ସାନଖେମୁଣ୍ଡିରେ ମଧ୍ୟାହ୍ନ ଭୋଜନ ପାଚକ-ପାଚିକାଙ୍କ ବ୍ଲକ ସମ୍ମିଳନୀ; ସରକାରଙ୍କ ଅବହେଳା ବିରୋଧରେ କ୍ଷୋଭ ।

Aug 2, 2026 - 20:10
 0  6
ସାନଖେମୁଣ୍ଡିରେ ମଧ୍ୟାହ୍ନ ଭୋଜନ ପାଚକ-ପାଚିକାଙ୍କ ବ୍ଲକ ସମ୍ମିଳନୀ; ସରକାରଙ୍କ ଅବହେଳା ବିରୋଧରେ କ୍ଷୋଭ ।

ସାନଖେମୁଣ୍ଡିରେ ମଧ୍ୟାହ୍ନ ଭୋଜନ ପାଚକ-ପାଚିକାଙ୍କ ବ୍ଲକ ସମ୍ମିଳନୀ; ସରକାରଙ୍କ ଅବହେଳା ବିରୋଧରେ କ୍ଷୋଭ ।

ସାନଖେମୁଣ୍ଡି ,  ୦୨-୦୮-୨୦୨୬( ରିପୋର୍ଟର - ଅଶୋକ କୁମାର ସାହୁ) : ସାନଖେମୁଣ୍ଡି ବ୍ଲକର ବୁଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବିଜୁ ଶ୍ରମିକ ସାମୁଖ୍ୟ ସହବନ୍ଧିତ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ-ପାଚିକା ସଂଘର ବ୍ଲକସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ରାଜ୍ୟ ସଂଘ ସଭାପତି ଯୋଗେନ୍ଦ୍ର ସ୍ୱାଇଁ ମଧ୍ୟାହ୍ନ ଭୋଜନ ପାଚକ-ପାଚିକାଙ୍କ ପ୍ରତି ସରକାରଙ୍କ ଅବହେଳାକୁ ତୀବ୍ର ସମାଲୋଚନା କରିଥିଲେ।

ସେ କହିଥିଲେ ଯେ, ଦୀର୍ଘ ୩୦ ବର୍ଷ ଧରି ପ୍ରାଥମିକ ବିଦ୍ୟାଳୟରେ ସେବା ଯୋଗାଇ ଆସୁଥିବା ପାଚକ-ପାଚିକାମାନଙ୍କୁ ନିଯୁକ୍ତିପତ୍ର ଓ ପରିଚୟପତ୍ର ପ୍ରଦାନ କରିବାକୁ ସରକାର ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ସେହି ପ୍ରତିଶ୍ରୁତି ପାଳନ ହୋଇନଥିବାରୁ ସେମାନେ ସାମ୍ବିଧାନିକ ଓ ଆଇନଗତ ଅଧିକାରରୁ ବଞ୍ଚିତ ହେଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।

ଏହାସହ ଦୈନିକ ଛଅ ଘଣ୍ଟାରୁ ଅଧିକ ସମୟ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ସତ୍ତ୍ୱେ ପାଚକ-ପାଚିକାମାନଙ୍କୁ ମାତ୍ର ୧୦୦ ଟଙ୍କା ପାରିଶ୍ରମିକ ପ୍ରଦାନ କରାଯାଉଥିବାକୁ ସେ ଶ୍ରମ ଆଇନ ଓ ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ବୋଲି କହିଥିଲେ। ସରକାର ତୁରନ୍ତ ସଂଘ ପକ୍ଷରୁ ପୂର୍ବରୁ ଦିଆଯାଇଥିବା ସାତ ଦଫା ଦାବି ପୂରଣ କରିବାକୁ ସେ ଦାବି ଜଣାଇଥିଲେ।

ବ୍ଲକ ସଭାନେତ୍ରୀ ନର୍ମଦା ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟ ସମ୍ପାଦିକା ଗାୟତ୍ରୀ ମହାରଣା, ରାଜ୍ୟ ସହ-ସମ୍ପାଦିକା ସୁମତି ପାଣିଗ୍ରାହୀ, ଦିଗପହଣ୍ଡି ବ୍ଲକ ସଭାନେତ୍ରୀ ସରସ୍ୱତୀ ମହାରଣାଙ୍କ ସମେତ ବହୁ ସଂଘ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସମ୍ମିଳନୀରେ ୫୦୦ରୁ ଅଧିକ ପାଚକ-ପାଚିକା ଯୋଗଦେଇ ନିଜ ନ୍ୟାୟସଙ୍ଗତ ଦାବି ପୂରଣ ପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0