ହାଇୱା-ଶଗଡ଼ ଧକ୍କା: ଦୁଇ ଜଣଙ୍କ ମୃତ୍ୟୁ, ଅଞ୍ଚଳରେ ଶୋକର ଛାୟା l
ହାଇୱା-ଶଗଡ଼ ଧକ୍କା: ଦୁଇ ଜଣଙ୍କ ମୃତ୍ୟୁ, ଅଞ୍ଚଳରେ ଶୋକର ଛାୟା
ସାନଖେମୁଣ୍ଡି , ୦୪-୦୬-୨୦୨୬(ଜାଗୃତି ଖବର ) : ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର-ପ୍ରତାପଗିରି ମୁଖ୍ୟ ରାସ୍ତାରେ ଏକ ବାଲି ବୋଝେଇ ହାଇୱା ସହ ବାଉଁଶ ବୋଝେଇ ଶଗଡ଼ ମଧ୍ୟରେ ଭୟଙ୍କର ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଶଗଡ଼ ଚାଳକ ନାଥ ଜେନା (୬୦), ପିତା ସୁବୁଦ୍ଧି ଜେନାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସେହିପରି ଏକ ପୋଢ଼ ମଧ୍ୟ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଏକ ପୋଢ଼ ଗୁରୁତର ଆହତ ହୋଇ କେଉଁ ଆଡେ ଚାଲିଯାଇଥିବା ସୂଚନା ମିଳିଛି।
ଅନ୍ୟପଟେ, ଦୁର୍ଘଟଣାରେ ଗୁରୁତର ଆହତ ବିଜି ଗୌଡ଼ (୫୫), ପିତା ସୌଉରା ଗୌଡ଼ଙ୍କୁ ତୁରନ୍ତ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ପାଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ହାଇୱାକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।
ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବାରୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି |
ସାନଖେମୁଣ୍ଡି ରୁ ଅଶୋକ କୁମାର ସାହୁ ଙ୍କ ରିପୋର୍ଟ ଜାଗୃତି ଖବର ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0