ଦିଗପହଣ୍ଡିରେ ଶିକ୍ଷା ଓ ସଫଳତାର ଏକ ନୂଆ ଅଧ୍ୟାୟ ।

Oct 7, 2026 - 22:56
 0  26
ଦିଗପହଣ୍ଡିରେ ଶିକ୍ଷା ଓ ସଫଳତାର ଏକ ନୂଆ ଅଧ୍ୟାୟ ।

ଦିଗପହଣ୍ଡିରେ ଶିକ୍ଷା ଓ ସଫଳତାର ଏକ ନୂଆ ଅଧ୍ୟାୟ ।

ଦିଗପହଣ୍ଡି, ୦୭/୧୦/୨୦୨୬ ( ରିପୋର୍ଟର - ବାପୁନି ସେଠୀ) : ଦିଗପହଣ୍ଡିରେ ଆନନ୍ଦ ଓ ଉତ୍ସାହର ସହିତ ‘VSC 24/7’ର ଭବ୍ୟ ଶୁଭ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା ଓ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି କ୍ଷେତ୍ରରେ ଏହି ନୂତନ ପଦକ୍ଷେପ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ଆଶା ଓ ଭବିଷ୍ୟତର ଆଲୋକ ବର୍ତ୍ତିକା ସାଜିଛି।

ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଏବଂ ମୁଖ୍ୟ ବକ୍ତା ଭାବେ ଡା. କୈଳାଶ ଚନ୍ଦ୍ର ସ୍ୱାଇଁ ଯୋଗଦେଇ କାର୍ଯ୍ୟକ୍ରମଟିକୁ ଶୋଭାମଣ୍ଡିତ କରିଥିଲେ।

ଏହାସହିତ ସମ୍ମାନନୀୟ ଅତିଥି ଆଲୋକ ବିଷୋୟୀ, ଟୁନା ପଣ୍ଡା, ରବି ସାର୍, ସରୋଜ କୁମାର ଦାଶ, ସନ୍ତୋଷ କୁମାର ବିଶ୍ୱାଳ, କୈଳାଶ ସାର୍, ବନ୍ଦନା ପାଣିଗ୍ରାହୀ, ମଧୁସ୍ମିତା ହୋତା, ସତ୍ୟ ନାରାୟଣ ମିଶ୍ର ଏବଂ କେଦାରନାଥ ସାହୁ ପ୍ରମୁଖ ଉପସ୍ଥିତ ରହି ଅନୁଷ୍ଠାନକୁ ଗୌରବାନ୍ୱିତ କରିଥିଲେ।

ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ନିଷ୍ଠା, ଶୃଙ୍ଖଳା ଏବଂ କଠିନ ପରିଶ୍ରମର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ଭବ୍ୟ କାର୍ଯ୍ୟକ୍ରମଟି ମଦନ ମୋହନ ପାଢ଼ୀ, ଲବ ଜେନା, କୁଶ ଜେନା ଏବଂ VSC ର ସମସ୍ତ କର୍ମଚାରୀଙ୍କ ନିରବଚ୍ଛିନ୍ନ ଓ ମିଳିତ ପ୍ରୟାସରେ ସଫଳତାର ସହିତ ସମ୍ପନ୍ନ ହୋଇଛି। VSC 24/7 ଦିଗପହଣ୍ଡିରେ ଆଗାମୀ ଦିନରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଏକ ପ୍ରମୁଖ କେନ୍ଦ୍ର ସାଜିବ ବୋଲି ଆଶା କରାଯାଉଛି।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0