ଦଶାହ ଭୋଜି ପରେ ଝାଡ଼ାବାନ୍ତି, ଜଣେ ମୃତ; ୪ ଗୁରୁତର
ଦଶାହ ଭୋଜି ପରେ ଝାଡ଼ାବାନ୍ତି, ଜଣେ ମୃତ; ୪ ଗୁରୁତର
ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ଅନ୍ତର୍ଗତ ମାର୍ଥାପୁର ଗାଁରେ ଦଶାହ ଭୋଜି ଖାଇବା ପରେ ଝାଡ଼ାବାନ୍ତିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି। ମୃତକ ହେଲେ ସୁରେନ୍ଦ୍ର ମଲିକ। ଅସୁସ୍ଥମାନେ ହେଲେ ରଘୁନାଥ ମଲିକ, ରୁନି ମଲିକ, ଜାଇଲ ମଲିକ ଓ ଅନନ୍ତ ମଲିକ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।
ଘଟଣା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ମାର୍ଥାପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛି। ଭୋଜି ପରେ ଏକାଧିକ ଲୋକ ଅସୁସ୍ଥ ହୋଇଥିବାରୁ ଖାଦ୍ୟ କିମ୍ବା ପାଣିଜନିତ ଅସୁସ୍ଥତା ନେଇ ଆଶଙ୍କା କରାଯାଉଛି।
ଆଡପୋଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବାହାନ ଦାସଙ୍କ ସୂଚନା ଅନୁସାରେ, ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଯୋଗୁଁ ଏଭଳି ଘଟଣା ଘଟିଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି। ତେବେ ଆସନ୍ତାକାଲି ପୁନର୍ବାର ତଦନ୍ତ ପରେ ଅସୁସ୍ଥତାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।
ଏପଟେ ସୁରେନ୍ଦ୍ର ମଲିକଙ୍କ ଶବଦାହ ଚାଲିଥିବା ବେଳେ ମାର୍ଥାପୁର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସାନଖେମୁଣ୍ଡିରୁ ଅଶୋକ କୁମାର ସାହୁ, ଜାଗୃତି ଖବର।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0