ଶେରଗଡ଼ ବ୍ଲକ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ମେଳା ଅନୁଷ୍ଠିତ ।
ଶେରଗଡ଼ ବ୍ଲକ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ମେଳା ଅନୁଷ୍ଠିତ ।
ଶେରଗଡ଼, ୧୬/୧୦/୨୦୨୬(ରିପୋର୍ଟର - ବାପୁନି ସେଠୀ) : ଶେରଗଡ଼ ବ୍ଲକ ପରିସରରେ ଆୟୋଜିତ ଏହି ସ୍ୱତନ୍ତ୍ର ଶିବିରରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଭିନ୍ନକ୍ଷମ ଭାଇଭଉଣୀ ଏବଂ ସେମାନଙ୍କର ଅଭିଭାବକମାନେ ଯୋଗଦେଇଥିଲେ। ସମାଜର ମୁଖ୍ୟସ୍ରୋତରେ ଭିନ୍ନକ୍ଷମମାନଙ୍କୁ ସାମିଲ କରିବା ଏବଂ ସେମାନଙ୍କୁ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।"
ଏହି ଅବସରରେ ଏକ ସ୍ୱତନ୍ତ୍ର ମେଡିକାଲ୍ ବୋର୍ଡ଼ ବସି ଭିନ୍ନକ୍ଷମମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ୟୁଡିଆଇଡି (UDID) କାର୍ଡ ପାଇଁ ଆବେଦନ ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହାବତୀତ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ବିଷୟରେ ସଚେତନ କରାଯାଇଥିଲା।"
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଏବଂ ବ୍ଲକର ପଦାଧିକାରୀମାନେ ଯୋଗଦେଇ କୁଶଳୀ ଭିନ୍ନକ୍ଷମମାନଙ୍କୁ ତିନି ଚକିଆ ସାଇକେଲ, ହ୍ଵିଲ୍ଚେୟାର, ବାଡ଼ି ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସହାୟକ ଉପକରଣ ବଣ୍ଟନ କରିଥିଲେ। ସରକାରଙ୍କ ଏଭଳି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି। ଭିନ୍ନକ୍ଷମମାନଙ୍କ ମୁହଁରେ ହସ ଫୁଟାଇବା ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଶେରଗଡ଼ ବ୍ଲକର ଏହି ପ୍ରୟାସ ନିଶ୍ଚିତ ଭାବେ ଏକ ପ୍ରଶଂସନୀୟ ପଦକ୍ଷେପ।
What's Your Reaction?
Like
3
Dislike
0
Love
1
Funny
0
Angry
1
Sad
0
Wow
0