ବଡ଼ବଜାରରେ ସୁନା ଚୁଡ଼ି ଚୋରି ଘଟଣାରେ ଅଭିଯୁକ୍ତ ଗିରଫ

Aug 2, 2026 - 22:44
 0  4

ବଡ଼ବଜାରରେ ସୁନା ଚୁଡ଼ି ଚୋରି ଘଟଣାରେ ଅଭିଯୁକ୍ତ ଗିରଫ

  ବ୍ରହ୍ମପୁର (ରିପୋର୍ଟ : ଅଶୋକ କୁମାର ସାହୁ ): ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବ୍ରହ୍ମପୁର ମଙ୍ଗଳବାରମପେଟା ନିକଟ ପାତ୍ର ସାହିର ବାସିନ୍ଦା କେ. ସବ୍ରିଶ (୩୪), ପିତା– କେ. ସୁରେଶ। ଏହି ମାମଲା ବଡ଼ବଜାର ଥାନା କେସ୍ ନଂ–୫୬୩, ତାରିଖ ୨୯.୦୭.୨୦୨୬, ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୩୩୧(୩)/୩୦୫(ଏ) ଅନୁଯାୟୀ ରୁଜୁ ହୋଇଥିଲା।

ପୋଲିସ ସୂଚନା ଅନୁଯାୟୀ, ଗତ ୨୮ ଜୁଲାଇ ଦିନ ପ୍ରାୟ ଦିନ ୧ଟା ବେଳେ ଅଭିଯୁକ୍ତ ଅଭିଯୋଗକାରିଣୀଙ୍କ ସ୍ୱାମୀଙ୍କ ବନ୍ଧୁ ପରିଚୟରେ କଞ୍ଜିବାରି ସାହିସ୍ଥିତ ଘରକୁ ଆସିଥିଲେ। ସେତେବେଳେ ଅଭିଯୋଗକାରିଣୀ ଟି. ଭବପ୍ରୀତି (୨୫) ନିଜ ଶିଶୁକୁ ଖାଇବାକୁ ଦେଉଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ଉପର ମହଲାକୁ ଯାଇ ଶୋଇବା ଘରର କବାଟ ବନ୍ଦ କରି ଆଲମାରୀରୁ ପ୍ରାୟ ୭୦ ଗ୍ରାମ ଓଜନର ୪ଟି ସୁନା ଚୁଡ଼ି ଚୋରି କରି ଫେରାର ହୋଇଯାଇଥିଲେ।

ପରଦିନ ଅଭିଯୋଗକାରିଣୀ ଚୋରି ସମ୍ପର୍କରେ ଜାଣି ବଡ଼ବଜାର ଥାନାରେ ଏତଲା ଦେଇଥିଲେ।

ତଦନ୍ତ ସମୟରେ ଅଭିଯୁକ୍ତ ଚୋରି କରିଥିବା ସୁନା ଚୁଡ଼ିକୁ ସୁନା ବ୍ୟବସାୟୀ ଏ. ଚିରଞ୍ଜୀବୀ ଆଚାର୍ଯ୍ୟଙ୍କୁ ବିକ୍ରି କରିଥିବା ଏବଂ ସେଗୁଡ଼ିକୁ ତରଳାଇ ଦିଆଯାଇଥିବା ସ୍ୱୀକାର କରିଥିଲେ। ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୪ ଲକ୍ଷ ୫୦ ହଜାର ଟଙ୍କା ନଗଦ, ଘଟଣାରେ ବ୍ୟବହୃତ ସୁଜୁକି ଆଭେନିସ୍ ସ୍କୁଟି (OD 07 AQ 1982) ଏବଂ ଏକ ଓପୋ ମୋବାଇଲ୍ ଫୋନ୍ ଜବତ କରିଛି।

ଅଭିଯୁକ୍ତଙ୍କୁ ଗତ ୩୧ ଜୁଲାଇ ୨୦୨୬ରେ ଗିରଫ କରାଯାଇ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମାନ୍ୟବର ଅଦାଲତକୁ ପଠାଯାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0