ଗଞ୍ଜାମରେ ମାଷ୍ଟର ଟ୍ରେନରଙ୍କ ପାଇଁ ଜିଲ୍ଲାସ୍ତରୀୟ ତାଲିମ ଶିବିର ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ ।

Oct 10, 2026 - 10:35
 0  6

ଛତ୍ରପୁର, ୦୯/୧୦(ଜାଗୃତି ଖବର) : ଆସନ୍ତା ୨୦୨୭ ମସିହାରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲାର ମାଷ୍ଟର ଟ୍ରେନରମାନଙ୍କ ପାଇଁ ଆଜି ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୱାର୍ଡଭିତ୍ତିକ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଘରକୁ ଘର ସର୍ବେକ୍ଷଣର ପ୍ରକ୍ରିୟା ଓ ଏହାର ଗୁରୁତ୍ୱ ସମ୍ପର୍କରେ ତାଲିମ ଦିଆଯାଇଥିଲା।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ ଘରକୁ ଘର ସର୍ବେକ୍ଷଣ ମାଧ୍ୟମରେ ଭୋଟର ତାଲିକାକୁ ସ୍ୱଚ୍ଛ, ସଠିକ୍ ଓ ତ୍ରୁଟିମୁକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରତ୍ୟେକ ଯୋଗ୍ୟ ଭୋଟର ଯେପରି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିପାରିବେ, ତାହା ସୁନିଶ୍ଚିତ କରିବା ହିଁ ଏହି ସର୍ବେକ୍ଷଣର ମୂଳ ଉଦ୍ଦେଶ୍ୟ ବୋଲି ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା କହିଥିଲେ। ଅକ୍ଟୋବର ୨୬ ତାରିଖରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଘରକୁ ଘର ସର୍ବେକ୍ଷଣ କାର୍ଯ୍ୟକ୍ରମ ଚାଲିବ। ଏହି ସମୟ ମଧ୍ୟରେ ପ୍ରତ୍ୟେକ ଘରକୁ ଯାଇ ସଠିକ୍ ତଥ୍ୟ ସଂଗ୍ରହ କରିବା ସହ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରେ ସଠିକ୍ ଭାବେ ସ୍ଥାନିତ ହେବା ନିଶ୍ଚିତ କରିବାକୁ ସେ ମାଷ୍ଟର ଟ୍ରେନରମାନଙ୍କୁ ପରାମର୍ଶ ଦେଇଥିଲେ।

ତାଲିମ ଶିବିରରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନଙ୍କ ସମେତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ, ସହକାରୀ କମିଶନର, ମାଷ୍ଟର ଟ୍ରେନର ଓ ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇଥିଲେ।

ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0