ଗଞ୍ଜାମ ଜିଲ୍ଲା ଶଶିକଳା ବିଜ୍ଞାନ ଛାତ୍ରୀ ଅନ୍ୱେଷା ଓ ପୋଲସରା ବିଜ୍ଞାନ ମହାବିଦ୍ୟାଳୟ କଳାରେ ଜିତ୍ ବ୍ଲକ ଟପର।

May 22, 2026 - 00:10
 0  6
ଗଞ୍ଜାମ ଜିଲ୍ଲା ଶଶିକଳା ବିଜ୍ଞାନ ଛାତ୍ରୀ ଅନ୍ୱେଷା ଓ ପୋଲସରା ବିଜ୍ଞାନ ମହାବିଦ୍ୟାଳୟ କଳାରେ ଜିତ୍ ବ୍ଲକ ଟପର।

ଗଞ୍ଜାମ ଜିଲ୍ଲା ଶଶିକଳା ବିଜ୍ଞାନ ଛାତ୍ରୀ ଅନ୍ୱେଷା ଓ ପୋଲସରା ବିଜ୍ଞାନ ମହାବିଦ୍ୟାଳୟ କଳାରେ ଜିତ୍ ବ୍ଲକ ଟପର।

ପୋଲସରା,୨୧/୦୫/୨୬(ଜାଗୃତି ଖବର) : ଯୁକ୍ତ +୨ ଦ୍ୱିତୀୟ ବର୍ଷ ବାର୍ଷିକ ପରୀକ୍ଷାରେ ଗଞ୍ଜାମ ଜିଲ୍ଲା, ପୋଲସରା ବ୍ଲକ, ଚିରିକିପଡ଼ା ଗ୍ରାମ ପଞ୍ଚାୟତ ନରସିଂହ ପଲ୍ଲୀ ସ୍ଥିତ ଶଶିକଳା ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟର ବିଜ୍ଞାନ ବିଭାଗର ଛାତ୍ରୀ ଅନ୍ୱେଷା ମିଶ୍ର ଟପର ହୋଇଛନ୍ତି । ସେ ସର୍ବମୋଟ ୬୦୦ ମାର୍କରୁ ୫୫୧ ନଂ ଶତକଡ଼ା ୯୧.୯୯% ମାର୍କ ରଖି ସମଗ୍ର ପୋଲସରା ବ୍ଲକରେ ଟପର ହୋଇଛନ୍ତି । ତାଙ୍କର ପିତା ପୋଲସରା ତହସିଲ କାର୍ଯ୍ୟାଳୟ ବରିଷ୍ଠ ରାଜସ୍ବ ସହାୟକ ଗିରିଜା ଶଙ୍କର ମିଶ୍ର ଏବଂ ମାତା ଶ୍ରୀମତୀ ଅମିତା ମିଶ୍ର ପୋଲସରା ୧୯ ନଂ ୱାର୍ଡ ଦାଶରଥି ନଗରର ବାସିନ୍ଦା ଅଟନ୍ତି। ସେହିପରି ଏହି ଅନୁଷ୍ଠାନର ଅନ୍ୟ ଜଣେ ବିଜ୍ଞାନ ବିଭାଗର ଛାତ୍ର ରିତେଶ ପ୍ରଧାନ ମଧ୍ୟ ୫୪୨ ନଂ ଶତକଡ଼ା ୯୦.୩ ପ୍ରତିଶତ ମାର୍କ ରଖି ଦ୍ଵିତୀୟ ସ୍ଥାନ ଅଧିକାର କରି ଥିବାବେଳେ ଛାତ୍ରଙ୍କ ପିତା ସନ୍ୟାସୀ ପ୍ରଧାନ ଏବଂ ମାତା  ଶ୍ରୀମତୀ ନିର୍ଲଭା ପ୍ରଧାନ ଉକ୍ତ ଚିରିକିପଡା ଶାସନ ଗ୍ରାମର ବାସିନ୍ଦା ଅଟନ୍ତି। ସେହିପରି ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଶୁଭମ ସାହୁ ୫୩୭ ନଂ  ଶତକଡ଼ା ୮୯ ପ୍ରତିଶତ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । +୨ କଳାରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର ଜିତ୍ କୁମାର ପ୍ରଧାନ ୫୨୭ ନଂ ଶତକଡ଼ା ୮୭ ପ୍ରତିଶତ ରଖି ବ୍ଳକ ଟପ୍ପର ହୋଇଛନ୍ତି। ଶଶିକଳା ଓ ପୋଲସରା କଲେଜର ୪ ମେଧା ଛାତ୍ରଛାତ୍ରୀଙ୍କ ଏଭଳି ସଫଳତାରେ ଉକ୍ତ ଅନୁଷ୍ଠାନର ପ୍ରତିଷ୍ଠାତା ଶଶିକଳା ପାଢ଼ୀ, ପ୍ରିନ୍ସିପାଲ୍ ଇନ୍ଦ୍ରଜିତ୍ ବିଷୋୟୀଙ୍କ ସମେତ ବିଜ୍ଞାନ ମହାବିଦ୍ୟାଳୟର ପ୍ରିନ୍ସିପାଲ ଡଃ ଦିଲ୍ଲୀପ କୁମାର ନାୟକ ଓ କମିଟିର ଅନ୍ୟ ସମସ୍ତ କର୍ମକର୍ତ୍ତା, ଅଧ୍ୟାପକ/ଅଧ୍ୟାପିକା ଆନନ୍ଦ ପ୍ରକାଶ କରିବା ସହିତ ସମସ୍ତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜଳ କାମନା କରିଛନ୍ତି।ଦିର୍ଘ ୨୫ ବର୍ଷଧରି ପୋଲସରା ଅଞ୍ଚଳ ଶିକ୍ଷା ଅନୁଷ୍ଠାନରେ ଏହିଭଳି କୃତକାର୍ଯ୍ୟ ହୋଇନଥିଲା।ଏହା ପ୍ରଥମ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।

 ଗଣେଶ ପାଣିଗ୍ରାହୀ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0