ସ୍ୱଚ୍ଛତା ପାଇଁ ଇଲେକ୍ଟ୍ରିକସିଆନ୍ ଓ ପ୍ଲମ୍ବର ଆସୋସିଆନ୍ ପକ୍ଷରୁ ନିଆରା ପ୍ରୟାସ। 

Jul 19, 2026 - 16:38
 0  24
ସ୍ୱଚ୍ଛତା ପାଇଁ ଇଲେକ୍ଟ୍ରିକସିଆନ୍ ଓ ପ୍ଲମ୍ବର ଆସୋସିଆନ୍ ପକ୍ଷରୁ ନିଆରା ପ୍ରୟାସ। 

ସ୍ୱଚ୍ଛତା ପାଇଁ ଇଲେକ୍ଟ୍ରିକସିଆନ୍ ଓ ପ୍ଲମ୍ବର ଆସୋସିଆନ୍ ପକ୍ଷରୁ ନିଆରା ପ୍ରୟାସ। 

ଶେରଗଡ଼ ,୧୯/୦୭/୨୦୨୬ (ଜାଗୃତି ଖବର ):  ପବିତ୍ର ରଥଯାତ୍ରା ଅବସରରେ ଶେରଗଡ଼ ଆଡ଼ପ ମଣ୍ଡପ (ଗୁଣ୍ଡିଚା ମନ୍ଦିର) ପରିସର ଓ ଏହାର ଆଖପାଖ ଅଞ୍ଚଳରେ ସ୍ଥାନୀୟ ଇଲେକ୍ଟ୍ରିକସିଆନ୍ ଏବଂ ପ୍ଲମ୍ବର ଆସୋସିଆନ୍ ତରଫରୁ ଏକ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଶେରଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରୁ ମହାପ୍ରଭୁ ଆଡ଼ପ ମଣ୍ଡପକୁ ବିଜେ କରିଥିବା ବେଳେ ଶ୍ରଦ୍ଧାଳୁଙ୍କ ଜନସମାଗମକୁ ଦୃଷ୍ଟିରେ ରଖି ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଆସୋସିଆନର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ଆଡ଼ପ ମଣ୍ଡପ ସମୁଖ ରାସ୍ତା, ମନ୍ଦିର ପ୍ରାଙ୍ଗଣ ଓ ଜନଗହଳି ପୂର୍ଣ୍ଣ ସ୍ଥାନଗୁଡ଼ିକୁ ସଫା କରିବା ସହ ସମସ୍ତ ଅଳିଆ ଆବର୍ଜନା ସଂଗ୍ରହ କରିଥିଲେ। ଏହା ସହିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କୁ ପରିବେଶ ସ୍ୱଚ୍ଛ ରଖିବା ଏବଂ ପ୍ଲାଷ୍ଟିକ ବ୍ୟବହାର ନକରିବା ପାଇଁ ସଂଘ ପକ୍ଷରୁ ଅନୁରୋଧ ଓ ସଚେତନ କରାଯାଇଥିଲା।
ଆସୋସିଆନର କର୍ମକର୍ତ୍ତାଙ୍କ ସୂଚନା ଅନୁସାରେ:
"ମହାପ୍ରଭୁଙ୍କ ଘୋଷଯାତ୍ରା ଓ ଆଡ଼ପ ମଣ୍ଡପରେ ଭକ୍ତମାନଙ୍କ ସେବା କରିବାର ଏହା ଏକ ଛୋଟ ପ୍ରୟାସ। ବୃତ୍ତିଗତ କାମ ସହ ସମାଜ ପ୍ରତି ଥିବା ଦାୟିତ୍ୱକୁ ନିଭାଇବା ଏବଂ ଶେରଗଡ଼କୁ ସ୍ୱଚ୍ଛ ରଖିବା ଆମର ମୁଖ୍ୟ ଉଦ୍ଦେଶ୍ୟ।" ଏହି ଅଭିଯାନରେ ଆସୋସିଆନର ସମସ୍ତ ସଦସ୍ୟ ସ୍ୱେଚ୍ଛାକୃତ ଭାବେ ଯୋଗଦେଇ ନିଜର ଶ୍ରମଦାନ କରିଥିଲେ।ଶ୍ରୀ ଗୁଣ୍ଡିଚା ଯାତ୍ରା ଠାରୁ ବାହୁଡ଼ା ଯାତ୍ରା ଯାଏଁ  ସକାଳ ଭୋର୍ ୪ଘଣ୍ଟ ସମୟ ରେ ଯାଇ ଆଡ଼ପ ମଣ୍ଡପ ତଥା ରଥ ଚାରିପର୍ଶ୍ଵ ସଫା କରିବା ସହିତ ସନ୍ଧ୍ୟା ସମୟ ରେ ଗହଳି ପୂର୍ଣ୍ଣ ଜାଗାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥାନ୍ତି। ରଥଯାତ୍ରାର ଏହି ପବିତ୍ର ମହୋତ୍ସବରେ ସଂଘର ଏଭଳି ନିଷ୍ଠାପର ଓ ସାମାଜିକ କାର୍ଯ୍ୟକୁ ଶେରଗଡ଼ ଅଞ୍ଚଳର ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ବେଶ୍ ପ୍ରଶଂସା କରିଛନ୍ତି।
ଗଞ୍ଜାମ ଜିଲ୍ଲା ଶେରଗଡ଼ ରୁ ରାଜକିଶୋର ସାବତଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0