ଡେଙ୍ଗାପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ 'ସୁରଭି' କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଡେଙ୍ଗାପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ 'ସୁରଭି' କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଶେରଗଡ , ୧୬/୧୦/୨୦୨୬(ରିପୋର୍ଟର - ବାପୁନି ସେଠୀ) : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଧନନ୍ତର କ୍ଲଷ୍ଟର ପକ୍ଷରୁ ଆଜି ସରକାରୀ ଉତୀନ୍ନ ଉଚ୍ଚ ବିଦ୍ୟାଳୟ ଡେଙ୍ଗାପଦରଠାରେ କ୍ଲଷ୍ଟର ସ୍ତରୀୟ 'ସୁରଭି' କାର୍ଯ୍ୟକ୍ରମା ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି I
ସି.ଆର.ସି.ସି. ଶ୍ରୀ ଆଶିଷ କୁମାର ସେଠୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧନନ୍ତର କ୍ଲଷ୍ଟର ଅଧୀନ୍ନ ୧୦ଟି ବିଦ୍ୟାଳୟର ପ୍ରାୟ ୧୫୦ ଜଣ ମେଧାବୀ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ପ୍ରତିଭାର ବିକାଶ ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ସି.ଆର.ସି.ସି ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଚାରକ ଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ଚୟନ କରିଥିଲେ। ଚୟନିତ ପ୍ରତିଯୋଗୀମାନେ ଆଗାମୀ ଦିନରେ ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।
ଏହି ଉତ୍ସବରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ଶ୍ରୀ ମଧୁସୂଦନ ସାହୁ, ବିଦ୍ୟାଳୟର ସଭାପତି ଶ୍ରୀ ରଞ୍ଜନ ସାହୁ, ସମାଜସେବୀ ଶ୍ରୀ ଶିବ ପ୍ରସାଦ ପାଣିଗ୍ରାହୀ, ସରକାରୀ ଉତୀନ୍ନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ମୃତିଞ୍ଜନା ପଣ୍ଡା ଏବଂ ପିଏମ ଶ୍ରୀ ନାଥେଶ୍ୱର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରମାକାନ୍ତ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0