ପାଟପୁର ପୋଲିସର ଚଢ଼ାଉ: ଚୋରା ବାଲି ଚାଲାଣ ଅଭିଯୋଗରେ ଦୁଇ ଟ୍ରାକ୍ଟର ଜବତ, ଦୁଇ ଜଣ ଅଟକ
ପାଟପୁର ପୋଲିସର ଚଢ଼ାଉ: ଚୋରା ବାଲି ଚାଲାଣ ଅଭିଯୋଗରେ ଦୁଇ ଟ୍ରାକ୍ଟର ଜବତ, ଦୁଇ ଜଣ ଅଟକ
ପାଟପୁର, ୧୧/୦୬: ବେଆଇନ ଭାବେ ଚୋରା ବାଲି ଚାଲାଣ ରୋକିବା ପାଇଁ ପାଟପୁର ପୋଲିସ ପକ୍ଷରୁ କରାଯାଇଥିବା ଚଢ଼ାଉ ବେଳେ ଦୁଇଟି ଟ୍ରାକ୍ଟର ଜବତ କରାଯାଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି।
ଅଟକ ବ୍ୟକ୍ତିମାନେ ହେଲେ ରାଧାଦେପୁର ଗ୍ରାମର ସୁବାସ ଗୌଡ଼ ଏବଂ ଚାସା ମହୁରୀ ଗ୍ରାମର ରଘୁନାଥ ନାୟକ। ପୋଲିସ ଶୁଣ୍ଡିପୋଲି ଅଞ୍ଚଳରେ ଚଢ଼ାଉ କରି ଟ୍ରାକ୍ଟର ନମ୍ବର OD-07-C-6165 ଓ OD-07-T-7981କୁ ଜବତ କରିଥିଲା।
ପାଟପୁର ଥାନା ଅଧିକାରୀ ଦୀପ୍ତିରଞ୍ଜନ ବେହେରାଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା। ଏନେଇ ପାଟପୁର ଥାନାରେ କେସ ନମ୍ବର ୬୧/୨୦୨୬ ଓ ୬୨/୨୦୨୬ ରୁଜୁ କରାଯାଇଛି।
ଜବତ ଟ୍ରାକ୍ଟରଗୁଡ଼ିକୁ ଥାନାକୁ ଆଣି ଅଧିକ ତଦନ୍ତ ଜାରି ରହିଛି। ବେଆଇନ ଖଣିଜ ସମ୍ପଦ ଚାଲାଣ ବିରୋଧରେ ଆଗାମୀ ଦିନରେ ମଧ୍ୟ କଡ଼ା ଅଭିଯାନ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
ରିପୋର୍ଟ : ଅଶୋକ କୁମାର ସାହୁ
What's Your Reaction?
Like
2
Dislike
0
Love
0
Funny
1
Angry
0
Sad
0
Wow
0