ବିଶ୍ୱସରାୟ ବିଜ୍ଞାନ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ସଭାପତି ହେଲେ ଚନ୍ଦନ ପୁରୋହିତ

Oct 15, 2026 - 20:02
Oct 15, 2026 - 20:15
 0  158
ବିଶ୍ୱସରାୟ ବିଜ୍ଞାନ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ସଭାପତି ହେଲେ ଚନ୍ଦନ ପୁରୋହିତ
ବିଶ୍ୱସରାୟ ବିଜ୍ଞାନ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ସଭାପତି ହେଲେ ଚନ୍ଦନ ପୁରୋହିତ

ବିଶ୍ୱସରାୟ ବିଜ୍ଞାନ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ସଭାପତି ହେଲେ ଚନ୍ଦନ ପୁରୋହିତ

ସାନଖେମୁଣ୍ଡି (ଅଶୋକ କୁମାର ସାହୁ ) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ବିଶ୍ୱସରାୟ ବିଜ୍ଞାନ ମହାବିଦ୍ୟାଳୟର ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ନିର୍ବାଚନର ଭୋଟ ଗଣତି ଫଳାଫଳ ପ୍ରକାଶ ପାଇଛି। ଏଥିରେ ସଭାପତି ଭାବେ ଚନ୍ଦନ ପୁରୋହିତ ବିଜୟୀ ହୋଇଥିବାବେଳେ ଉପସଭାପତି ଭାବେ କ୍ରିଷ୍ଣା ସ୍ୱାଇଁ, ସାଧାରଣ ସମ୍ପାଦକ ଭାବେ ଜଗନ୍ନାଥ ନାହାକ, ଆଥଲେଟିକ୍‌ ସମ୍ପାଦକ ଭାବେ ଚନ୍ଦନ ବେହେରା ଏବଂ ଡ୍ରାମାଟିକ୍‌ ସମ୍ପାଦକ ଭାବେ ସାଇନାଥ ରାଉତ ବିଜୟୀ ହୋଇଛନ୍ତି।

ନିର୍ବାଚନରେ ସଭାପତି ପଦ ପାଇଁ ଚନ୍ଦନ ପୁରୋହିତ ୧୪୧ ଭୋଟରେ ବିଜୟୀ ହୋଇଥିବାବେଳେ ଉପସଭାପତି ପଦରେ କ୍ରିଷ୍ଣା ସ୍ୱାଇଁ ୪୦ ଭୋଟରେ ବିଜୟ ହାସଲ କରିଛନ୍ତି। ସେହିପରି ସାଧାରଣ ସମ୍ପାଦକ ପଦରେ ଜଗନ୍ନାଥ ନାହାକ ୪୫ ଭୋଟରେ, ଆଥଲେଟିକ୍‌ ସମ୍ପାଦକ ପଦରେ ଚନ୍ଦନ ବେହେରା ୬୦ ଭୋଟରେ ଏବଂ ଡ୍ରାମାଟିକ୍‌ ସମ୍ପାଦକ ପଦରେ ସାଇନାଥ ରାଉତ ୪୨ ଭୋଟରେ ବିଜୟୀ ହୋଇଛନ୍ତି।

ମହାବିଦ୍ୟାଳୟର ମୋଟ ୪୨୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୩୮ ଜଣ ମତଦାନ କରିଥିଲେ। ନିର୍ବାଚନ ପ୍ରକ୍ରିୟା ପୁଲିଂ ଅଫିସର ପ୍ରଫୁଲ କୁମାର ମହାରଣା ଏବଂ ନୋଡାଲ ଅଫିସର ତଥା ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। କଲେଜ ଅଧ୍ୟକ୍ଷ ଅଶ୍ୱନୀ କୁମାର ରଥଙ୍କ ପରିଚାଳନାରେ ନିର୍ବାଚନ କାର୍ଯ୍ୟ ସମ୍ପନ୍ନ ହୋଇଥିବାବେଳେ ପାଟପୁର ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ନିର୍ବାଚିତ ପ୍ରତିନିଧିମାନେ ଛାତ୍ରଛାତ୍ରୀଙ୍କ ସମସ୍ୟା ଓ ମହାବିଦ୍ୟାଳୟର ବିକାଶ ଦିଗରେ କିପରି କାର୍ଯ୍ୟ କରିବେ, ତାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଶା ପ୍ରକାଶ ପାଇଛି।

ରିପୋର୍ଟ : ଅଶୋକ କୁମାର ସାହୁ 

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0