ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ l
ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ l
ଛତ୍ରପୁର, ୧୭/୦୯/୨୦୨୬(ଜାଗୃତି ଖବର) :ଆଜି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ସଭାଗୃହ ରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଛି l ଉକ୍ତ ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ଡ଼ଃ.ଶିବାଶିଷ ବରାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡ଼ା.ଅଲେଖ ଚନ୍ଦ୍ର ପ୍ରଧାନ ପରିଚାଳନା ସହ ମେଡ଼ିକାଲ ର ବିବରଣୀ ପାଠ କରିଥିଲେ l ଉକ୍ତ ବୈଠକରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ବରିଷ୍ଠ ଡ଼ା.ସୁଦର୍ଶନ ସାହୁ, ରୋଗୀ କଲ୍ୟାଣ ସମିତିର ସଦସ୍ୟ, ସମସ୍ତ ଲାଇନ୍ ଡିପାର୍ଟମେଣ୍ଟର ଯନ୍ତ୍ରୀ, ଅଧିକାରୀଙ୍କ ଉପସ୍ଥିତିରେ ଡାକ୍ତରଖାନାର ଆୟବ୍ୟୟ, ଉନ୍ନୟନ କାର୍ଯ୍ୟ, ନୂତନ କାର୍ଯ୍ୟ, ଅସମ୍ପୂର୍ଣ୍ଣ କାର୍ଯ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା l କିପରି ଛତ୍ରପୁର ମେଡ଼ିକାଲରେ ରୋଗୀ ଉତ୍ତମ ଚିକିତ୍ସା ପାଇବା ସହ ବାତ୍ତାବରଣ ଉତ୍ତମ ରହିବା ନିମନ୍ତେ ଉପଜିଲ୍ଲାପାଳ ଶିବାଶିଷ ବରାଳ ପରାମର୍ଶ ଦେବା ସହ ମେଡ଼ିକାଲ ଗୋଟେ ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି ତେଣୁ ସମ୍ପୃକ୍ତ ସମସ୍ତ ବିଭାଗକୁ ସଠିକ୍ ସମୟରେ କାର୍ଯ୍ୟ ସଂପାଦନ କରିବା ନିମନ୍ତେ ନିର୍ଦ୍ଧେଶ ଦେଇଥିଲେ l ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କ ଉତ୍ତମ ଚିକିତ୍ସା ନିମନ୍ତେ ଯାହା ଆଲୋଚନା ହେଲା ସମସ୍ତ କାର୍ଯ୍ୟକୁ ଆଜିର ବୈଠକରେ ଗୃହୀତ କରି ଉନ୍ନୟନ କାର୍ଯ୍ୟ ତ୍ଵରାନିତ କରିବା ନିମନ୍ତେ ଅଧୀକ୍ଷକଙ୍କୁ ନିର୍ଦ୍ଧେଶ ଦେଇଥିଲେ l ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ବରିଷ୍ଠ ଡ଼ା.ସୁଦର୍ଶନ ସାହୁ,ରୋଗୀ କଲ୍ୟାଣ ସମିତିର ସଦସ୍ୟ ଏନ.ଦୁର୍ଯ୍ୟୋଧନ ରେଡ୍ଡୀ, ଦିପସିତ୍ ପଟନାୟକ, ସୁଧିର କୁମାର ନାହାକ,PWD,PHD ବିଭାଗର ଯନ୍ତ୍ରୀ, ମିଶନ ଶକ୍ତି ବିଭାଗର ଅଧିକାରୀ ଉପସ୍ଥିତ ଥିଲେ l ଶେଷରେ ମେଡ଼ିକାଲ ମ୍ୟାନେଜର ଗଣେଶ ନାହାକ ଧନ୍ୟବାଦ ଅର୍ପଣ କରିଥିଲେ l
ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0