ଗଣେଶ ପୂଜାରେ କଂଗ୍ରେସ କର୍ମୀ ମାନଙ୍କ ବିଭିନ୍ନ ସ୍ଥାନ ଭ୍ରମଣ।

Sep 23, 2026 - 22:43
 0  58
ଗଣେଶ ପୂଜାରେ କଂଗ୍ରେସ କର୍ମୀ ମାନଙ୍କ ବିଭିନ୍ନ ସ୍ଥାନ ଭ୍ରମଣ।

ଗଣେଶ ପୂଜାରେ କଂଗ୍ରେସ କର୍ମୀ ମାନଙ୍କ ବିଭିନ୍ନ ସ୍ଥାନ ଭ୍ରମଣ।

    ଭଞ୍ଜନଗର , ୨୩/୦୯/୨୦୨୬ (ଜାଗୃତି ଖବର) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତଥା ଭାବି ଘୁମୁସର ଅଞ୍ଚଳ ର ପ୍ରତ୍ୟେକ ସ୍ଥାନ ରେ ଚାଲିଛି ନଅ ଦିନ ବ୍ୟାପି ନବରାତ୍ରି ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ। ଏହି ଅଞ୍ଚଳ ହେଉଛି ସଂସ୍କୃତି ଏବଂ ପରମ୍ପରାର ଏକ ଐତିହାସିକ ସ୍ଥାନ ଯେଉଁଠି କବି କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଗଡ଼,ଘୁମୁସର ସଂଗ୍ରମୀ ଚକରା ବିଶୋଇ ଙ୍କ ଜନ୍ମ ସ୍ଥାନ, କର୍ମବୀର ସ୍ବର୍ଗତ ଶ୍ରୀ ସୋମନାଥ ରଥ ଯିଏକି ଏକାଧାର ରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ଦୃଢ଼ ସମାଜସେବୀ, ବିଧାୟକ, ମନ୍ତ୍ରୀ, ବାଚସ୍ପତି ଭଳି ବହୁ ଗୁରୁତ୍ଵ ପୂର୍ଣ୍ଣ ଦାୟିତ୍ୱରେ ଏହି ଅଞ୍ଚଳ ରେ ସୁନାମ ରଖିଥିବା ପବିତ୍ର ମାଟିରେ ଗଣେଶ ପୂଜା ଭଲି ବିଭିନ୍ନ ଉତ୍ସବ ଅନୁଷ୍ଠିତ ହୁଏ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟଅଧିବାସୀମାନଙ୍କ ଭିତରୁ ଦୃଢ଼ କଂଗ୍ରେସ ର ଯୁବନେତା ବିଷ୍ଣୁ ପ୍ରସାଦ ଭାଇଙ୍କ ସହ ଜିଲ୍ଲା କଂଗ୍ରେସ(ପଶ୍ଚିମ)ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବବି ରଥ ଙ୍କ ନେତୃତ୍ୱ ରେ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ନେ଼ଇ ଗ୍ରାମ/ସହର ପୂଜା ମଣ୍ଡପ ଦର୍ଶନ ସହ ଲୋକଙ୍କ ଅସୁବିଧା ବୁଝିବା ସହିତ ଆର୍ଥିକଆବଶ୍ୟକତା ର ସହଯୋଗ ରେ ସମସ୍ୟାର ସମାଧାନ କରି ଆଗାମୀ ଯୁବ ପିଢ଼ିଙ୍କ ନେତୃତ୍ୱ କୁ ଗୁରୁତ୍ଵ ପ୍ରଦାନ କରାଯାଇଥିଲା।

      ଭଞ୍ଜନଗର ରୁ ପ୍ରଫୁଲ୍ଲ କୁମାର ମହାରଣା ଙ୍କ ରିପୋର୍ଟ -ଜାଗୃତି ଖବର ।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0