ଶେରଗଡ଼ ବ୍ଲକରେ ବିଶ୍ୱ ଶିଶୁଶ୍ରମ ବିରୋଧ ଦିବସ ପାଳିତ: କୃତୀ ଛାତ୍ରୀ ପୁରସ୍କୃତ ।
ଶେରଗଡ଼ ବ୍ଲକରେ ବିଶ୍ୱ ଶିଶୁଶ୍ରମ ବିରୋଧ ଦିବସ ପାଳିତ: କୃତୀ ଛାତ୍ରୀ ପୁରସ୍କୃତ ।
ଶେରଗଡ଼, ୧୨ ଜୁନ୍ (ଜାଗୃତି ଖବର): ଭୀଉଜ୍ (VIEWS) ଇଣ୍ଡିଆ ଅନୁଷ୍ଠାନ ଓ ରେଷ୍ଟଲେସ ଡେଭଲପମେଣ୍ଟର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଶେରଗଡ ବ୍ଲକରେ ବିଶ୍ୱ ଶିଶୁଶ୍ରମ ବିରୋଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଚେତନତା ସଭାରେ ମୁଖ୍ୟ ବକ୍ତା ଭାବେ ଶେରଗଡ଼ ବ୍ଲକ ଉନ୍ନୟନ ଅଧିକାରୀ (ବିଡ଼ିଓ) ତୃପ୍ତିମୟୀ ଜେନା ଏବଂ ସିଡ଼ିପିଓ ମମତାଞ୍ଜଳୀ ପଣ୍ଡା ଉପସ୍ଥିତ ରହି ଶିଶୁ ସୁରକ୍ଷା ଉପରେ ଆଲୋକପାତ କରିବା ସହ ଶିଶୁଶ୍ରମ ପ୍ରଥାର ସମ୍ପୂର୍ଣ୍ଣ ବିଲୋପ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଏହି ସାରସ୍ବତ ସମାରୋହରେ ଅନ୍ୟାନ୍ୟ ଅତିଥି ଭାବେ ପିଇଓ ଶଙ୍କର ପ୍ରସାଦ ସାବତ, ସିନିୟର୍ ସୁପର୍ଭାଇଜର ବାସନ୍ତୀ ଦାସ, ଏବଂ ଜିପୀଡିଓ ଜିତେନ୍ଦ୍ର ପଟ୍ଟନାୟକ ମଞ୍ଚାସୀନ ଥିଲେ। ଏହା ସହିତ ଶେରଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ସିଆରପି, ଏମ୍ୱି କେ, ଇସି ସଦସ୍ୟ ଏବଂ ସ୍ଥାନୀୟ ବିଭିନ୍ନ ସ୍କୁଲ ଓ କଲେଜର ଶିକ୍ଷୟତ୍ରୀ ଓ ଛାତ୍ରୀମାନଙ୍କୁ ମିଶାଇ ୮୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଥିଲେ।
ଏହି ଦିବସ ପାଳନ ଅବସରରେ ଗତ ଦୁଇ ଦିନ ଧରି ସରକାରୀ ସ୍କୁଲର ଛାତ୍ରୀମାନଙ୍କ ଦ୍ୱାରା ବ୍ଲକର ବିଭିନ୍ନ ପ୍ରମୁଖ ସ୍ଥାନରେ ସଚେତନତାଧର୍ମୀ 'ୱାଲ୍ ପେଣ୍ଟିଂ' (କାନ୍ଥ ଚିତ୍ରକଳା) କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ବ୍ଲକ ବିଡିଓଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇ ଉତ୍ସାହିତ କରାଯାଇଥିଲା।
ସମଗ୍ର କାର୍ଯ୍ୟକ୍ରମକୁ ଭୀଉଜ୍ (VIEWS) ଅନୁଷ୍ଠାନର ଏଜୁକେସନ୍ ପ୍ରୋଜେକ୍ଟ ଲିଡ୍ ପ୍ରେରଣା ମେହେରଙ୍କ ନିର୍ଦ୍ଦେଶନାରେ ୟୁଥ୍ ଫେସିଲିଟେଟର ମହାପ୍ରସାଦ ମହାପାତ୍ର, ବର୍ଷା ପାତ୍ର, ପ୍ରିୟଙ୍କା ସାହୁ, ସଙ୍ଗୀତା ମହାରଣା, ବନ୍ଦନା ସାହୁ ଏବଂ ଅନିତା ଚାନ୍ଦ ପ୍ରମୁଖ ପରିଚାଳନା କରିଥିଲେ।
ଗଞ୍ଜାମ ଜିଲ୍ଲା ଶେରଗଡ ରୁ ବାପୁନି ସେଠୀଙ୍କ ରିପୋର୍ଟ ଜାଗୃତି ଖବର ।
What's Your Reaction?
Like
1
Dislike
0
Love
1
Funny
1
Angry
0
Sad
0
Wow
0