ନରସିଂହଗଡ଼ରେ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବ ମନ୍ଦିର ପୁନରୁଦ୍ଧାର ଓ ମା' ପାର୍ବତୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସମାପ୍ତ
ନରସିଂହଗଡ଼ରେ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବ ମନ୍ଦିର ପୁନରୁଦ୍ଧାର ଓ ମା' ପାର୍ବତୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସମାପ୍ତ
ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଅନ୍ତର୍ଗତ ନରସିଂହଗଡ଼ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବଙ୍କ ମନ୍ଦିରର ପୁନରୁଦ୍ଧାର ଏବଂ ମା' ପାର୍ବତୀଙ୍କ ନବନିର୍ମିତ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ଗତ ଜୁଲାଇ ୫ରୁ ୯ ତାରିଖ ପର୍ଯ୍ୟନ୍ତ ଭକ୍ତିମୟ ପରିବେଶରେ ମହା ଆଡ଼ମ୍ବର ସହ ଅନୁଷ୍ଠିତ ହୋଇଯାଇଛି।
ପାଞ୍ଚଦିନିଆ ଏହି ମହୋତ୍ସବରେ ଘୃତଯଜ୍ଞ, ନାମଯଜ୍ଞ, ଅନ୍ନଯଜ୍ଞ, ଗୀତା ପାରାୟଣ, ଭାଗବତ ଚର୍ଚ୍ଚା ସମେତ ବିଭିନ୍ନ ବୈଦିକ ଓ ଧାର୍ମିକ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା। ପ୍ରତିଦିନ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ପୂଜାର୍ଚ୍ଚନା କରିବା ସହ ପ୍ରସାଦ ସେବନ କରିଥିଲେ।
ମହୋତ୍ସବରେ ପୋଡ଼ାମାରିର ରାଜା ସାହେବ ଶ୍ରୀ ବିରୋକିଶୋର ସିଂହ ଦେବ, ଆସ୍କା ସାଂସଦ ଅନିତା ପ୍ରିୟଦର୍ଶିନୀ, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ପୂର୍ବତନ ବିଧାୟିକା ଲତିକା ପ୍ରଧାନ, ଧରାକୋଟ ରାଜା ସାହେବ ତଥା ବିଜେଡି ବିଧାୟକ ପ୍ରାର୍ଥିନୀ ସୁଶ୍ରୀ ସୁଲକ୍ଷ୍ୟଣା ଗୀତାଞ୍ଜଳି ଦେବୀ, ବିଜେପି ବିଧାୟକ ପ୍ରାର୍ଥୀ ଇଂ. ଉତ୍ତମ କୁମାର ପାଣିଗ୍ରାହୀ ଏବଂ ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ମହାଦେବ ଓ ମା' ପାର୍ବତୀଙ୍କ ଦର୍ଶନ କରିଥିଲେ।
ମହୋତ୍ସବର ସଭାପତି ଭାବେ ଅଭିମନ୍ୟୁ ମଳିକ, ସମ୍ପାଦକ ଭାବେ ସୁଶାନ୍ତ ପଟନାୟକ, ଉପଦେଷ୍ଟା ଭାବେ ବାଉରୀ ବନ୍ଧୁ ପ୍ରଧାନ ଏବଂ ପରିଚାଳକ ଭାବେ ଟୁକୁନା କୁମାର ପଣ୍ଡା (ଶିକ୍ଷକ), ପୃର୍ବତନ ସରପଞ୍ଚ ନିତୀୟା ନନ୍ଦ ପ୍ରଧାନ ଦାୟିତ୍ୱ ତୁଲାଇଥିଲେ। ଜିଲ୍ଲା ପରିଷଦ ସଦସ୍ୟା ମାନିନୀ ପାତ୍ର, ସରପଞ୍ଚ ପ୍ରତିନିଧି ମିଥୁନୁ ସେଠି ଓ ସମିତି ସଭ୍ୟ ବୁଲୁ ସେଠିଙ୍କ ସହଯୋଗ ଉଲ୍ଲେଖନୀୟ ରହିଥିଲା।
ମୁଖ୍ୟ କର୍ତ୍ତା ଭାବେ ନରସିଂହ ପାତ୍ର ଦାୟିତ୍ୱ ନିର୍ବାହ କରିଥିବା ବେଳେ ଗୋକୁଳାନନ୍ଦ ପ୍ରଧାନ, ଭୀମସେନ ନାୟକ, ରାଜୀବ ଲୋଚନ ପାତ୍ର, କାଳୁଚରଣ ଡାକୁଆ, ଦ୍ରୁବଚରଣ ପ୍ରଧାନ ଓ ସିମାଞ୍ଚଳ ରାଉଳ କର୍ତ୍ତା ଭାବେ ସକ୍ରିୟ ଭୂମିକା ନେଇଥିଲେ। କର୍ମକର୍ତ୍ତା ଭାବେ ଲିପୁନ ପ୍ରଧାନ, କାନୁ ପ୍ରଧାନ, ରାମଚନ୍ଦ୍ର ପ୍ରଧାନ, ସମୀର ପ୍ରଧାନ, ଉମାଶଙ୍କର ପାଢ଼ୀ, ଅର୍ଜୁନ ମହାରଣାଙ୍କ ସମେତ ବହୁ ଗ୍ରାମବାସୀ କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ।
ମନ୍ଦିର ନିର୍ମାଣ କାର୍ଯ୍ୟରେ ମିସ୍ତ୍ରୀ ଟୁନା ରଣାଙ୍କ ଅବଦାନ ପ୍ରଶଂସନୀୟ ରହିଥିଲା। ଏଥିସହ ବ୍ଲକ ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ ମିଳିଥିବାରୁ ଅଞ୍ଚଳବାସୀ ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ପ୍ରଶଂସା କରିଥିଲେ। ମହୋତ୍ସବରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ପାଟପୁର ପୋଲିସ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ମହୋତ୍ସବର ମୁଖ୍ୟ ଯଜ୍ଞ ପରିଚାଳକ ଭାବେ ପଣ୍ଡିତ ଅଶୋକ କୁମାର ପାଢ଼ୀ ଦାୟିତ୍ୱ ତୁଲାଇଥିବା ବେଳେ ମନ୍ଦିର ପୂଜକ ରାଜା ରଣା ସମସ୍ତ ବୈଦିକ ପୂଜାବିଧି ସମ୍ପନ୍ନ କରିଥିଲେ। ଶେଷ ଦିନରେ ପୂର୍ଣ୍ଣାହୁତି, ମହାଆରତି ଓ ପ୍ରସାଦ ସେବନ ସହ ପାଞ୍ଚଦିନିଆ ପ୍ରତିଷ୍ଠା ମହୋତ୍ସବ ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଥିଲା।
ସାନଖେମୁଣ୍ଡି ରୁ ଅଶୋକ କୁମାର ସାହୁ ଙ୍କ ରିପୋର୍ଟ ଜାଗୃତି ଖବର
What's Your Reaction?
Like
2
Dislike
1
Love
1
Funny
0
Angry
0
Sad
0
Wow
1