୯ମ ରାଷ୍ଟ୍ରୀୟ ପୋଷଣ ଦିବସ: ଶେରଗଡ଼ ବ୍ଲକରେ ମହାସମାରୋହରେ ପାଳିତ, ସଚେତନତା ସୃଷ୍ଟି ।
୯ମ ରାଷ୍ଟ୍ରୀୟ ପୋଷଣ ଦିବସ: ଶେରଗଡ଼ ବ୍ଲକରେ ମହାସମାରୋହରେ ପାଳିତ, ସଚେତନତା ସୃଷ୍ଟି ।
ଶେରଗଡ଼ , ୦୭/୧୦/୨୦୨୬ ( ରିପୋର୍ଟର- ବାପୁନି ସେଠୀ) : ଶେରଗଡ଼ ବ୍ଲକ ପରିସର ମଧ୍ୟରେ ୯ମ ରାଷ୍ଟ୍ରୀୟ ପୋଷଣ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସିଡିପିଓ (CDPO) ଶ୍ରୀମତୀ ମମତାଞ୍ଜଳି ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ସରକାରଙ୍କ ଏହି ସ୍ୱେଚ୍ଛାକୃତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି— ଶିଶୁ, ଗର୍ଭବତୀ ଓ ପ୍ରସୂତି ମା’ମାନଙ୍କ ପୋଷଣ, ସ୍ୱାସ୍ଥ୍ୟ ସଚେତନତା ଏବଂ ସଠିକ୍ ସନ୍ତୁଳିତ ଆହାରର ଗୁରୁତ୍ୱ ସମ୍ପର୍କରେ ସାଧାରଣରେ ବ୍ୟାପକ ସଚେତନତା ସୃଷ୍ଟି କରିବା।
ଏହି କାର୍ଯ୍ୟକ୍ରମରେ ୫୬ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଚିତ୍ତରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ସଫଳତା ଓ ଶିଶୁ-ମା’ମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଆଲୋକପାତ କରିଥିଲେ।
ଏହା ସହିତ କଲେଜ୍ ର ଛାତ୍ର ଛାତ୍ରୀ ମାନେ ନାଚ ଗୀତ ଓ ଚିତ୍ର ଆଙ୍କି ଆଣିଥିଲେ । ଯେଉଁ ମାନେ ଭଲ ପ୍ରତିଭା ଦେଖାଇଥିଲେ ସେମାନଙ୍କୁ ପ୍ରାଇଜ ମଧ୍ୟ ଦିଆଯାଇଥିଲା ।
ଏଥିସହିତ ସମସ୍ତ ଅଙ୍ଗନବାଡ଼ି ସୁପରଭାଇଜର, ଏବିଓ (ABO) ଏବଂ ବିଭାଗୀୟ ସମସ୍ତ କର୍ମକର୍ତ୍ତା ଓ ସହାୟିକାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0