+୨ ଜୋନ୍-ଏ ବାଳକ କ୍ରିକେଟ୍ରେ ପାଟପୁର ଚାମ୍ପିୟନ୍
+୨ ଜୋନ୍-ଏ ବାଳକ କ୍ରିକେଟ୍ରେ ପାଟପୁର ଚାମ୍ପିୟନ୍
ସାନଖେମୁଣ୍ଡି ( ଅଶୋକ କୁମାର ସାହୁ ) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁରସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମିନି ଷ୍ଟାଡିୟମ୍ରେ ଅନୁଷ୍ଠିତ +୨ ଅନ୍ତଃ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜୋନ୍-ଏ ବାଳକ କ୍ରିକେଟ୍ ପ୍ରତିଯୋଗିତାରେ ଆୟୋଜକ ପାଟପୁର ଦଳ ଚାମ୍ପିୟନ୍ ହୋଇଛି। ଅକ୍ଟୋବର ୧୨ ତାରିଖରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ପାଟପୁର ଦଳ ପୁଡ଼ାମାରି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ୧୩ ରନ୍ରେ ପରାସ୍ତ କରିଛି।
ପ୍ରଥମେ ବ୍ୟାଟିଂ କରି ପାଟପୁର ଦଳ ୧୨ ଓଭରରେ ୮ ୱିକେଟ୍ ହରାଇ ୮୩ ରନ୍ କରିଥିବା ବେଳେ ଜବାବରେ ପୁଡ଼ାମାରି ଦଳ ୭୦ ରନ୍ କରିବାକୁ ସକ୍ଷମ ହୋଇଥିଲା। ଟିମ୍ ମ୍ୟାନେଜର ରାଜା ସିଂହଙ୍କ ତତ୍ତ୍ୱାବଧାନରେ ପାଟପୁର ଦଳ ଏହି ସଫଳତା ହାସଲ କରିଛି।
ଉଦ୍ଯାପନୀ ଓ ପୁରସ୍କାର ବିତରଣୀ ସମାରୋହରେ ବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନ କୁମାର ରଥ, କ୍ରୀଡ଼ା ଉପସଭାପତି ପ୍ରଫୁଲ୍ଲ ଚନ୍ଦ୍ର ମହାରଣା, ଷ୍ଟାଫ୍ କାଉନସିଲ୍ ସମ୍ପାଦକ ଡ. କୈଳାସ ଚନ୍ଦ୍ର ସ୍ୱାଇଁଙ୍କ ସମେତ କ୍ରୀଡ଼ା କମିଟିର ସଦସ୍ୟ ଓ ଅଧ୍ୟାପକ-ଅଧ୍ୟାପିକାମାନେ ଉପସ୍ଥିତ ରହି ବିଜୟୀ ଦଳକୁ ପୁରସ୍କୃତ କରିଥିଲେ। ମ୍ୟାଚ୍କୁ ଖାରବେଳ ସ୍ୱାଇଁ ଓ ସୁଶାନ୍ତ କୁମାର ରାଉତ ପରିଚାଳନା କରିଥିବା ବେଳେ ଜୀବନ ଦାଶ ଧାରାବିବରଣୀ ପ୍ରଦାନ କରିଥିଲେ।
ଆସନ୍ତା ଅକ୍ଟୋବର ୧୩ରୁ ୧୮ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧାସ୍ଥିତ ପ୍ରାଣନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହେବାକୁ ଥିବା ଆନ୍ତଃଜୋନ୍ ବାଳକ କ୍ରିକେଟ୍ ପ୍ରତିଯୋଗିତାରେ ପାଟପୁର ଦଳ ଅଂଶଗ୍ରହଣ କରିବ।
ରିପୋର୍ଟ : ଅଶୋକ କୁମାର ସାହୁ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0