ବିଦ୍ୟାଳୟରେ ଭାଇ-ଭଉଣୀର ପବିତ୍ର ପର୍ବ କୁଲାଗଡ଼ ପ୍ରାଥମିକ ସ୍କୁଲରେ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ ।
ବିଦ୍ୟାଳୟରେ ଭାଇ-ଭଉଣୀର ପବିତ୍ର ପର୍ବ କୁଲାଗଡ଼ ପ୍ରାଥମିକ ସ୍କୁଲରେ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ ।
ଶେରଗଡ , ୨୮/୦୮/୨୦୨୬ (ରିପୋର୍ଟର- ବାପୁନି ସେଠୀ) :
ଭାଇ ଓ ଭଉଣୀର ପବିତ୍ର ସମ୍ପର୍କର ପର୍ବ 'ରାକ୍ଷୀ ପୂର୍ଣ୍ଣିମା' ସାରା ରାଜ୍ୟରେ ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ କୁଲାଗଡ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଏକ ସୁନ୍ଦର ଓ ଭାବପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
କୁଲାଗଡ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ସ୍ନେହ ଓ ଆଦରର ପ୍ରତୀକ 'ରାକ୍ଷୀ ପୂର୍ଣ୍ଣିମା' ଉତ୍ସବ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ର ଓ ଛାତ୍ରୀମାନେ ଏକାଠି ହୋଇ ପରସ୍ପରକୁ ରାକ୍ଷୀ ବାନ୍ଧିବା ସହ ଶୁଭକାମନା ଜଣାଇଥିଲେ।
ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନ୍ୟ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସାମିଲ ହୋଇଥିଲେ। ଶିକ୍ଷକ ଅଜୟ କୁମାର ସେଠୀ, ପ୍ରସାନ୍ତ କୁମାର ସେଠୀ ଏବଂ କାହ୍ନୁ ଚରଣ ପ୍ରଧାନଙ୍କ ସମେତ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାମାନେ ଉପସ୍ଥିତ ରହି କୋମଳମତି ଶିଶୁମାନଙ୍କୁ ଭାଇଚାରା, ଏକତା ଓ ସଂସ୍କୃତିର ମହତ୍ତ୍ୱ ବିଷୟରେ ବୁଝାଇଥିଲେ।
ପବିତ୍ର ରାକ୍ଷୀ ବାନ୍ଧି ଶିଶୁମାନେ ବିଦ୍ୟାଳୟ ପରିବେଶକୁ ଆନନ୍ଦମୁଖର କରିତୋଳିଥିବା ବେଳେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ଉପସ୍ଥିତି ଏହି ଉତ୍ସବକୁ ଆହୁରି ସ୍ମରଣୀୟ କରିପାରିଥିଲା।
ବିଦ୍ୟାଳୟ ସ୍ତରରେ ଏଭଳି ପାରମ୍ପରିକ ଉତ୍ସବ ପାଳନ ଦ୍ୱାରା ପିଲାମାନଙ୍କ ମଧ୍ୟରେ ଉତ୍ତମ ସଂସ୍କାର ଓ ସ୍ନେହଭାବ ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।
What's Your Reaction?
Like
4
Dislike
0
Love
2
Funny
1
Angry
0
Sad
0
Wow
0