ବେଆଇନ୍ ବନ୍ଧୁକ ସାମଗ୍ରୀ ଜବତ ସହ ଜଣେ ଗିରଫ
ବେଆଇନ୍ ବନ୍ଧୁକ ସାମଗ୍ରୀ ଜବତ ସହ ଜଣେ ଗିରଫ
ପୋଲସରା , ୦୧-୦୮-୨୦୨୬ : ପୋଲସରା ଥାନା ପୋଲିସ ପକ୍ଷରୁ ଅପରାଧ ନିୟନ୍ତ୍ରଣକୁ ନେଇ ମିଳିଛି ବଡ଼ ସଫଳତା । ଗଞ୍ଜାମ ଏସପି ହିରିଶ୍ ବିଶିଙ୍କ ନିର୍ଦ୍ଦେଶ କ୍ରମେ ପୁରଷୋତ୍ତମପୁର ଏସଡ଼ପିଓ ସୁଜିତ କୁମାର ନାୟକ ଓ ପୋଲସରା ଥାନା ଅଧିକାରୀ କୌଶିକ୍ ମାଝୀଙ୍କ ନେତୃତ୍ବରେ ଏକ ବେଆଇନ ଅସ୍ତ୍ର କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ଶୁକ୍ରବାର ୩୧ ତାରିଖ ରାତିରେ ସଫଳ ଚଢ଼ାଉ କରାଯାଇ ବିପୁଳ ପରିମାଣର ବେଆଇନ ଅସ୍ତ୍ର ଓ ଅସ୍ତ୍ର ନିର୍ମାଣରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଥିବା ସୂଚନା ମିଳିଛି । ଯାହା ରାତି ପ୍ରାୟ ୧୦.୨୦ ଘଟିକା ସମୟରେ ପୋଲସରା ଥାନା ଅଧୀନ ସୋଡକ ଗ୍ରାମରେ ସନ୍ଧ୍ୟା ପାଟ୍ରୋଲିଂ ସମୟରେ ପୋଲିସ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇଥିଲା । ଯେଉଁଠି ବଡ଼ସାହିର ପ୍ରତାପ ଭଞ୍ଜ ସାମନ୍ତଙ୍କ ଘରେ ବେଆଇନ ଭାବେ ଅଗ୍ନେୟାସ୍ତ୍ର ଓ ଅସ୍ତ୍ର ତିଆରି ସାମଗ୍ରୀ ଗଚ୍ଛିତ ରହିଛି। ସେହି ସୂଚନାକୁ ଆଧାର କରି ପୋଲିସ ତୁରନ୍ତ ସେହି ସ୍ଥାନରେ ପହଞ୍ଚି ଦୁଇଜଣ ସ୍ୱାଧୀନ ସାକ୍ଷୀଙ୍କ ଉପସ୍ଥିତିରେ ଘରେ ଚଢ଼।ଉ କରି ପ୍ରତାପ ଭଞ୍ଜ ସାମନ୍ତକୁ କାବୁ କରିଥିଲେ । ଘଟଣା ସ୍ଥଳରୁ ପୋଲିସ ଦୁଇଟି ଦେଶୀ ଲମ୍ବା ବନ୍ଧୁକ, ଗୋଟିଏ ଭଙ୍ଗା ଦେଶୀ ବନ୍ଧୁକ, ଗୋଟିଏ ଏୟାର ପିସ୍ତଲ, ତିନୋଟି କରତ, ୧୩ଟି ଲୁହା ରଡ଼ ଖଣ୍ଡ, ଦୁଇଟି ହ୍ୟାଣ୍ଡ ବ୍ଲୋଅର, ଗୋଟିଏ ଜ୍ୟାକି, ବନ୍ଧୁକ ଆକୃତିର କାଠ ପଟା, ଲୁହାର ବିଭିନ୍ନ ଉପକରଣ, ହାତୁଡ଼ି, ଦୁଇଟି ନିହଣ, ପ୍ଲାସ, ସ୍କ୍ରୁ ଡ୍ରାଇଭର, ଛୁରୀ, ବାଙ୍ଗଲ୍ସ କଟର ମେସିନ ଏବଂ ବନ୍ଧୁକର ବଟ୍ ପ୍ରସ୍ତୁତି ସମ୍ବନ୍ଧୀୟ ସମସ୍ତ ନକ୍ସା ଜବତ କରିଥିଲା । ଏନେଇ ଜବତ ହୋଇଥିବା ଅସ୍ତ୍ର ନିର୍ମାଣ ସାମଗ୍ରୀ, ଯନ୍ତ୍ରପାତି ଓ ବିଭିନ୍ନ ଉପକରଣକୁ ନେଇ ଅଭିଯୁକ୍ତ ପ୍ରତାପ ଭଞ୍ଜ ସାମନ୍ତ କୁ ବେଆଇନ ଭାବେ ଦେଶୀ ଅଗ୍ନେୟାସ୍ତ୍ର ପ୍ରସ୍ତୁତ କରି ସଂରକ୍ଷଣ ଓ ବିକ୍ରୟ କରୁଥିବା ନେଇ ଶନିବାର ଗିରିଫ କରି କେର୍ଟ ଚାଲାଣ କରା ଯାଇଥିବା ସୂଚନା ପ୍ରଦାନ କରିଛନ୍ତି ଥାନା ଅଧିକାରୀ କୌଶିକ୍ ମାଝୀ ।
ଗଞ୍ଜାମ ଜିଲ୍ଲାରୁ ବାପୁନି ସେଠୀଙ୍କ ରିପୋର୍ଟ ଜାଗୃତି ଖବର ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0