ଶେରଗଡ଼ ମେଡିକାଲରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର: ଅପରେସନ ପରେ ଥଣ୍ଡା ଚଟାଣରେ ଶୋଇଲେ ମା' ମାନେ ।
ଶେରଗଡ଼ ମେଡିକାଲରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର: ଅପରେସନ ପରେ ଥଣ୍ଡା ଚଟାଣରେ ଶୋଇଲେ ମା' ମାନେ ।
ଶେରଗଡ , ୨୧/୦୬(ଜାଗୃତି ଖବର) : ବିକଶିତ ଭାରତର ଦେଶାତ୍ମବୋଧକ ନାରା ଭିତରେ ଏହା ହେଉଛି ଓଡ଼ିଶା ସ୍ୱାସ୍ଥ୍ୟ ସେବାର ଏକ ଅତି ନଗ୍ନ ଏବଂ ଅମାନୁଷିକ ଚିତ୍ର। ଯେଉଁଠି ଜନ୍ମଦାତ୍ରୀ ମା'କୁ ମିଳୁନି ସର୍ବନିମ୍ନ ସମ୍ମାନ। ଅପରେସନ ପରେ ବେଡ୍ ନପାଇ ମେଡିକାଲର କଂକ୍ରିଟ୍ ତଳେ ପଡ଼ି ରହିଛନ୍ତି ମା' ମାନେ।
ଏଭଳି ଏକ ସମ୍ବେଦନଶୀଳ ଏବଂ ଚିନ୍ତାଜନକ ଖବର ଆସିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ।
ଘଟଣାଟି ଘଟିଛି ଗତ ୧୯ ଜୁନ୍ ୨୦୨୬ ତାରିଖରେ। ମେଡିକାଲକୁ ପରିବାର ନିୟନ୍ତ୍ରଣ ବା ଫେମିଲି ଅପରେସନ ପାଇଁ ଆସିଥିବା ମହିଳାମାନଙ୍କୁ ଅସ୍ତ୍ରୋପଚାର ପରେ କୌଣସି ବେଡ୍ ଯୋଗାଇ ଦିଆଯାଇ ନାହିଁ। ବେଡ୍ ଅଭାବର ବାହାନା ଦେଖାଇ ମା' ମାନଙ୍କୁ ଅତି ଅମାନୁଷିକ ଭାବରେ ସେହି ଅପରେସନ ଅବସ୍ଥାରେ ଥଣ୍ଡା ତଳେ ଶୁଆଇ ଦିଆଯାଇଛି। ସ୍ୱାସ୍ଥ୍ୟ କେନ୍ଦ୍ରର ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ସରକାରଙ୍କ ବଡ଼ ବଡ଼ ଦାବିର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି।
ସେତିକି ନୁହେଁ, ଅଭିଯୋଗ ମୁତାବକ ସେଠାରେ ଥିବା କିଛି ଡାକ୍ତର ଏବଂ ସେମାନଙ୍କ ଦଲାଲ ମାନଙ୍କର ମଧୁଚନ୍ଦ୍ରିକା ଚାଲିଛି। ସରକାରୀ ମେଡିକାଲରେ ମାଗଣା ଔଷଧ ଦେବା ବଦଳରେ, ଗରିବ ରୋଗୀଙ୍କୁ ବାହାରୁ ଦାମୀ ମେଡିସିନ କିଣିବା ପାଇଁ ବାଧ୍ୟ କରାଯାଉଛି। ଫଳରେ ଡାକ୍ତର ଓ ଦଲାଲ ମାଲାମାଲ ହେଉଥିବା ବେଳେ ଗରିବ ଜନସାଧାରଣ ଶୋଷଣର ଶିକାର ହେଉଛନ୍ତି ବୋଲି ବହୁ ଥାର ଅଭିଯୋଗ ଦେଲେଣି ପୀଡ଼ିତା ମାନେ କିନ୍ତୁ କିଛି ପଦକ୍ଷେପ ନିଆଯାଉନାହିଁ ।
ସବୁଠାରୁ ଦୁଃଖଦାୟକ ଏବଂ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଜନସାଧାରଣ ଏବଂ ଗଣମାଧ୍ୟମ ପ୍ରତିନିଧି ଯେତେବେଳେ ଏହି ସମସ୍ୟା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବା CDMO ଙ୍କ ସହ ଯୋଗାଯୋଗ କରିଥିଲୁ, ସେତେବେଳେ ସେ ସେତେବେଳେ ମେଟିଂ ରେ ବ୍ୟସ୍ତ ଅଛନ୍ତି କହି କିନ୍ତୁ ତାହାର ର କିଛି ପ୍ରତି ଉତ୍ତର ମିଳିନଥିଲା । ଦୃଭଗ୍ୟର ବିଷୟ ଆମର ଗଣମାଧ୍ୟମ ପ୍ରତିନିଧି ଭିଡିଓ ଓ ଭିଜୁଆଲ ପଠାଯାଇଥିଲେ ସେଇ ଭିଜୁଆଲ ଗୁଡ଼ିକ ଶେରଗଡ଼ ମେଡ଼ିକାଲର ଚିତ୍ର ।
ଜଣେ ଦାୟିତ୍ୱବାନ ଅଧିକାରୀ ହୋଇ ଜନସାଧାରଣଙ୍କ ସମସ୍ୟା ପ୍ରତି ଏଭଳି ଦାୟିତ୍ୱହୀନ ମନୋଭାବ ସ୍ୱାସ୍ଥ୍ୟ ବିଭାଗ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜନସାଧାରଣ ଏବଂ ସାମାଜିକ କର୍ମୀମାନେ ଏହି ବିଷୟରେ ମାନ୍ୟବର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଦୋଷୀ ଡାକ୍ତର ଏବଂ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ତେବେ ଦେଖିବାକୁ ବାକି ରହିଲା, ପ୍ରଶାସନ ଏହି ଗରିବ ମା' ମାନଙ୍କୁ କେବେ ନ୍ୟାୟ ଦେଉଛି ଏବଂ ଶେରଗଡ଼ ମେଡିକାଲକୁ ଏହି ଦଲାଲରାଜ୍ରୁ କେବେ ମୁକ୍ତ କରାଯାଉଛି।
ଗଞ୍ଜାମ ଜିଲ୍ଲା ଶେରଗଡ଼ରୁ ଗୌରହରୀ ସାବତଙ୍କ ରିପୋର୍ଟ ଜାଗୃତି ଖବର ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0