ଶେରଗଡ଼ରେ ଅଙ୍ଗନବାଡ଼ି କର୍ମୀଙ୍କ 'ଅଦ୍ୱିକା' ତାଲିମ ଶିବିର: ବାଲ୍ୟ ବିବାହ ରୋକିବା ସହ କିଶୋରୀ ସଶକ୍ତୀକରଣ ଉପରେ ଗୁରୁତ୍ୱ ।
ଶେରଗଡ଼ରେ ଅଙ୍ଗନବାଡ଼ି କର୍ମୀଙ୍କ 'ଅଦ୍ୱିକା' ତାଲିମ ଶିବିର ବାଲ୍ୟ ବିବାହ ରୋକିବା ସହ କିଶୋରୀ ସଶକ୍ତୀକରଣ ଉପରେ ଗୁରୁତ୍ୱ ।
ଶେରଗଡ଼ , ୦୯/୦୯/୨୦୨୬(ରିପୋର୍ଟର- ବାପୁନି ସେଠୀ) : ଗଞ୍ଜାମ ଜିଲ୍ଲା ଶେରଗଡ଼ସ୍ଥିତ ମିଶନ ଶକ୍ତି ଭବନଠାରେ ଅଙ୍ଗନବାଡ଼ି କର୍ମୀମାନଙ୍କ ପାଇଁ 'ଅଦ୍ୱିକା' ଯୋଜନା ଅଧୀନରେ ଏକ ଦିବସୀୟ ପ୍ରୋଜେକ୍ଟ ସ୍ତରୀୟ 'ଦକ୍ଷତା ବୃଦ୍ଧି ଓ ରିଫ୍ରେସର ତାଲିମ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
୨୦୨୬-୨୭ ବର୍ଷ ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଶେରଗଡ଼ ICDS ପ୍ରୋଜେକ୍ଟ ଦ୍ୱାରା ଆୟୋଜନ କରାଯାଇଥିବା ବେଳେ ଛତ୍ରପୁର ଜିଲ୍ଲା ମଙ୍ଗଳ ଅଫିସ ଦ୍ୱାରା ଏହା ପରିଚାଳିତ ହୋଇଥିଲା।
ଏହି ତାଲିମ ଶିବିରକୁ ଶେରଗଡ଼ ସିଡ଼ିପିଓ ମମତାଞ୍ଜଳୀ ପଣ୍ଡା ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଏଥିସହିତ ସ୍ଥାନୀୟ ସୁପରଭାଇଜର ଓ ଅନ୍ୟାନ୍ୟ ପ୍ରକଳ୍ପ କର୍ମଚାରୀମାନେ ଉପସ୍ଥିତ ରହି ତାଲିମ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ବାଲ୍ୟ ବିବାହକୁ ନାଁ କୁହନ୍ତୁ" ନାରା ସହ ବାଲ୍ୟ ବିବାହ ଦ୍ୱାରା ଝିଅମାନଙ୍କ ଭବିଷ୍ୟତ, ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବା କୁପ୍ରଭାବ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।
କିଶୋରୀମାନଙ୍କ ଶିକ୍ଷାର ଅଧିକାର, ସ୍ୱାସ୍ଥ୍ୟ ସୁରକ୍ଷା ଓ ସେମାନଙ୍କୁ ସମାଜରେ ଆଗକୁ ବଢ଼ାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ସମ୍ପର୍କରେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଦିଗଦର୍ଶନ ଦିଆଯାଇଥିଲା।
ନିଜ ନିଜ ଅଞ୍ଛଳରେ ବାଲ୍ୟ ବିବାହ ରୋକିବା ପାଇଁ ଅଙ୍ଗନବାଡ଼ି କର୍ମୀମାନେ କିପରି ପ୍ରଭାବଶାଳୀ ଭୂମିକା ଗ୍ରହଣ କରିବେ, ସେ ନେଇ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶେରଗଡ଼ ପ୍ରକଳ୍ପ ଅଧୀନରେ ଥିବା ବହୁ ସଂଖ୍ୟକ ଅଙ୍ଗନବାଡ଼ି କର୍ମୀ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0