ବେଟି ବଚାଅ, ବେଟି ପଢ଼ାଅ ନେଇ ସଚେତନତା କାର୍ଯ୍ୟକ୍ରମ
ବେଟି ବଚାଅ, ବେଟି ପଢ଼ାଅ ନେଇ ସଚେତନତା କାର୍ଯ୍ୟକ୍ରମ
ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ସିଡିପିଓ ଭବାନୀ ବେହେରାଙ୍କ ସଂଯୋଜନାରେ ‘ବେଟି ବଚାଅ, ବେଟି ପଢ଼ାଅ’ ନେଇ ସଚେତନତା କାର୍ଯ୍ୟକ୍ରମ ସାନଖେମୁଣ୍ଡି ମିଶନ ଶକ୍ତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ସୀମାଞ୍ଚଳ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଉପାଧ୍ୟକ୍ଷା ରିଙ୍କି ନାୟକ, ଜିଲ୍ଲା ପରିଷଦ ସଦସ୍ୟା ମାମାନି ମାତ୍ର, ଅଧ୍ୟାପକ କୈଳାଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ପରିଷଦ ପ୍ରତିନିଧି ଶଙ୍କର୍ଷଣ ସ୍ୱାଇଁ, ଏବିଡିଓ ବୈଜୟନ୍ତୀ ମୁଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ଦାସ ଏବଂ ମହିଳା ସଶକ୍ତିକରଣ ଜିଲ୍ଲା ହବ୍ର ସମୀର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
‘ଶିଶୁ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଦୁଇଜଣ ଗେଲା ଝିଅଙ୍କ ମାତାପିତାଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଦୁଇ ଝିଅ ଥିବା ପରିବାରରେ ପରିବାର ନିୟୋଜନ ଅପରେସନ କରିଥିବା ଦମ୍ପତିଙ୍କୁ ମଧ୍ୟ ସମ୍ମାନିତ କରାଯିବା ସହ ପୁରସ୍କୃତ କରାଯାଇଥିଲା।
ଏହି ଅବସରରେ ସରକାରୀ ଓକିଲ ବିଜୟ କୁମାର ପ୍ରଧାନ ନାରୀ ଓ ଶିଶୁ ସୁରକ୍ଷା ଆଇନ ସମ୍ପର୍କରେ ସଚେତନ କରିଥିଲେ। ନାରୀ ସୁରକ୍ଷାରେ ଅବହେଳା କିମ୍ବା ଅପରାଧ ଘଟିଲେ କେଉଁ ଆଇନଗତ ବ୍ୟବସ୍ଥା ରହିଛି ଏବଂ ପୀଡ଼ିତାଙ୍କୁ ସରକାରୀ ଓକିଲଙ୍କ ପକ୍ଷରୁ କିପରି ଆଇନଗତ ସହାୟତା ମିଳିପାରିବ, ସେନେଇ ସେ ସୂଚନା ଦେଇଥିଲେ। ଝିଅମାନଙ୍କ ଶିକ୍ଷା, ସୁରକ୍ଷା ଓ ଅଧିକାର ପ୍ରତି ସମାଜରେ ଅଧିକ ସଚେତନତା ସୃଷ୍ଟି କରିବା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ର ସମସ୍ତ କାର୍ଯକର୍ତ୍ତା ଉପସ୍ଥିତ ରହି ପରିଚନା କରିଥିଲେ |
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0