ଅଘୋଷିତ ବିଦ୍ୟୁତକାଟ ବିରୁଦ୍ଧରେ ଅଭିନଵ ପ୍ରତିବାଦ ରେ ମହିଳା ବେଶ ରେ ଆଇନିଜିବି ବାସୁଦେବ ।
ଅଘୋଷିତ ବିଦ୍ୟୁତକାଟ ବିରୁଦ୍ଧରେ ଅଭିନଵ ପ୍ରତିବାଦ ରେ ମହିଳା ବେଶ ରେ ଆଇନିଜିବି ବାସୁଦେବ ।
ଜଗତସିଂହପୁର ,୨୦-୦୫-୨୦୨୬ : ଅଘୋଷିତ ବିଦ୍ୟୁତ କାଟ ଓ ବିଦ୍ୟୁତ ଉପଭୋକ୍ତାଙ୍କୁ ଶୋଷଣ ବିରୁଧରେ ଅଭିନବ ଉପାୟରେ ସଂଗ୍ରାମୀ ବାସୁଦେବଙ୍କ ମହିଳା ବେଶରେ ପ୍ରତିବାଦ ।
ଜଗତସିଂହପୁର ଜିଲ୍ଲାରେ ଦିନକୁ ଦିନ ଅଘୋଷିତ ବିଦ୍ୟୁତକାଟ ଅସହ୍ୟ ହେବା ସହ ବିଦ୍ୟୁତ ଉପଭୋକ୍ତାଙ୍କୁ ଶୋଷଣ ବଢି ଚାଲିଛି । ସାମାନ୍ୟ ଟିକେ ଆକାଶରେ ବାଦଲ ଘେରିଲେ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ କାଟ କରାଯାଉଛି।
ଯାହାଫଳରେ ବର୍ତ୍ତମାନର ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ଲୋକମାନେ ଅସହ୍ୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟୁତ ବିଭାଗର ଏଭଳି କାର୍ଯ୍ୟକଳାପ ବିରୁଦ୍ଧରେ ଜଗତସିଂହପୁର ଅଞ୍ଚଳର ଜଣାଶୁଣା ସଂଗ୍ରାମୀ ବାସୁଦେବ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ।
ଆଜି ସକାଳୁ ସଂଗ୍ରାମୀ ବାସୁଦେବ ମହିଳାବେଶ ଧାରଣ କରି ସମଗ୍ର ଜଗତସିଂହପୁର ବଜାର ପରିକ୍ରମା କରି ପ୍ରତିବାଦ କରିବା ସହ ଆଗାମୀ ୨୧ ତାରିଖରେ ହେବାକୁ ଥିବା ବିଦ୍ୟୁତ କାର୍ଯ୍ୟଳୟ ଘେରାଉ କାର୍ଯ୍ୟକ୍ରମରେ ଯୋଗଦେବାକୁ ସହରବାସୀଙ୍କୁ ଅନୁରୋଧ କରିଛନ୍ତି । ଯାହାକି ସଂଗ୍ରାମୀ ବାସୁଦେବଙ୍କ ଏଭଳି ପ୍ରତିବାଦ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଳିଟିଛି ।
ଜଗତସିଂହପୁର ରୁ ଗଣେଶ ପାଣିଗ୍ରାହୀ ଙ୍କ ରିପୋର୍ଟ ଜାଗୃତି ଖବର ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0