ବ୍ରହ୍ମପୁରରେ ପୋଲିସର ବଡ଼ ଆକ୍ସନ: ଏନକାଉଣ୍ଟରରେ ଦୁର୍ଦ୍ଧାନ୍ତ ଅପରାଧୀ ଦୀପୁନା ନାୟକ ଆହତ

May 17, 2026 - 22:49
 0  5
ବ୍ରହ୍ମପୁରରେ ପୋଲିସର ବଡ଼ ଆକ୍ସନ: ଏନକାଉଣ୍ଟରରେ ଦୁର୍ଦ୍ଧାନ୍ତ ଅପରାଧୀ ଦୀପୁନା ନାୟକ ଆହତ

ବ୍ରହ୍ମପୁରରେ ପୋଲିସର ବଡ଼ ଆକ୍ସନ: ଏନକାଉଣ୍ଟରରେ ଦୁର୍ଦ୍ଧାନ୍ତ ଅପରାଧୀ ଦୀପୁନା ନାୟକ ଆହତ  l

ଗଞ୍ଜାମ , ୧୭- ୦୫ - ୨୦୨୬ : ରାଜ୍ୟ ପୋଲିସର ‘ଜିରୋ ଟଲେରାନ୍ସ’ ନୀତି ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ପୁଣି ଗର୍ଜିଛି ପୋଲିସର ବନ୍ଧୁକ। ବ୍ରହ୍ମପୁରର କୁଖ୍ୟାତ ତଥା ଦୁର୍ଦ୍ଧାନ୍ତ ଅପରାଧୀ ଦୀପୁନା ନାୟକ ଓରଫ ଲିପୁନକୁ ଏନକାଉଣ୍ଟର କରିଛି ବ୍ରହ୍ମପୁର ପୋଲିସ। ପୋଲିସ ଗୁଳିରେ ଦୀପୁନା ଗୁରୁତର ଆହତ ହୋଇଥିବା ବେଳେ ତାକୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି (MKCG) ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଘଟଣା ଦିନ ସକାଳେ ଗୋପାଳପୁର ଓଭରବ୍ରିଜ୍ ନିକଟରେ ଶ୍ୟାମ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଓଭରବ୍ରିଜ୍‌ରୁ ତଳକୁ ଠେଲି ହତ୍ୟା ଉଦ୍ୟମ କରିବା ସହ ବୋମାମାଡ଼ ଘଟଣାରେ ଦୀପୁନାର ସମ୍ପୃକ୍ତି ଥିଲା। ଏହି ଅପରାଧ ଘଟାଇବା ପରେ ସେ ଫେରାର ହେବାକୁ ଚେଷ୍ଟା କରୁଥିଲା। ବିଶେଷ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳରେ ପୋଲିସ ଟିମ୍ ତାକୁ କାବୁ କରିବା ପାଇଁ ଚଢ଼ାଉ କରିଥିଲା।


ପୋଲିସ ଉପରକୁ ବୋମାମାଡ଼ ଓ ପାଲଟା ଗୁଳିଚାଳନା ଲାଞ୍ଜିପଲ୍ଲୀ ନିକଟରେ ପୋଲିସ ଦୀପୁନାକୁ ଘେରିଯିବା ପରେ, ସେ ପୋଲିସ କବଳରୁ ବଞ୍ଚିବା ପାଇଁ ପୋଲିସ ଟିମ୍ ଉପରକୁ ହଠାତ୍ ବୋମାମାଡ଼ ଓ ଗୁଳିଚାଳନା କରି ଖସି ପଳାଇବାକୁ ଉଦ୍ୟମ କରିଥିଲା। ପୋଲିସ ନିଜର ଆତ୍ମରକ୍ଷା ତଥା ସୁରକ୍ଷା ପାଇଁ ପାଲଟା ନିୟନ୍ତ୍ରିତ ଗୁଳିଚାଳନା କରିଥିଲା। ପୋଲିସ ଗୁଳି ଦୀପୁନାର ଗୋଡ଼ରେ ବାଜିଥିଲା, ଯାହାଫଳରେ ସେ ସେଠାରେ ହିଁ ପଡ଼ିଯାଇଥିଲା ଏବଂ ପୋଲିସ ତାକୁ କାବୁ କରିବାରେ ସଫଳ ହୋଇଥିଲା।


ବ୍ରହ୍ମପୁର ଏସପିଙ୍କ ସୂଚନା ଅନୁଯାୟୀ, ଦୀପୁନା ନାୟକ ପୋଲିସର ‘ମୋଷ୍ଟ ୱାଣ୍ଟେଡ୍’ ତାଲିକାରେ ଦୀର୍ଘ ଦିନରୁ ରହିଥିଲା। ତା’ ନାମରେ ଦାଦାବଟି ଆଦାୟ, ଅପହରଣ, ହତ୍ୟା ଉଦ୍ୟମ, ଧର୍ଷଣ ଓ ବୋମାମାଡ଼ ଭଳି ୨୦ରୁ ଅଧିକ ସଙ୍ଗୀନ ଅପରାଧିକ ମାମଲା ବିଭିନ୍ନ ଥାନାରେ ରହିଛି।
ପୋଲିସର ଏହି ବ୍ୟାକ-ଟୁ-ବ୍ୟାକ ଆକ୍ସନ ପରେ ସାରା ଅଞ୍ଚଳରେ ଅପରାଧୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।


ବ୍ୟୁରୋ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0