଅତିଥି ଭାବେ ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ଶ୍ରୀ ସିମାଞ୍ଚଳ ପାତ୍ର, ଉପାଧ୍ୟକ୍ଷା ଶ୍ରୀମତୀ ରିଙ୍କି ନାୟକ, ଗ୍ରାମ ସଭାପତି ଶ୍ରୀ କାଳୁ ଚରଣ ପରିଡା, କଉଡ଼ିଆ ସରପଞ୍ଚ ଶ୍ରୀମତୀ ଜୟନ୍ତୀ ଖୁଣ୍ଟିଆ, ପୂର୍ବତନ ସରପଞ୍ଚ ଶ୍ରୀମତୀ ରୀନା ଦଳେଇ ଓ ସମାଜସେବୀ ଶ୍ରୀ ମାର୍କତ କେଶରୀ ପରିଡା ଉପସ୍ଥିତ ଥିଲେ। ସେଥିପାଇଁ ଜିଲ୍ଲାପରିଷଦ ପ୍ରତିନିଧି ରାଜୀବ ଲୋଚନ ପାତ୍ର, ବହୁ ସରପଞ୍ଚ, ସମିତି ସଭ୍ୟ ଓ ଅଞ୍ଚଳର ଗଣ୍ୟମାନ୍ୟ ବ୍ୟକ୍ତିମାନେ ମଞ୍ଚାସୀନ ଥିଲେ। ସମସ୍ତ ଅତିଥି ମାନଙ୍କୁ ଫୁଲ ତୋଡ଼ା ସହିତ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ | 

ନାଟ୍ୟ ସଂସଦର ସଭାପତି ଲଡ଼ୁ କିଶୋର ପାତ୍ର, ଉପସଭାପତି ମଦନ ମୋହନ ପରିଡା ଓ ଦୁଷ୍ମନ୍ତ ବିଶୋଇ, ମୁଖ୍ୟ ପରିଚାଳକ ଶିଶିର କୁମାର ଦଳେଇ, ମେନେଜର ଅମିନ ପ୍ରଧାନ, ଅଧିକାରୀ ସିମାଞ୍ଚଳ ପ୍ରଧାନ ଓ କୋଷାଧକ୍ଷ ଲଡ଼ୁକିଶୋର ପଢିଆଳି କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ।

ନାଟକକୁ ନିର୍ଦ୍ଦେଶନା ଦେଇଥିଲେ ସିମାଞ୍ଚଳ ମହାରଣା ଓ ସହଯୋଗ କରିଥିଲେ ବନମାଳୀ ପରିଡା। ନାଟକରେ ସମାଜର ବିଭିନ୍ନ ସମସ୍ୟା, ପରିବାରିକ ମୂଲ୍ୟବୋଧ ଓ ମାନବୀୟ ସମ୍ପର୍କର ଗୁରୁତ୍ୱକୁ ଅତ୍ୟନ୍ତ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଥିଲା। ନାଟକର କାହାଣୀ ଓ ଅଭିନୟ ଦର୍ଶକମାନଙ୍କୁ ଭାବବିହ୍ୱଳ କରିଥିବା ବେଳେ ଉପସ୍ଥିତ ଜନସାଧାରଣ ଏହାକୁ ଭୁରିଭୁରି ପ୍ରଶଂସା କରିଥିଲେ।

ଏହି ବର୍ଷର ମୁଖ୍ୟ ଆକର୍ଷଣ ଭାବେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଚୁଲବୁଲି ନାୟିକା ଭୂମିକା ଦାସ ଯୋଗଦେଇ ଦର୍ଶକମାନଙ୍କୁ ନିଜର ଅଭିନୟ ଓ ଉପସ୍ଥିତିରେ ଖୁବ ମନୋରଞ୍ଜନ କରିଥିଲେ। ତାଙ୍କ ଉପସ୍ଥିତି ଉତ୍ସବକୁ ଅଧିକ ଆକର୍ଷଣୀୟ ଓ ରଙ୍ଗିନ କରିଦେଇଥିଲା।

ସମଗ୍ର ଆୟୋଜନ ରଜ ଉତ୍ସବକୁ ଅଧିକ ଜୀବନ୍ତ କରି ଅଞ୍ଚଳରେ ଉତ୍ସାହ ଓ ସାଂସ୍କୃତିକ ମାହୋଲ ସୃଷ୍ଟି କରିଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0