ବାଲ୍ୟ ବିବାହ ନିଷେଧ ଆଇନ, ୨୦୦୬ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ।

Sep 17, 2026 - 22:21
 0  4
ବାଲ୍ୟ ବିବାହ ନିଷେଧ ଆଇନ, ୨୦୦୬ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ।

ବାଲ୍ୟ ବିବାହ ନିଷେଧ ଆଇନ, ୨୦୦୬ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ।

ଛତ୍ରପୁର, ୧୭/୦୯/୨୦୨୬ (ଜାଗୃତି ଖବର ) : ଛତ୍ରପୁର,ବାଲ୍ୟ ବିବାହ ନିଷେଧ ଆଇନ, ୨୦୦୬ର ସଠିକ୍ କାର୍ଯ୍ୟକାରିତା ଓ ବାଲ୍ୟ ବିବାହ ନିଷେଧ ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦର ରୁଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ନାୟକ ଅଧ୍ୟକ୍ଷତା କରି ବାଲ୍ୟ ବିବାହ ରୋକିବାରେ ବାଲ୍ୟ ବିବାହ ନିଷେଧ ଅଧିକାରୀମାନଙ୍କ ଭୂମିକା ଓ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ବାଲ୍ୟ ବିବାହ ସମ୍ପର୍କରେ ସୂଚନା ମିଳିବା ମାତ୍ରେ ସମନ୍ୱିତ ଭାବେ ତ୍ୱରିତ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ।

ୟୁନିସେଫ୍‌, ଭୁବନେଶ୍ୱରର ଶିଶୁ ସୁରକ୍ଷା ବିଭାଗର ରାଜ୍ୟ ପରାମର୍ଶଦାତା ଘାସିରାମ ପଣ୍ଡା ସମ୍ବଳ ବ୍ୟକ୍ତି ଭାବେ ଯୋଗଦେଇ ବାଲ୍ୟ ବିବାହର କାରଣ ଓ ପ୍ରଭାବ, ବାଲ୍ୟ ବିବାହ ନିଷେଧ ଆଇନର ବ୍ୟବସ୍ଥା, ପ୍ରତିରୋଧ, ଉଦ୍ଧାର ଓ ପୁନର୍ବାସ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ‘ବାଲ୍ୟ ବିବାହ ମୁକ୍ତ ଭାରତ’ ପୋର୍ଟାଲରେ ରିପୋର୍ଟିଂ ଓ ମନିଟରିଂ ସହ ଗଞ୍ଜାମ ପାଇଁ ସ୍ୱତନ୍ତ୍ର କାର୍ଯ୍ୟଯୋଜନା ପ୍ରସ୍ତୁତି ନେଇ ମଧ୍ୟ ଆଲୋଚନା ହୋଇଥିଲା।

ପ୍ରଶିକ୍ଷଣରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ୧୭୬ ଜଣ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ୪୦ ଜଣ ଛାତ୍ରାବାସ ଅଧୀକ୍ଷକ ଓ ମାଟ୍ରନ୍‌ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ୨୪ ଜଣ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟଲକ୍ଷ୍ମୀ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଟି. ସୁଶାନ୍ତ, ମହିଳା ସୁରକ୍ଷା ଅଧିକାରୀ ଡି. ନାଗୋରାନ୍ତମ ଓ କାର୍ଯ୍ୟକ୍ରମ ଅଧିକାରୀ ଏସ୍. ରାଜେଶ୍ୱରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ହିତଧାରୀ ଯୋଗଦେଇଥିଲେ। ଏହି ଅବସରରେ ମଧ୍ୟ ଏକ ଶପଥ ପାଠ କରାଯାଇଥିଲା।

ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0