ପୁରୁଷୋତ୍ତମପୁର ଏନଏସିର ସାଂସଦ ନୋମିନି ଭାବେ ବିଶ୍ୱ ଭୂଷଣ ମହାପାତ୍ର ନିଯୁକ୍ତ ।

May 20, 2026 - 20:50
 0  14
ପୁରୁଷୋତ୍ତମପୁର ଏନଏସିର ସାଂସଦ ନୋମିନି ଭାବେ ବିଶ୍ୱ ଭୂଷଣ ମହାପାତ୍ର ନିଯୁକ୍ତ ।

ପୁରୁଷୋତ୍ତମପୁର ଏନଏସିର ସାଂସଦ ନୋମିନି ଭାବେ ବିଶ୍ୱ ଭୂଷଣ ମହାପାତ୍ର ନିଯୁକ୍ତ ।

ବିଶ୍ୱ ଭୂଷଣ ମହାପାତ୍ରଙ୍କୁ ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଏମ୍ପି ନୋମିନି ଭାବେ ନିଯୁକ୍ତ କରାଯାଇଥିବା ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଦେଖାଦେଇଛି । ସେ ଦୀର୍ଘଦିନ ଧରି ସାମାଜିକ କାର୍ଯ୍ୟ, ଲୋକସେବା ଓ ଅଞ୍ଚଳର ଉନ୍ନତିମୂଳକ କାର୍ଯ୍ୟରେ ସକ୍ରିୟ ରହିଆସୁଥିବାରୁ ତାଙ୍କ ନିଯୁକ୍ତିକୁ ସାଧାରଣ ଲୋକେ ସ୍ଵାଗତ କରିଛନ୍ତି । ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳରେ ରାସ୍ତା, ପାଣି, ପରିଷ୍କାରତା, ଆଲୋକ ବ୍ୟବସ୍ଥା ଓ ଅନ୍ୟାନ୍ୟ ମୌଳିକ ସମସ୍ୟା ନିରାକରଣ ପାଇଁ ସ୍ଥାନୀୟ ଲୋକେ ଦୀର୍ଘ ଦିନ ଧରି ଦାବିଉଠାଇଆସୁଥିଲେ। ଏହି ପରିପ୍ରେକ୍ଷିରେ ବିଶ୍ୱ ଭୂଷଣଙ୍କ ନିଯୁକ୍ତି ଅଞ୍ଚଳର ବିକାଶରେ ନୂତନ ଆଶା ସୃଷ୍ଟି କରିଛି । ସେ ଜନସମସ୍ୟାକୁ ପ୍ରାଥମିକତା ଦେଇ ସମାଧାନ କରିବେ ବୋଲି ସ୍ଥାନୀୟ ଲୋକମାନେ ଆଶା ବ୍ୟକ୍ତ କରିଛନ୍ତି । ଏହାସହ ସାଂସଦଙ୍କ ପାଣ୍ଠି ବିଜ୍ଞାପିତ ଅଂଚଳ ପାଇଁ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି । ନିଯୁକ୍ତି ପରେ ବିଶ୍ଵ ଭୂଷଣ ମହାପାତ୍ର କହିଛନ୍ତି ଯେ, ତାଙ୍କ ଉପରେ ଦିଆଯାଇଥିବା ଏହି ଦାୟିତ୍ବକୁ ସେ ସ୍ଵଚ୍ଛତା ଓ ନିଷ୍ଠାର ସହିତ ପାଳନ କରିବେ। ପୁରୁଷୋତ୍ତମପୁରର ସାମୁହିକ ଉନ୍ନତି, ସାଧାରଣ ଲୋକଙ୍କ ଆବଶ୍ୟକତା ଓ ନାଗରିକ ସୁବିଧା ପ୍ରଦାନକୁ ପ୍ରାଥମିକତା ଦେବେ ବୋଲି ସେ ମତ ପ୍ରକାଶ କରିଛନ୍ତି ।

ଏହି ନିଯୁକ୍ତିକୁ ନେଇ ଅଞ୍ଚଳର ବୁଦ୍ଧିଜୀବୀ ଓ ସାଧାରଣ ନାଗରିକମାନେ ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ଦିନରେ ଏନଏସି ଅଞ୍ଚଳର ବିକାଶ ଓ ଲୋକସେବାରେ ତାଙ୍କ ଭୂମିକା ଗୁରୁତ୍ବପୂର୍ଣ ହେବ ବୋଲି ମତ ପ୍ରକାଶ ପାଇଛି।


ଗଞ୍ଜାମ ଜିଲ୍ଲାରୁ ଜଗନ୍ନାଥ ସାହୁଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 3
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0