ଗଞ୍ଜାମ ଜିଲ୍ଲା ସୋରଡା ଅଙ୍ଗନବାଡିରେ ପିଲାଙ୍କୁ ମିଳୁଛି ପଚା ଅଣ୍ଡା ଆଉ ପୋକଡ଼ା ଚାଉଳ ।

May 17, 2026 - 23:17
 0  39
ଗଞ୍ଜାମ ଜିଲ୍ଲା ସୋରଡା ଅଙ୍ଗନବାଡିରେ ପିଲାଙ୍କୁ ମିଳୁଛି ପଚା ଅଣ୍ଡା ଆଉ ପୋକଡ଼ା ଚାଉଳ ।

ଗଞ୍ଜାମ ଜିଲ୍ଲା ସୋରଡା ଅଙ୍ଗନବାଡିରେ ପିଲାଙ୍କୁ ମିଳୁଛି ପଚା ଅଣ୍ଡା ଆଉ ପୋକଡ଼ା ଚାଉଳ ।

ଗଞ୍ଜାମ , ୧୭-୦୫-୨୦୨୬ : କୁନି କୁନି ପିଲାମାନଙ୍କ ସହ କିଶୋରୀ ବାଳିକାମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ କିଛି କର୍ମଚାରୀଙ୍କ ଅବହେଳା ଓ ମନମାନି ପାଇଁ ପିଲାମାନେ ସେହି ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ଆସିଛି ।
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ସୁନାଖଣ୍ଡି ଗ୍ରାମର ଏକ ଅଙ୍ଗନବାଡି କେନ୍ଦ୍ରରେ ପିଲାମାନଙ୍କୁ ପଚା ଅଣ୍ଡା ଓ ପୋକଡ଼ା ଚାଉଳ ଦିଆଯାଉଥିବା ଅଭିଯୋଗ ଏବେ ସମ୍ମୁଖକୁ ଆସିଛି ।
ସରକାର କୁନି କୁନି ପିଲା ଓ କିଶୋରୀ ବାଳିକାମାନଙ୍କ ପାଇଁ ପୃଷ୍ଟିକର ଖାଦ୍ୟ ଯୋଗାଇବାକୁ ବିପୁଳ ଅର୍ଥ ବ୍ୟୟ କରୁଥିଲେ ମଧ୍ୟ ତାହା ପ୍ରକୃତ ହିତାଧିକାରୀଙ୍କ ପାଖରେ ସଠିକ ଭାବେ ପହଞ୍ଚୁନାହିଁ । ଅସାଧୁ କର୍ମଚାରୀଙ୍କ ଅବହେଳା ପାଇଁ ପିଲାମାନଙ୍କୁ ପୃଷ୍ଟିକର ଖାଦ୍ୟ ବଦଳରେ ପଚା ଅଣ୍ଡା ସହ ପୋକଡ଼ା ଚାଉଳ ଓ ଡାଲି ଦିଆଯାଉଥିବା ଅଭିଯୋଗ ହୋଇଛି ।

ଏହି ଦୃଶ୍ୟକୁ ଟିକେ ଭଲ ଭାବେ ନଜର ପକାନ୍ତୁ । କୋଉଭଳି ଭାବରେ ପିଲାମାନଙ୍କୁ ପଚା ଅଣ୍ଡା ସହ ପୋକଡ଼ା ଚାଉଳ ଦିଆଯାଉଛି ତାହା ଏହି ଭିଜୁଆଲରେ ସ୍ପଷ୍ଟ ହେଉଛି । ଯାହାକୁ ନେଇ ଅଭିଭାବକ ଓ କିଶୋରୀ ବାଳିକାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଅଙ୍ଗନବାଡି କେନ୍ଦ୍ରରେ ଯଦି ଏଭଳି ପଚା ଅଣ୍ଡା ଓ ପୋକଡ଼ା ଚାଉଳ ପିଲାମାନଙ୍କୁ ଦିଆଯାଉଛି, ତେବେ ଏଥିପାଇଁ ଦାୟୀ କିଏ ? ମେରିକୋଟ ପଞ୍ଚାୟତ ଅଧୀନ ସୁନାଖଣ୍ଡି ଗ୍ରାମର ଏହି ଅଙ୍ଗନବାଡି କେନ୍ଦ୍ରର ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି ।
ଏହି ଘଟଣାକୁ ନେଇ ଅଙ୍ଗନବାଡି କର୍ମୀ ଓ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଭିଜୁଆଲରେ ଆପଣ ଦେଖିପାରୁଥିବେ କୋଉଭଳି ଭାବରେ ଲୋକେ ଅଙ୍ଗନବାଡି କର୍ମୀଙ୍କୁ ଘେରି ପ୍ରଶ୍ନ କରୁଛନ୍ତି ଯେ, ଏଭଳି ଅଣ୍ଡା ଓ ଚାଉଳ ଆପଣ ନିଜ ପିଲାଙ୍କୁ ଖାଇବାକୁ ଦେବେ କି ?
ଏହି ଘଟଣା ବିଷୟରେ ଆମେ ଅଙ୍ଗନବାଡି କର୍ମୀଙ୍କ ପ୍ରତିକ୍ରିୟା ନେଇଥିଲୁ । ଆସନ୍ତୁ ଶୁଣିବା ସେ କଣ କହୁଛନ୍ତି ।

ପଚା ଅଣ୍ଡା ଅଭିଯୋଗକୁ ସେ ଖଣ୍ଡନ କରିଥିବାବେଳେ, ପୋକଡ଼ା ଓ ନିମ୍ନମାନର ଚାଉଳ ବଣ୍ଟନ ହୋଇଥିବା କଥା ସ୍ୱୀକାର କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ଯେଉଁ ଚାଉଳ ସେଣ୍ଟରକୁ ଆସିଥିଲା ସେହି ଚାଉଳକୁ ସେ ବଣ୍ଟନ କରିଥିଲେ ଓ ଏଥିପାଇଁ ଉପରସ୍ଥ ଅଧିକାରୀଙ୍କୁ ଦାୟୀ କରିଛନ୍ତି ।
ଏଭଳି ଘଟଣାକୁ ନେଇ ଆମେ ସୋରଡ଼ା ବ୍ଲକ ସିଡିପିଓଙ୍କ ପ୍ରତିକ୍ରିୟା ନେଇଥିଲୁ । 


ଗଞ୍ଜାମ ଜିଲ୍ଲାରୁ ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 2