ବିଶ୍ୱସାରାୟ ବିଜ୍ଞାନ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିଜେଡିର କ୍ଲିନ୍‌ ସୁଇପ୍‌ ବିଜୟୀ , ଛାତ୍ର ନେତାଙ୍କୁ ସମ୍ବର୍ଦ୍ଧନା, ନବୀନଙ୍କ ଜନ୍ମଦିନ ପାଳିଲେ ଦଳୀୟ ନେତା ଓ କର୍ମୀ ।

Oct 18, 2026 - 22:37
 0  54
ବିଶ୍ୱସାରାୟ ବିଜ୍ଞାନ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିଜେଡିର କ୍ଲିନ୍‌ ସୁଇପ୍‌  ବିଜୟୀ ,  ଛାତ୍ର ନେତାଙ୍କୁ ସମ୍ବର୍ଦ୍ଧନା, ନବୀନଙ୍କ ଜନ୍ମଦିନ ପାଳିଲେ ଦଳୀୟ ନେତା ଓ କର୍ମୀ ।
ବିଶ୍ୱସାରାୟ ବିଜ୍ଞାନ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିଜେଡିର କ୍ଲିନ୍‌ ସୁଇପ୍‌  ବିଜୟୀ ,  ଛାତ୍ର ନେତାଙ୍କୁ ସମ୍ବର୍ଦ୍ଧନା, ନବୀନଙ୍କ ଜନ୍ମଦିନ ପାଳିଲେ ଦଳୀୟ ନେତା ଓ କର୍ମୀ ।

ବିଶ୍ୱସାରାୟ ବିଜ୍ଞାନ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିଜେଡିର କ୍ଲିନ୍‌ ସୁଇପ୍‌

ବିଜୟୀ ଛାତ୍ର ନେତାଙ୍କୁ ସମ୍ବର୍ଦ୍ଧନା, ନବୀନଙ୍କ ଜନ୍ମଦିନ ପାଳିଲେ ଦଳୀୟ ନେତା ଓ କର୍ମୀ ।

ସାନଖେମୁଣ୍ଡି, ୧୮/୧୦/୨୦୨୬ ( ରିପୋର୍ଟର  - ଆଶୋକ କୁମାର ସାହୁ) : ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାଟପୁରସ୍ଥିତ ବିଶ୍ୱସାରାୟ ବିଜ୍ଞାନ ମହାବିଦ୍ୟାଳୟର ୨୦୨୬-୨୭ ଶିକ୍ଷାବର୍ଷର ଛାତ୍ର ସଂସଦ ନିର୍ବାଚନରେ ସମସ୍ତ ପ୍ରମୁଖ ପଦରେ ବିଜୟ ହାସଲ କରିଥିବା ଛାତ୍ର ପ୍ରତିନିଧିଙ୍କୁ ନେଇ ସାନଖେମୁଣ୍ଡି ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବିଜୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଛି। ଗତକାଲି ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ମହାନଳାସ୍ଥିତ ପିଡବ୍ଲ୍ୟୁଡି ଆଇବି ପରିସରରେ ଏହି କାର୍ଯ୍ୟକ୍ରମ ସହ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ମଧ୍ୟ ପାଳନ କରାଯାଇଥିଲା।

ଏହି ଅବସରରେ ବିଜେଡିର ବିଧାୟିକା ପ୍ରାର୍ଥିନୀ ତଥା ଧରାକୋଟ ରାଜପରିବାରର ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଯୋଗଦେଇ ବିଜୟୀ ଛାତ୍ର ନେତାମାନଙ୍କୁ ପୁଷ୍ପମାଳ ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ଜଣାଇଥିଲେ। ଏଥିସହ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ କେକ୍‌ କାଟି ଦଳୀୟ ନେତା ଓ କର୍ମୀମାନେ ଉତ୍ସବ ପାଳନ କରିଥିଲେ।

ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀମାନେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବାରୁ ଦଳୀୟ ଶିବିରରେ ଉତ୍ସାହ ପ୍ରକାଶ ପାଇଛି। ଆଗାମୀ ଦିନରେ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀରେ ତୃଣମୂଳ ସ୍ତରରୁ ବିଜେଡିକୁ ଆହୁରି ସୁଦୃଢ଼ କରାଯିବ ବୋଲି ଦଳୀୟ ନେତାମାନେ କହିଥିଲେ।

ପ୍ରକାଶ ଥାଉକି, ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ସଭାପତି ଭାବେ ଚନ୍ଦନ ପୁରୋହିତ, ଉପସଭାପତି ଭାବେ କ୍ରିଷ୍ଣା ସ୍ୱାଇଁ, ସାଧାରଣ ସମ୍ପାଦକ ଭାବେ ଜଗନ୍ନାଥ ନାହାକ, ଆଥଲେଟିକ୍‌ ସମ୍ପାଦକ ଭାବେ ଚନ୍ଦନ ବେହେରା ଏବଂ ଡ୍ରାମାଟିକ୍‌ ସମ୍ପାଦକ ଭାବେ ସାଇନାଥ ରାଉତ ବିଜୟୀ ହୋଇଛନ୍ତି।

ଏହି ସମ୍ବର୍ଦ୍ଧନା ଉତ୍ସବ ବିଜେଡି ବ୍ଲକ ସଭାପତି ତଥା ଜିଲ୍ଲା ପରିଷଦ ଅମିନ ପ୍ରଧାନ ଙ୍କ ଆୟୋଜନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସୀମାଞ୍ଚଳ ପାତ୍ର, ଉପାଧ୍ୟକ୍ଷା ରିଙ୍କି ନାୟକ, ଜିଲ୍ଲା ପରିଷଦ ପ୍ରତିନିଧି ରାଜୀବ ଲୋଚନ ପାତ୍ର, ଶଙ୍କର୍ଷଣ ସ୍ୱାଇଁ, ଯୋଗେନ୍ଦ୍ର ସ୍ୱାଇଁ,ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ବହୁ ଛାତ୍ର ନେତା ଓ ଦଳୀୟ କର୍ମୀ ଯୋଗଦେଇଥିଲେ।

ଅନ୍ୟପକ୍ଷରେ, ଛାତ୍ର ସଂସଦ ନିର୍ବାଚନ ପରିଚାଳନାରେ ବିଜେଡିର ରାଜ୍ୟ ସାଧାରଣ ଛାତ୍ର ସମ୍ପାଦକ ସୁନୀଲ କୁମାର ଗୌଡ଼, ପୂର୍ବତନ ଛାତ୍ର ବ୍ଲକ ବିଜେଡି ସମ୍ପାଦକ ଧୀରେନ କୁମାର ଏବଂ ଗୌରୀଶଙ୍କର ତ୍ରିପାଠୀ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିଥିବା ଜଣାପଡ଼ିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0