ସାଇବର ସୁରକ୍ଷା ଓ ଆର୍ଥିକ ସାକ୍ଷରତା କର୍ମଶାଳା ।
ସାଇବର ସୁରକ୍ଷା ଓ ଆର୍ଥିକ ସାକ୍ଷରତା କର୍ମଶାଳା ।
ଶେରଗଡ , ୨୪-୦୮- ୨୦୨୬ (ଜାଗୃତି ଖବର ) : ଶେରଗଡ଼ ବ୍ଲକରେ ଅନୁଷ୍ଠିତ ହୋଇଯାଇଛି ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସାକ୍ଷରତା ଓ ସାଇବର ସୁରକ୍ଷା କର୍ମଶାଳା। ସାମ୍ପ୍ରତିକ ଡିଜିଟାଲ୍ ଯୁଗରେ ଅନଲାଇନ୍ ଠକେଇରୁ କିପରି ସୁରକ୍ଷିତ ରହିବେ ଏବଂ ଆର୍ଥିକ ସଞ୍ଚୟର ମହତ୍ତ୍ୱ କ'ଣ, ସେ ନେଇ ସଚେତନତା ସୃଷ୍ଟି କରାଯାଇଛି।
ଗଞ୍ଜାମ ଜିଲ୍ଲା ପ୍ରଶାସନ, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଏବଂ ଜିଲ୍ଲା କ୍ଷୁଦ୍ର ସଞ୍ଚୟ କାର୍ଯ୍ୟାଳୟର ମିଳିତ ସହଯୋଗରେ ଶେରଗଡ଼ ବ୍ଲକରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶେରଗଡ଼ ICDS ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ମମତାଞ୍ଜଳି ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ଡି. ନାଗରତ୍ନମ୍ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
ସହକାରୀ ଜିଲ୍ଲାପାଳ ତଥା ଜିଲ୍ଲା କ୍ଷୁଦ୍ର ସଞ୍ଚୟ ଅଧିକାରୀ ଶ୍ରୀ ସୁଦାମ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ହୋଇଥିଲା। ସଞ୍ଚୟର ଗୁରୁତ୍ୱ ସହ ସୋସିଆଲ୍ ମିଡିଆର ସୁରକ୍ଷିତ ବ୍ୟବହାର ଏବଂ AI-ଆଧାରିତ ଭ୍ରାନ୍ତିକର ପୋଷ୍ଟରୁ ସତର୍କ ରହିବାକୁ ସେ ପରାମର୍ଶ ଦେଇଥିଲେ।
ଛତ୍ରପୁର SP କାର୍ଯ୍ୟାଳୟ ସାଇବର ସେଲ୍ର ASI ଶ୍ରୀ କିରଣ କୁମାର ପାତ୍ର ଡିଜିଟାଲ୍ ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଅଜଣା ".apk" ଫାଇଲ୍ ଡାଉନଲୋଡ୍ ନକରିବା, କଲ୍ ଫରୱାର୍ଡିଂ ଠକେଇ, ଜରୁରୀ କଲ୍ ଏବଂ ସୋସିଆଲ୍ ଇଞ୍ଜିନିୟରିଂ ସମ୍ପର୍କରେ ସେ ସଚେତନ କରିଥିଲେ। ସନ୍ଦେହଜନକ ଆପ୍ ଅପସାରଣ, ପାସୱାର୍ଡ ସୁରକ୍ଷା ଏବଂ ମୋବାଇଲ୍ ଚୋରି ହେଲେ ଡିଭାଇସ୍ ଟ୍ରାକିଂ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ।
ଆସ୍କା ଡିଭିଜନ୍ ପୋଷ୍ଟାଲ୍ ସେବାର ଅଧୀକ୍ଷକ ଶ୍ରୀ ଦିଲୀପ କୁମାର ବେହେରା ସୁକନ୍ୟା ସମୃଦ୍ଧି ଯୋଜନା ଭଳି ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ବୁଝାଇଥିଲେ। ସେହିପରି PLI ବିକାଶ ଅଧିକାରୀ ଶ୍ରୀ ଦୀପକ ରଞ୍ଜନ ପାଣିଗ୍ରାହୀ ଡାକ ଜୀବନ ବୀମା ଓ ସଞ୍ଚୟ ଯୋଜନାର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ।
ଏହା ବ୍ୟତୀତ KYC, PAN, ଆଧାର ଅପଡେଟ୍ ଠକେଇ, ଲୋନ୍ ଆପ୍, ସିମ୍-ସ୍ୱାପ୍, ଚାକିରି, ଏବଂ ଅନଲାଇନ୍ କ୍ରୟ-ବିକ୍ରୟ ଠକେଇରୁ ବଞ୍ଚିବାର ଉପାୟ ଉପରେ ଆଲୋଚନା କରାଯାଇଥିଲା।
କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ସଶକ୍ତିକରଣ ହବ୍ର ସଂଯୋଜିକା ଗୀତାଞ୍ଜଳି ମହାରଣା, UNICEF ସଂଯୋଜକ ଦେବବ୍ରତ ମହାନ୍ତ, ଆର୍ଥିକ ସାକ୍ଷରତା ବିଶେଷଜ୍ଞ ବାପୁଜୀ କନ୍ୟାରୀ, ଟୁନି ବିଷୋୟୀ ଏବଂ ଶେରଗଡ଼ ICDS ପ୍ରଜେକ୍ଟର ଅଙ୍ଗନବାଡ଼ି କର୍ମୀମାନେ ଉପସ୍ଥିତ ଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ସହ କର୍ମଶାଳା ଶେଷ ହୋଇଥିଲା।
ଗଞ୍ଜାମ ଜିଲ୍ଲା ଶେରଗଡ଼ ରୁ ବାପୁନି ସେଠୀ ଜାଗୃତି ଖବର ।
What's Your Reaction?
Like
2
Dislike
0
Love
0
Funny
0
Angry
0
Sad
0
Wow
0