ମାନବାଧିକାର ମିଶନ ର ପ୍ରୟାସ ରେ ଅବହେକିତ କୁନୀ ଦିବ୍ୟାଙ୍ଗ ପାଇଲେ ଭତ୍ତା |

Sep 22, 2026 - 06:16
 0  1
ମାନବାଧିକାର ମିଶନ ର ପ୍ରୟାସ ରେ ଅବହେକିତ କୁନୀ ଦିବ୍ୟାଙ୍ଗ ପାଇଲେ ଭତ୍ତା  |

ମାନବାଧିକାର ମିଶନ ର ପ୍ରୟାସ ରେ ଅବହେକିତ କୁନୀ ଦିବ୍ୟାଙ୍ଗ ପାଇଲେ ଭତ୍ତା |

ପୁରୁଷତ୍ତମପୁର,୨୨/୦୯/୨୦୨୬(ଜାଗୃତି ଖବର) : ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ପ୍ରତାପପୁର ଗ୍ରାମର କାର୍ତ୍ତିକ ପାତ୍ରଙ୍କ ୬ ବର୍ଷୀୟା କନ୍ୟା ନିସା ପାତ୍ର ଜନ୍ମରୁ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଦୀର୍ଘଦିନ ଧରି ଦିବ୍ୟାଙ୍ଗ ଭତ୍ତା ପାଇବାରୁ ବଞ୍ଚିତ ଥିଲେ।

ଏହି ବିଷୟରେ ମାନବାଧିକାର ମିଶନ ଅବଗତ ହେବା ପରେ ମିଶନ ପକ୍ଷରୁ ତୁରନ୍ତ ହସ୍ତକ୍ଷେପ କରାଯାଇଥିଲା। ମିଶନର ସଭାପତି ଶ୍ରୀ ଲୋକନାଥ ତ୍ରିପାଠୀ, ସାଧାରଣ ସମ୍ପାଦକ ଶ୍ରୀ ବିଜୟ କୁମାର ତ୍ରିପାଠୀ, ଉପସଭାପତି ଶ୍ରୀ ସୁଦାମ ସାହୁ, ମିଡିଆ ସେକ୍ରେଟାରୀ ଶ୍ରୀ ପ୍ରସନ୍ନ କୁମାର ଦାଶ ଏବଂ ଅର୍ଗାନାଇଜେସନ୍ ସେକ୍ରେଟାରୀ ଶ୍ରୀ ବିଶ୍ୱରଞ୍ଜନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି ମାମଲାକୁ ଗୁରୁତ୍ୱର ସହ ନିଆଯାଇଥିଲା।

ନିସା ପାତ୍ରଙ୍କ ଦିବ୍ୟାଙ୍ଗ ଭତ୍ତା ସମ୍ପର୍କରେ ମାନବାଧିକାର ମିଶନ ପକ୍ଷରୁ ପୁରୁଷୋତ୍ତମପୁର

ବି ଏସ ଏସ ଓ , ପୁରୁଷୋତ୍ତମପୁର ବିଡ଼ିଓ ଦେବାଶିଷ ସାମଲ , ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା , ଚତ୍ରପୁର ସବ୍-କଲେକ୍ଟର ଶୁଭାଶିଷ ବରାଳ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କୁ ଲିଖିତ ଚିଠି ମାଧ୍ୟମରେ ଅବଗତ କରାଯାଇଥିଲା। ଏହାସହ ସମ୍ପୃକ୍ତ କାର୍ଯ୍ୟାଳୟଗୁଡ଼ିକ ସହିତ ନିରନ୍ତର ଯୋଗାଯୋଗ କରାଯାଇ ଆବଶ୍ୟକ ପଦକ୍ଷେପ ପାଇଁ ଅନୁରୋଧ କରାଯାଇଥିଲା।

ମାନବାଧିକାର ମିଶନର ନିରନ୍ତର ପ୍ରୟାସ ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ସହଯୋଗର ଫଳସ୍ୱରୂପ ନିସା ପାତ୍ରଙ୍କୁ ତାଙ୍କର ନ୍ୟାୟସଙ୍ଗତ ଅଧିକାର ଓ ଦିବ୍ୟାଙ୍ଗ ଭତ୍ତା ପ୍ରଦାନର ପଥ ସୁଗମ ହୋଇପାରିଲା |

ଏହି ସମଗ୍ର ପ୍ରକ୍ରିୟାରେ ପୁରୁଷୋତ୍ତମପୁର ତହସିଲଦାରଙ୍କ ଭୂମିକା ବହୁତ ବହୁତ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଶଂସନୀୟ ଥିଲା। ଜଣେ ଦିବ୍ୟାଙ୍ଗ ଶିଶୁଙ୍କ ଅଧିକାର ସୁନିଶ୍ଚିତ କରିବା ଦିଗରେ ତାଙ୍କର ସହଯୋଗ ଏବଂ ସମ୍ବେଦନଶୀଳ ପଦକ୍ଷେପ ଉଲ୍ଲେଖନୀୟ।

ଏହି ମାମଲାରେ ସହଯୋଗ କରିଥିବା , ପୁରୁଷୋତ୍ତମପୁର ବିଡ଼ିଓ , ପୁରୁଷୋତ୍ତମପୁର ତହସିଲଦାର, ଛତ୍ରପୁର ସବ୍-କଲେକ୍ଟର ମାନବାଧିକାର ମିଶନ ପକ୍ଷରୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଦିଆ ଯାଇଛି ।

ଜଣେ ଅସହାୟ ଓ ଦିବ୍ୟାଙ୍ଗ ଶିଶୁଙ୍କ ଅଧିକାର ପାଇଁ ସମାଜ ଓ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କଲେ ନ୍ୟାୟ ପ୍ରଦାନ ସମ୍ଭବ—ନିସା ପାତ୍ରଙ୍କ ମାମଲା ଏହାର ଏକ ଉଦାହରଣ।

ମାନବାଧିକାର ମିଶନ — ନ୍ୟାୟ ଓ ଅଧିକାର ପାଇଁ ସଦା ତତ୍ପର ରହିଛି ଓ ରହିବ ମଧ୍ୟ ।ଏହିଭତ୍ତା ପ୍ରଦାନ କାର୍ଯ୍ୟକ୍ରମ ରେ ବିଡ଼ିଓ, ତହସିଲଦାର, ବ୍ଲକ ଅଧକ୍ଷା ପିଙ୍କି ବେହେରା,ଅଧକ୍ଷା ପ୍ରତିନିଧି ଜଗତ ବନ୍ଧୁ ପଣ୍ଡା, ଭତ୍ତା ସୁପର ଭାଇଜରଜୟଶ୍ରୀ ଦୋରା,କୈଳାଶ ସେଠୀ ଙ୍କ ସମେତ " ମିଶନ` ର ପଦାଧିକାରୀ ମାନେ ଉପସ୍ଥିତ ଥିଲେ |

ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0