ବାତ୍ୟା ଅର୍ଣ୍ଣବକୁ ନେଇ ଧରାକୋଟ ବ୍ଲକ ପ୍ରଶାସନ ସଜାଗ,ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଉପଜିଲ୍ଲାପାଳ ।

Sep 23, 2026 - 22:56
 0  3
ବାତ୍ୟା ଅର୍ଣ୍ଣବକୁ ନେଇ ଧରାକୋଟ ବ୍ଲକ ପ୍ରଶାସନ ସଜାଗ,ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଉପଜିଲ୍ଲାପାଳ ।

ବାତ୍ୟା ଅର୍ଣ୍ଣବକୁ ନେଇ ଧରାକୋଟ ବ୍ଲକ ପ୍ରଶାସନ ସଜାଗ,ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଉପଜିଲ୍ଲାପାଳ ।

ଧରାକୋଟ, ସାବା,(ରିପୋର୍ଟ-ଶଙ୍କର ପାଣିଗ୍ରାହୀ) ୨୩/୦୯/୨୦୨୬: ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରଶାସନ ସଜାଗ ରହିଥିବା ବେଳେ ଲଗାଣ ବର୍ଷା ଯୋଗୁଁ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷାର ପ୍ରଭାବରେ କେତେକ ସ୍ଥାନରେ ଆଂଶିକ କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି। ଆଗକୁ କୌଣସି ବଡ଼ଧରଣର ଅଘଟଣ ନଘଟିବା ପାଇଁ ଧରାକୋଟ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି |ସାବା ପଞ୍ଚାୟତର ଉପାନ୍ତ ଅଞ୍ଚଳରେ ଥିବା ଭାଲିଆଗୁଡ଼ା ଗ୍ରାମର ୪୦ ପରିବାର, ନୂଆ ଭାଲିଆଗୁଡ଼ା ଗ୍ରାମର ୧୦୦ ପରିବାର ଏବଂ ନାକତିରି ଗ୍ରାମର ୪୦ ପରିବାରର ସମସ୍ତ ସଦସ୍ୟଙ୍କୁ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ବିଦ୍ୟାଳୟରେ ଅସ୍ଥାୟୀ ଭାବେ ଆଶ୍ରୟ ଦିଆଯାଇଛି। ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଛି। ସେହିପରି, ଭଗାପଦ୍ମପୁର ଗ୍ରାମର କୁଶ ଗମାଙ୍ଗଙ୍କ ଘର ଭାଙ୍ଗିଯିବାରୁ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଏହି ପରିସ୍ଥିତିରେ ଆଶ୍ରୟସ୍ଥଳୀଗୁଡ଼ିକରେ ଲୋକଙ୍କ ସୁରକ୍ଷା ଓ ଆବଶ୍ୟକ ବ୍ୟବସ୍ଥାର ତଦାରଖ ପାଇଁ ଗଞ୍ଜାମ ଉପଜିଲ୍ଲାପାଳଙ୍କ ସମେତ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି,ବିଡିଓ ତୃପ୍ତିମୟୀ ଜେନା,ଅତିରିକ୍ତ ବିଡିଓ ଭବାନୀଶଙ୍କର ପ୍ରଧାନ,ସହକାରୀ ଯନ୍ତ୍ରୀ ଜ୍ଞାନରଞ୍ଜନ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଅଧିକାରୀମାନେ ଆଶ୍ରୟସ୍ଥଳୀ ବୁଲି ଦେଖିବା ସହ ଆଶ୍ରୟ ନେଇଥିବା ଲୋକଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥାର ତଦାରଖ କରିଥିବା ଜଣାପଡ଼ିଛି। ଆଗାମୀ ଦୁଇ ଦିନ ଧରି ଲଗାଣ ବର୍ଷାର ପୂର୍ବାନୁମାନ ଥିବାରୁ ଧରାକୋଟ ଅଞ୍ଚଳରେ ପ୍ରଶାସନର ତତ୍ପରତା ଜାରି ରହିଛି। ଆଗାମୀ ଦିନରେ ପରିସ୍ଥିତି କିପରି ରହିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0