ଷୋଳଘର କ୍ଲଷ୍ଟର ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ଯକ୍ରମ ଅନୁଷ୍ଠିତ।

Oct 8, 2026 - 09:32
 0  7
ଷୋଳଘର କ୍ଲଷ୍ଟର ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ଯକ୍ରମ ଅନୁଷ୍ଠିତ।

ଷୋଳଘର କ୍ଲଷ୍ଟର ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ଯକ୍ରମ ଅନୁଷ୍ଠିତ।

ପୁରୋଷୋତ୍ତମପୁର, ୨୮/୧୦/୨୦୨୬(ଜାଗୃତି ଖବର):  ହିଣ୍ଡୁଳା ପ୍ରାଥମିକ ବିଦ୍ୟାଳୟ ରେ ଷୋଳ ଘର କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କ୍ଲଷ୍ଟର ର CRCC ଶ୍ରୀ ପ୍ରତାପ ଚନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱ ରେ ଓ ହିଣ୍ଡୁଳା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ କ୍ଲଷ୍ଟର ର ଦଶ ଗୋଟି ବିଦ୍ୟାଳୟ ରୁ ମୋଟ 100 ଜଣ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତି ଯୋଗିତା ରେ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନେ ଆସନ୍ତା ଦିନ ରେ ହେବାକୁ ଥିବା ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ରୁପେ ଜିଲ୍ଲା ଶିକ୍ଷକ ଶିକ୍ଷା ଅନଷ୍ଠାନ ର ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ପରିଡ଼ା ଯୋଗ ଦେଇ ପ୍ରଭାବଶାଳୀ ଭାଷଣ ଦେଇ ସମସ୍ତଙ୍କର ମନ କିଣି ନେଇଥିଲେ, ସମ୍ମାନୀୟ ଅତିଥି ରୁପେ ଏ. ବି. ଇ. ଓ ତଥା ବି ଆର ସି ସି ଶ୍ରୀ ବିଜୟ ଚନ୍ଦ୍ର ବେହେରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଭକ୍ତ ବତ୍ସଳ ଜାନି ଓ ଶ୍ରୀ ଦେବରାଜ ବେହେରା, ସ୍ଥାନୀୟ ଷୋଳ ଘର ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ତଥା ସମାଜ ସେବୀ ଶ୍ରୀ ପ୍ରମୋଦ କୁମାର ମହାନ୍ତି,ex board ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ ବେହେରା, ଗଣେଶ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ବିଚାରକ ମଣ୍ଡଳୀ ଭାବେ କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟ ରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟ ତୁଲାଇ ଥିଲେ। ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଵିଜୟୀ ଛାତ୍ର ଛାତ୍ରୀ ମାନଙ୍କୁ ମୂଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କାର ବଣ୍ଟନ କରାଯାଇଥିଲା। ହିଣ୍ଡୁଳା ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଶ୍ରୀ ତପୁ ସିଂ ଙ୍କ ନିଖୁଣ କାରିଗରୀ କୌଶଳ ରେ ସଭାମଞ୍ଚ ଝଲସି ଉଠିଥିଲା। ଏହି କାର୍ଯ୍ୟକ୍ରମ ର ମୂଖ୍ୟ ଆକର୍ଷଣ ଥିଲା ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ଷ୍ଟଲ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକ ମାନେ ଏହାର ଭରପୂର ଆନନ୍ଦ ନେଇଥିଲେ। ଶେଷରେ ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସଦାନନ୍ଦ ବସନ୍ତିଆ ସମସ୍ତଙ୍କୁ ଧନ୍ୟବାଦ ଦେଈ ସଭା ସଂଗ ଘୋଷଣା କରିଥଲେ।

ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର  ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0