ବୁଲା କୁକୁର ଓ ମାଙ୍କଡ଼ଙ୍କ ଉତ୍ପାତରେ ଅତିଷ୍ଠ ନାଗରିକ ସମସ୍ୟାର ସମାଧାନ ଦାବିରେ ଦାବିପତ୍ର ।

Sep 17, 2026 - 21:57
 0  2
ବୁଲା କୁକୁର ଓ ମାଙ୍କଡ଼ଙ୍କ ଉତ୍ପାତରେ ଅତିଷ୍ଠ ନାଗରିକ ସମସ୍ୟାର ସମାଧାନ ଦାବିରେ  ଦାବିପତ୍ର ।

ବୁଲା କୁକୁର ଓ ମାଙ୍କଡ଼ଙ୍କ ଉତ୍ପାତରେ ଅତିଷ୍ଠ ନାଗରିକ ସମସ୍ୟାର ସମାଧାନ ଦାବିରେ ଦାବିପତ୍ର ।

 ଗଞ୍ଜାମ  , ୧୭/୦୯/୨୦୨୬(ଜାଗୃତି ଖବର) : ଗଂଜାମ ଜିଲ୍ଲା ଛତ୍ରପୁର ସହରର ବିଭିନ୍ନ ଅଞ୍ଚଳରେ ବୁଲା କୁକୁର ଓ ମାଙ୍କଡ଼ଙ୍କ ଉତ୍ପାତ ବୃଦ୍ଧି ପାଇଥିବାରୁ ନାଗରିକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାଘାଟ, ବଜାର ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ବୁଲା କୁକୁରଙ୍କ ଦଳ ଘୁରୁଥିବାରୁ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ମାଙ୍କଡ଼ମାନେ ମଧ୍ୟ ଘର ଓ ଦୋକାନରେ ପଶି ଖାଦ୍ୟପଦାର୍ଥ ନେଇଯିବା ସହ ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି।

ବିଶେଷକରି ଛୋଟ ପିଲା, ବୃଦ୍ଧ ଓ ଦୁଇଚକିଆ ଯାନରେ ଯାତାୟାତ କରୁଥିବା ଲୋକମାନେ ଏହି ସମସ୍ୟା ଯୋଗୁଁ ଭୟଭୀତ ହେଉଛନ୍ତି ବୋଲି ନାଗରିକମାନେ କହିଛନ୍ତି।

ଏହି ସମସ୍ୟାର ସମାଧାନ ପାଇଁ ନାଗରିକମାନଙ୍କ ପକ୍ଷରୁ ଜିଲ୍ଲପାଳ ଙ୍କ ଉଧେଶ୍ୟ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ନାୟକ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ବୁଲା କୁକୁରଙ୍କ ନିୟନ୍ତ୍ରଣ ପାଇଁ ନିୟମାନୁସାରେ ପଦକ୍ଷେପ, ଟିକାକରଣ ଓ ନିରାପଦ ପରିଚାଳନା ସହିତ ମାଙ୍କଡ଼ଙ୍କ ଉତ୍ପାତ ରୋକିବାକୁ ବନ ବିଭାଗ ଓ ପୌର ପ୍ରଶାସନର ସମନ୍ୱିତ ପଦକ୍ଷେପ ନେବାକୁ ଦାବି ହୋଇଛି।

ନାଗରିକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସମସ୍ୟାର ଶୀଘ୍ର ଓ ସ୍ଥାୟୀ ସମାଧାନ କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।ଏହି ଦାବିପତ୍ର ପ୍ରଦାନ ବେଳେ ବିଶିଷ୍ଠ ସମାଜସେବୀ ଓ ଜଂଗ୍ରେସ ନେତା ଭାଗିରଥି ବେହେରା, ୟୁଥ ମାସ ସେବା ସଙ୍ଘ ର ସଭାପତି ସୟଦ ମୁକ୍ତାର, ଛାତ୍ର ନେତା ଇଜୁ ଅମିନ ଖାନ ପ୍ରମୁଖ ଉପସ୍ଥିତ ଥିଲେ ।

ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0