ରଜକ ସମାଜର ବାର୍ଷିକ ଉତ୍ସବ ପାଳନ ।
ରଜକ ସମାଜର ବାର୍ଷିକ ଉତ୍ସବ ପାଳନ ।
ଶେରଗଡ , ୧୩-୦୬-୨୦୨୬(ଜାଗୃତି ଖବର) : ଶେରଗଡ଼ ବ୍ଲକ ଅନ୍ତର୍ଗତ ବରମୁଣ୍ଡୁଳି ଶିବ ମନ୍ଦୀର ନିକଟରେ ରହିଥିବା ରାଜକ ସମାଜ କୋଠାଘରେ ବଡ଼ଗଡ଼ ତଳ ତାଲୁକାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ତାଲୁକା ସଭାପତି ଶ୍ରୀ ଡ୍ରାଇଭର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ତାଲୁକାର ନିମନ୍ତ୍ରଣ କ୍ରମେ ପଶ୍ଚିମ ମଣ୍ଡଳ ସଭାପତି ଶ୍ରୀ ଅର୍ଶୁଲ ସେଠୀ ମହୋଦୟ ଆଜିର ମୁଖ୍ୟ ଅତିଥି ରୂପେ ଏବଂ ମଣ୍ଡଳର ଉପଦେଷ୍ଟା ଶ୍ରୀ ଶ୍ୟାମସୁନ୍ଦର ସେଠୀ ସମ୍ମାନିତ ଅତିଥି ରୂପେ ଆସନ ଗ୍ରହଣ କରିଥିଲେ। ୨୦୨୫-୨୬ ଶିକ୍ଷାବର୍ଷର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ତାଳୁକାସ୍ତରରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବlରସିଙ୍ଗି ଗ୍ରାମର ମିଟୁ ସେଠୀଙ୍କ କନ୍ୟା କୁମାରୀ ପଦ୍ମିନୀ ସେଠୀଙ୍କୁ ମଣ୍ଡଳ ସଭାପତି ଫୁଲତୋଡ଼ା, ଉତ୍ତରୀୟ ଓ ମାନପତ୍ର ସହ ନଗଦ ୨୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ। ସେହିଭଳି ତାଳୁକା ସ୍ତରରେ ମଧ୍ୟ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ପଦ୍ମିନୀ ସେଠୀ, ସାଇକିରଣ ସେଠୀ ଓ ବର୍ଷାପ୍ରିୟଦର୍ଶିନୀ ସେଠୀଙ୍କୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ କ୍ରମରେ ସେମାନଙ୍କୁ ମଧ୍ୟ ନଗଦ ଅର୍ଥ ରାଶି ୧୦୦୦ ଟଙ୍କା , ୫୦୦ ଟଙ୍କା ଓ ୫୦୦ ଟଙ୍କା ତାଳୁକା ସଭାପତି ମଧ୍ୟ ପ୍ରଦାନ କରିବା ସହିତ ମାନପତ୍ର,ଉତ୍ତରୀୟ ଓ ଗାୟତ୍ରୀ ମନ୍ତ୍ର ଲିଖନ ପୁସ୍ତକ ସହ ଏକ ଲେଖନୀ ପ୍ରଦାନ କରି ସମସ୍ତଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ତାଲୁକା ସମ୍ପାଦକ ଶ୍ରୀ ପୀତବାସ ସେଠୀଙ୍କ ଦ୍ୱାରା ବିବରଣୀ ପଠନ ହୋଇଥିଲା। ମଣ୍ଡଳ ସମ୍ପାଦକ ଶ୍ରୀ ଚକ୍ରପାଣି ସେଠୀ, ତାଲୁକା ଉପସଭାପତି ଶ୍ରୀ ଗଣପତି ସେଠୀ ଓ ଶ୍ରୀ ନରୋତ୍ତମ ସେଠୀ ଖୁବ୍ ସୁନ୍ଦର ଓ ଶୃଙ୍ଖଳାର ସହିତ ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଳୁକାର ସମସ୍ତ କର୍ମକର୍ତ୍ତା, ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ। ସଭା ସମାପ୍ତ ପରେ ସମସ୍ତେ ମିଶି ପ୍ରସାଦ ସେବନ କରି ସ୍ୱଗୃହକୁ ଫେରିଥିଲେ।
ଗଞ୍ଜାମ ଜିଲ୍ଲାରୁ ବାପୁନି ସେଠୀଙ୍କ ରିପୋର୍ଟ ଜାଗୃତି ଖବର ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0