ଗଞ୍ଜାମ ଜିଲ୍ଲା ଶେରଗଡ଼ରେ "ବିକାଶର ଧାରା ଓଡ଼ିଶା ସାରା" କାର୍ଯ୍ୟକ୍ରମର ଶୁଭାରମ୍ଭ: ୨୦ ହିତାଧିକାରୀଙ୍କୁ ବଣ୍ଟାଗଲା ରାସନ କାର୍ଡ
ଗଞ୍ଜାମ ଜିଲ୍ଲା ଶେରଗଡ଼ରେ "ବିକାଶର ଧାରା ଓଡ଼ିଶା ସାରା" କାର୍ଯ୍ୟକ୍ରମର ଶୁଭାରମ୍ଭ: ୨୦ ହିତାଧିକାରୀଙ୍କୁ ବଣ୍ଟାଗଲା ରାସନ କାର୍ଡ ।
ଶେରଗଡ଼ , ୨୫/୦୬୨୩ (ଜାଗୃତି ଖବର) : ରାଜ୍ୟରେ ନୂତନ ସରକାରଙ୍କ ଦୁଇ ବର୍ଷର ସଫଳ ଶାସନ ପୂର୍ତ୍ତି ଉପଲକ୍ଷେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ପ୍ରଶାସନ ପକ୍ଷରୁ ସରକାରଙ୍କ ସଫଳତାର ମହାପର୍ବ "ବିକାଶର ଧାରା ଓଡ଼ିଶା ସାରା" କାର୍ଯ୍ୟକ୍ରମର ଭବ୍ୟ ଶୁଭାରମ୍ଭ ହୋଇଯାଇଛି।
ଶେରଗଡ଼ ଏବିଡିଓ (ABDO) ନିରାକାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିକାରୀ ବିଭୁ ଚରଣ ସାହୁ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଭଗବାନ ବେହେରା ଏବଂ ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତରଞ୍ଜନ ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଯୋଗ୍ୟ ବିବେଚିତ ହୋଇଥିବା ୨୦ ଜଣ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ କରାଯାଇଥିଲା। ସର୍ବସାଧାରଣ କିଭଳି ବିଭିନ୍ନ ସରକାରୀ ଯୋଜନାର ସୁଫଳ ପାଇପାରିବେ, ସେ ନେଇ ବିଭିନ୍ନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଷ୍ଟଲ୍ ଖୋଲାଯିବା ସହ ରୁପେଲି ପରଦା ମାଧ୍ୟମରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଥିଲା।
ଗଞ୍ଜାମ ଜିଲ୍ଲା ଶେରଗଡ଼ ରୁ ବାପୁନି ସେଠୀଙ୍କ ରିପୋର୍ଟ ଜାଗୃତି ଖବର ।
What's Your Reaction?
Like
2
Dislike
0
Love
0
Funny
0
Angry
0
Sad
0
Wow
0