ଗଞ୍ଜାମ ଜିଲ୍ଲାରେ ବିକାଶର ନଗ୍ନ ଚିତ୍ର ! ପାଣି ପାଇଁ ଛଟପଟ ମହିଳା ଏବଂ ଶିଶୁ  ।

May 29, 2026 - 19:49
 0  11
ଗଞ୍ଜାମ ଜିଲ୍ଲାରେ ବିକାଶର ନଗ୍ନ ଚିତ୍ର ! ପାଣି ପାଇଁ ଛଟପଟ ମହିଳା ଏବଂ ଶିଶୁ  ।

ଗଞ୍ଜାମ ଜିଲ୍ଲାରେ ବିକାଶର ନଗ୍ନ ଚିତ୍ର ! ପାଣି ପାଇଁ ଛଟପଟ ମହିଳା ଏବଂ ଶିଶୁ  ।

ଧରାକୋଟ, ୨୯-୦୫-୨୦୨୬(ଜାଗୃତି ଖବର) : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ବରଡ଼ାବିଲି ଗ୍ରାମରେ ଦୀର୍ଘ ୩୦ ବର୍ଷ ଧରି ପାନୀୟ ଜଳ ସମସ୍ୟାର ସମାଧାନ ହୋଇନଥିବା ଘଟଣା ଏବେ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ପ୍ରତିଦିନ ପାଣି ମୁନ୍ଦେ ପାଇଁ ଗ୍ରାମର ମହିଳା ଓ ଶିଶୁମାନେ ନାହିଁ ନଥିବା ଦୁଃଖ ଭୋଗ କରୁଛନ୍ତି ।


ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବାରମ୍ବାର ପ୍ରଶାସନ ଏବଂ ସରକାରୀ କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇପାରିନାହିଁ । ମହିଳାମାନେ ଅନେକଥର ସ୍ଥାନୀୟ କାର୍ଯ୍ୟାଳୟ ଘେରାଉ କରି ପ୍ରତିବାଦ କରିଥିଲେ ମଧ୍ୟ କୌଣସି ସରକାରୀ ବାବୁ ଗ୍ରାମକୁ ଆସି ସ୍ଥିତି ପରିଦର୍ଶନ କରୁନାହାନ୍ତି କିମ୍ବା ପାନୀୟ ଜଳ ପାଇଁ ଯଥାଚିତ ବ୍ୟବସ୍ଥା କରୁନାହାନ୍ତି ।

ଏହି ଘଟଣା ସରକାରଙ୍କ ଗ୍ରାମୀଣ ବିକାଶ ଓ ପାନୀୟ ଜଳ ଯୋଜନାର ସଫଳତା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି । ଗ୍ରୀଷ୍ମ ପ୍ରବାହ ବଢ଼ୁଥିବା ବେଳେ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ଆହୁରି ଗୁରୁତର ହେଉଛି । ତୁରନ୍ତ ସରକାର ଓ ସ୍ଥାନୀୟ ପ୍ରଶାସନ ଏହାପ୍ରତି ଦୃଷ୍ଟି ଦେଇ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଗଣେଶ ପାଣିଗ୍ରାହୀ ରିପୋର୍ଟ  ଜାଗୃତି ଖବର ।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0