ଖବର ପ୍ରସାରଣ ପରେ ତତ୍ପର ପ୍ରଶାସନ । ଲୋକଙ୍କ ସମସ୍ୟା ବୁଝିବାକୁ ଗଣ୍ଡଳାରେ ପହଞ୍ଚିଲେ ହିଞ୍ଜିଳି ପ୍ରଶାସନିକ ଅଧିକାରୀ ।

Aug 19, 2026 - 07:10
 0  23
ଖବର ପ୍ରସାରଣ ପରେ ତତ୍ପର ପ୍ରଶାସନ । ଲୋକଙ୍କ ସମସ୍ୟା ବୁଝିବାକୁ ଗଣ୍ଡଳାରେ ପହଞ୍ଚିଲେ ହିଞ୍ଜିଳି ପ୍ରଶାସନିକ ଅଧିକାରୀ ।

ଖବର ପ୍ରସାରଣ ପରେ ତତ୍ପର ପ୍ରଶାସନ ।

ଲୋକଙ୍କ ସମସ୍ୟା ବୁଝିବାକୁ ଗଣ୍ଡଳାରେ ପହଞ୍ଚିଲେ ହିଞ୍ଜିଳି ପ୍ରଶାସନିକ ଅଧିକାରୀ ।

ହିଞ୍ଜିଳିକାଟୁ, ୧୮/୮(ଜାଗୃତି ଖବର ) : ଗଣମାଧ୍ୟମରେ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କିତ ଖବର ପ୍ରସାରଣ ପାଇବା ପରେ ତତ୍ପର ହୋଇଛି ହିଞ୍ଜିଳି ପ୍ରଶାସନ। ପ୍ରକାଶିତ ଖବରକୁ ଗୁରୁତ୍ୱର ସହ ନେଇ ସମସ୍ୟାର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ଅଭିଯୋଗ ଓ ସମସ୍ୟା ବୁଝିବା ପାଇଁ ପ୍ରଶାସନିକ ଅଧିକାରୀମାନେ ସ୍ଥଳ ପରିଦର୍ଶନ କରିଛନ୍ତି । ସୂଚନାନୁଯାୟୀ, କିଛି ଦିନ ତଳେ ହିଞ୍ଜିଳିକାଟୁ ବ୍ଲକ୍‌ ଅନ୍ତର୍ଗତ ଗଣ୍ଡଳା ଗ୍ରାମର ତଳସାହି ଓ ଆଡୁଆସାହିର ବିଭିନ୍ନ ସମସ୍ୟାକୁ ନେଇ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶ ପାଇଥିଲା। ଏହି ଖବର ଉପରେ ଗୁରୁତ୍ୱ ଦେଇ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସାଗରିକା ଷଡ଼ଙ୍ଗୀ ତତ୍ପରତା ପ୍ରକାଶ କରିଥିଲେ। ଏହାପରେ ଲୋକଙ୍କ ସମସ୍ୟାର ବାସ୍ତବ ସ୍ଥିତି ଜାଣିବା ପାଇଁ ଗ୍ରାମାଞ୍ଚଳ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳେଇ, ଗଣ୍ଡଳା ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଦାଶଙ୍କ ସମେତ ଅନ୍ୟ ପଞ୍ଚାୟତ ଅଧିକାରୀମାନେ ଗଣ୍ଡଳା ଗ୍ରାମରେ ପହଞ୍ଚି ସ୍ଥଳ ପରିଦର୍ଶନ କରିଥିଲେ।

ସ୍ଥଳ ପରିଦର୍ଶନ ସମୟରେ ପ୍ରଶାସନିକ ଅଧିକାରୀମାନେ ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ସମସ୍ୟାର ମୂଳ କାରଣ, ବର୍ତ୍ତମାନର ସ୍ଥିତି ଓ ସମାଧାନର ସମ୍ଭାବ୍ୟ ଉପାୟ ସମ୍ପର୍କରେ ମଧ୍ୟ ଅଧିକାରୀମାନେ ତଥ୍ୟ ସଂଗ୍ରହ କରିଥିଲେ। ଲୋକଙ୍କ ଅଭିଯୋଗ ଓ ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ଆଶ୍ୱାସନ ଦିଆଯାଇଛି। ପ୍ରଶାସନିକ ଅଧିକାରୀମାନେ ସମସ୍ୟାସ୍ଥଳକୁ ପହଞ୍ଚି ଲୋକଙ୍କ କଥା ଶୁଣିଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି। ଗଣମାଧ୍ୟମରେ ପ୍ରକାଶିତ ଖବରକୁ ପ୍ରଶାସନ ଗୁରୁତ୍ୱ ଦେଇ ତୁରନ୍ତ ପଦକ୍ଷେପ ନେଇଥିବାରୁ ଏହାକୁ ସାଧାରଣରେ ସ୍ୱାଗତ କରାଯାଇଛି। ତେବେ ଲୋକଙ୍କ ଦୀର୍ଘଦିନର ସମସ୍ୟାର ସ୍ଥାୟୀ ସମାଧାନ କେବେ ହେବ, ଏବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। 

ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0