ଭାରତୀୟ ଶିକ୍ଷାବିକାଶ ସଂସ୍ଥାନ ଦ୍ୱାରା ଆୟୋଜିତ ପ୍ରାଦେଶିକ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ।

Sep 22, 2026 - 06:20
 0  1
ଭାରତୀୟ ଶିକ୍ଷାବିକାଶ ସଂସ୍ଥାନ ଦ୍ୱାରା ଆୟୋଜିତ ପ୍ରାଦେଶିକ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ।

ଭାରତୀୟ ଶିକ୍ଷାବିକାଶ ସଂସ୍ଥାନ ଦ୍ୱାରା ଆୟୋଜିତ ପ୍ରାଦେଶିକ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ।

ବ୍ରହ୍ମପୁର , ୨୨/୦୯/୨୦୨୬ (ଜାଗୃତି ଖବର) : ବ୍ରହ୍ମପୁର-ସ୍ଥାନୀୟ ବାସୁଦେବନଗରସ୍ଥିତ ମା ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ଭାରତୀୟ ଶିକ୍ଷାବିକାଶ ସଂସ୍ଥାନ ର ୨୬ତମ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବ ରେ ବିଦ୍ୟାଳୟ ର ପ୍ରତିଷ୍ଠାତା ଶ୍ରୀମହନ୍ତ କମଳାକାନ୍ତ ଦାସ ମହାରାଜ, ସ୍ଥାୟୀ ସଭାପତି ତଥା ବ୍ରହ୍ମପୁର ର ପୂର୍ବତନ ବିଧାୟକ ଡ଼ଃ ରମେଶଚନ୍ଦ୍ର ଚ୍ୟାୟୁପଟ୍ଟନାୟକ, ସଂସ୍ଥାନ ର ସାଧାରଣ ସମ୍ପାଦକ ରଞ୍ଜନ କୁମାର ସାହୁ, କାର୍ଯ୍ୟାଳୟ ସମ୍ପାଦକ ପ୍ରକାଶ ଚନ୍ଦ୍ର ବିଶୋଇ, ପରୀକ୍ଷା ପ୍ରମୁଖ ଉଷାରାଣୀ ତ୍ରିପାଠୀ, ପ୍ରଧାନଆଚାର୍ଯ୍ୟା ସୁକାନ୍ତି ଶତପଥି ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଆଚାର୍ଯ୍ୟ ଅମୀୟ କୁମାର ରଥ ଅତିଥି ପରିଚୟ, ସମ୍ପାଦିକା ମହୋଦୟା ବିବରଣୀ ପଠନ, କରିଥିବା ବେଳେ ମୃତ୍ୟୁଞ୍ଜୟ ବିଷୋଇ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତାରେ ୨୦ଟି ବିଦ୍ୟାଳୟ ରୁ ୧୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି କୁନି ବୈଜ୍ଞାନିକ ମାନଙ୍କର ପ୍ରକଳ୍ପ ଗୁଡିକୁ ବରିଷ୍ଠ ବିଜ୍ଞାନ ଶିକ୍ଷକ ଜୟସେନ ପ୍ରଧାନ, ଭଗବାନ ବିଶ୍ୱାଳ, ସୁନିତା ପଟ୍ଟନାୟକ, ରିତାରାଣୀ ବେହେରା, ତନୁଜା ପଟ୍ଟନାୟକ, ପି, ଶ୍ୟାମଳା ଦେବୀ, ସିଏଚ ସୁରେନ୍ଦ୍ର ପାତ୍ର, କାମରାଜୂ ପାତ୍ର, ବାଙ୍କନିଧି ପ୍ରଧାନ, ପ୍ରେମଲତା ପଟ୍ଟନାୟକ ନିରୀକ୍ଷଣ କରିଥିଲେ। କୃତିପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସତ୍ୟନାରାୟଣ ଦାସ, ସାଇ ନାରାୟଣ ସାହୁ, ସତ୍ୟବାଦୀ ସାହୁ, ଶିବ ସାହୁ, ଗୀତାଞ୍ଜଳି ପଣ୍ଡା, ତୁଳସୀ ପଟ୍ଟନାୟକ, ରଂଜିତ ଖାଡ଼ଙ୍ଗା, ରାଜେନ୍ଦ୍ର ପଟ୍ଟନାୟକ, ରମେଶ ପ୍ରଧାନ, ଅଶ୍ୱିନୀ କୁମାର ଦାସ ଶିଶୁ ସେବକ ପ୍ରବୋଧ ପାତ୍ର, ସେବିକା ବିଜୟ ଲଷ୍ମୀ ପଣ୍ଡା ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ। 

ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0