ଗଣ୍ଡଳା ଗାଁ ବନ୍ଧ ନିଲାମୀକୁ ବାତିଲ ଦାବି; ପଞ୍ଚାୟତ ଓ ବିଡିଓଙ୍କୁ ଦାବିପତ୍ର ।

Aug 25, 2026 - 20:41
 0  4
ଗଣ୍ଡଳା ଗାଁ ବନ୍ଧ ନିଲାମୀକୁ ବାତିଲ ଦାବି; ପଞ୍ଚାୟତ ଓ ବିଡିଓଙ୍କୁ ଦାବିପତ୍ର ।
ଗଣ୍ଡଳା ଗାଁ ବନ୍ଧ ନିଲାମୀକୁ ବାତିଲ ଦାବି; ପଞ୍ଚାୟତ ଓ ବିଡିଓଙ୍କୁ ଦାବିପତ୍ର ।

ଗଣ୍ଡଳା ଗାଁ ବନ୍ଧ ନିଲାମୀକୁ ବାତିଲ ଦାବି; ପଞ୍ଚାୟତ ଓ ବିଡିଓଙ୍କୁ ଦାବିପତ୍ର । 

ଗ୍ରାମବାସୀଙ୍କ ତୀବ୍ର ପ୍ରତିବାଦ; ସର୍ବସାଧାରଣଙ୍କ ବ୍ୟବହାରରେ ଥିବା ବନ୍ଧକୁ ନିଲାମ କରାଯାଇଥିବା ନେଇ ଅସନ୍ତୋଷ ।

ହିଞ୍ଜିଳିକାଟୁ, ୨୫/୦୮(ଜାଗୃତି ଖବର) : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଗଣ୍ଡଳା ଗ୍ରାମର ଗାଁ ବନ୍ଧ ନିଲାମୀକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘ ବର୍ଷ ଧରି ସର୍ବସାଧାରଣଙ୍କ ନିତ୍ୟ ବ୍ୟବହାରରେ ରହିଥିବା ଏହି ବନ୍ଧକୁ ଚଳିତ ବର୍ଷ ନିଲାମ କରାଯାଇଥିବାରୁ ଜନ ସାଧାରଣ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ଏବଂ ଏହାକୁ ତୁରନ୍ତ ବାତିଲ କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ। ମଙ୍ଗଳବାର ଅପରାହ୍ନ ୧୨ ଟା ସମୟରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ଗଣ୍ଡଳା ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କ ପ୍ରତିନିଧି ଅଜୁ ସେଠୀଙ୍କୁ ସାକ୍ଷାତ କରିବା ସହିତ ଗାଁ ବନ୍ଧର ନିଲାମୀ କୁ ବାତିଲ କରିବା ଦାବିରେ ଦାବିପତ୍ର ପ୍ରଦାନ କରିଥିଲେ। ପରେ ଗ୍ରାମବାସୀମାନେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସାଗରିକା ଷଡ଼ଙ୍ଗୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଘଟଣା ସମ୍ପର୍କରେ ଅବଗତ କରାଇବା ସହ ନିଲାମୀ ବାତିଲ ପାଇଁ ଦାବିପତ୍ର ଦେଇଥିଲେ। ଗ୍ରାମବାସୀଙ୍କ କହିବାନୁଯାୟୀ, ଗଣ୍ଡଳା ଗ୍ରାମର ଏହି ବନ୍ଧ ଦୀର୍ଘ ବର୍ଷ ଧରି ସାଧାରଣ ଲୋକଙ୍କ ବିଭିନ୍ନ ନିତ୍ୟ ଆବଶ୍ୟକତାରେ ଆସିଆସୁଛି। ଏହି ବନ୍ଧ ଉପରେ ଗ୍ରାମର ଅନେକ ପରିବାର ନିର୍ଭରଶୀଳ ଥିବା ବେଳେ ହଠାତ୍‌ ଏହାକୁ ନିଲାମ କରାଯିବା ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ଦୀର୍ଘ ବର୍ଷ ଧରି ବନ୍ଧଟିର କୌଣସି ନିଲାମୀ ହୋଇନଥିଲା। ତେବେ ଚଳିତ ବର୍ଷ ହଠାତ୍‌ ନିଲାମୀ କରାଯାଇଥିବାରୁ ଲୋକଙ୍କ ଦୈନ ଦିନ ଧରି ବ୍ୟବହୂତ କାର୍ଯ୍ୟରେ ଆସୁଥିବା ଏହି ଗାଁ ବନ୍ଧ ନିଲାମୀ କୁ ବାତିଲ କରିବା ପାଇଁ ଦାବି ହୋଇଛି। ଏହାସହ ଏହି ଘଟଣାରେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପ୍ରଭାବ କିମ୍ବା ନିର୍ଦ୍ଦେଶରେ ନିଲାମୀ କରାଯାଇଥିବା ନେଇ ଗ୍ରାମରେ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । କିଛି ବ୍ୟକ୍ତି ବିଶେଷ ଲାଭ ପାଇବା ଉଦ୍ଦେଶ୍ୟ ରେ ପଞ୍ଚାୟତରେ ଚାପ୍ ପକେଇ ଏହି ନିଲାମୀ ଡାକିଥିବା ନେଇ ସାଧାରଣ ରେ ଚର୍ଚ୍ଚା ହେଉଛି ।ଗ୍ରାମବାସୀମାନେ ଦାବିପତ୍ରରେ ଗାଁ ବନ୍ଧର ନିଲାମୀକୁ ବାତିଲ କରିବା ପାଇଁ ଦାବି କରିଛନ୍ତି। ଗ୍ରାମବାସୀଙ୍କ ମତରେ, ସର୍ବସାଧାରଣଙ୍କ ନିତ୍ୟ ବ୍ୟବହାରରେ ଥିବା ଏଭଳି ଜଳାଶୟ ସମ୍ପର୍କରେ କୌଣସି ନିଷ୍ପତ୍ତି ନେବାବେଳେ ସ୍ଥାନୀୟ ଲୋକଙ୍କ ହିତ ଏବଂ ସୁବିଧାକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ। ତେଣୁ ଗ୍ରାମବାସୀଙ୍କ ଦାବିକୁ ପ୍ରଶାସନ ଗୁରୁତ୍ୱର ସହ ବିଚାର କରି ତୁରନ୍ତ ଉଚିତ ପଦକ୍ଷେପ ନେଉ ବୋଲି ଦାବି ହୋଇଛି।

ଦାବିପତ୍ର ପ୍ରଦାନ ସମୟରେ ସୁଧାଂଶୁ ସାହୁ, ଦିଲୀପ ସେଠୀ, ଗୋପାଳକୃଷ୍ଣ ସାବତ, ରାମକୃଷ୍ଣ ପଣ୍ଡା ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।ଏବେ ପ୍ରଶ୍ନ ଉଠୁଛି—ଗ୍ରାମବାସୀଙ୍କ ଅଭିଯୋଗ ପରେ ଏହା ଉପରେ ପ୍ରଶାସନର ପଦକ୍ଷେପକୁ ଏବେ ଅପେକ୍ଷା କରିଛନ୍ତି ଗଣ୍ଡଳା ଗ୍ରାମବାସୀ।

ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0