ପରଲୋକରେ ଶତାୟୁ ମହିଳା ଶଶିକଳା ।
ପରଲୋକରେ ଶତାୟୁ ମହିଳା ଶଶିକଳା ।
ଶେରଗଡ, ୨୩ /୦୮/୨୬ (ଜାଗୃତି ଖବର ) : ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକର ଜଣେ ଧର୍ମ ପରାୟଣ ମହିଳାଙ୍କ ପରଲୋକ ଗମନ ହୋଇଛି । ଗତକାଲି ୧୦୫ ବର୍ଷ ବୟସରେ ଶଶିକଳା ସାବତ ସ୍ବାମୀ ବନମାଳୀ ସାବତ ବେଳେ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି । ପରିବାରର ୭ପୁଅ ୨ଝିଅ ଏବଂ ନାତିନାତୁଣୀଙ୍କୁ ଗୋଟିଏ ସୁତାରେ ବାନ୍ଧି ଆଜି ପର୍ଯ୍ୟନ୍ତ ରଖିଆସୁଥିବା ନେଇ ସେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କର ନିଜ ବାସଭବନ ଶେରଗଡରେ ଶେଷ ନିଃଶ୍ୱାସ ତ୍ୟାଗ ସେ କରିଛନ୍ତି । ପରିବାରର ସମସ୍ତ ପ୍ରିୟଜନମାନଙ୍କ ଦ୍ବାରା ତାଙ୍କ ପାର୍ଥିବ ଶରୀରକୁ ପୁର୍ଣ୍ଣମର୍ଯ୍ୟାଦା ସହ ପୁରୀ ସହରର ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କ ପରଲୋକଗମନ ସମୟରେ ତାଙ୍କ ପୁତ୍ର ଉଜ୍ଜ୍ବଳ ସାବତ ,କାଶୀନାଥ ସାବତ ,ରାମହରି ସାବତ ,ସାମ୍ବାଦିକ ଗୌରହରି ସାବତ ,କୃଷ୍ଣ ଚନ୍ଦ୍ର ସାବତ ,ସୀମାଞ୍ଚଳ ସାବତ ଏବଂ ନାତି ଚିନ୍ତାମଣି ସାବତ ଝିଅ ରଜନୀ ପଣ୍ଡା ,ପଦ୍ମାବତୀ ଦାସ ଜୋଇଁ ଶୁଶାନ୍ତ ପଣ୍ଡାଙ୍କ ସହିତ ସୁନିଲ ଦାଶ ,ସୁରେଶ ଦାଶ ଓ ସଙ୍ଗୀତା ଦାସ ପ୍ରମୁଖ ସ୍ବର୍ଗଦ୍ବାର ନିକଟରେ ପହଞ୍ଚି ଅନ୍ତିମ ସଂସ୍କାର କରିଛନ୍ତି । ସେ ଜଣେ ପର ଉପକାରୀ ଓ ଦୁଃଖୀ ଗରିବଙ୍କ ସେବା ପାଇଁ ସଦାସର୍ବଦା ହାତ ବଢ଼େଇ, ସେମାନଙ୍କ ସମସ୍ୟାର ସମାଧାନ କରୁଥିଲେ। ଆଜି ଶେରଗଡ ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି। ବୃଦ୍ଧିଜିଵୀ ଓ ଆତ୍ମେ ସ୍ବଜନ ମାନେ ଆତ୍ମ ସଦଗତି ନିମନ୍ତେ ଜଗତ ନାଥ ପାଖରେ କୋଟି କୋଟି ପ୍ରାର୍ଥନା।
ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0