ଯାନିବିଲି ମୁଖ୍ୟ କେନାଲରେ ଭାସିଯାଇ ବୃଦ୍ଧ ମୃତ, ଶବ ଉଦ୍ଧାର ।
ଯାନିବିଲି ମୁଖ୍ୟ କେନାଲରେ ଭାସିଯାଇ ବୃଦ୍ଧ ମୃତ, ଶବ ଉଦ୍ଧାର ।
ଗଞ୍ଜାମ, ଧରାକୋଟ (ରିପୋର୍ଟ– ଶଙ୍କର ପାଣିଗ୍ରାହୀ), ୦୮/୧୦/୨୦୨୬: ଧରାକୋଟ ପଞ୍ଚାୟତ ଅନ୍ତର୍ଗତ ଗଡଦାମୋଦରପଲ୍ଲୀ ଗ୍ରାମର ଦେବରାଜ ଗୌଡ଼ (୬୫), ପିତା କୃଷ୍ଣ ଗୌଡ଼, ଗୁରୁବାର ସକାଳ ପ୍ରାୟ ୧୦ଟା ସମୟରେ ଗାଁ ନିକଟରେ ବହିଯାଉଥିବା ଯାନିବିଲି ମୁଖ୍ୟ କେନାଲକୁ ଗାଧୋଇବା ପାଇଁ ଯାଇଥିଲେ। କଇଠବାଟିଆ ତୁଠରେ ଗାଧୋଉଥିବା ବେଳେ ଅସାବଧାନତାବଶତଃ ଗୋଡ଼ ଖସିଯିବାରୁ ସେ କେନାଲର ପ୍ରଖର ସ୍ରୋତରେ ଭାସିଯାଇଥିବା ଗ୍ରାମର ସୁନୀଲ ନାୟକ ଦେଖିଥିବା ଜଣାପଡ଼ିଛି।ସୁନୀଲଙ୍କଠାରୁ ସୂଚନା ପାଇବା ପରେ ପରିବାର ଲୋକେ ତୁରନ୍ତ ଧରାକୋଟ ଥାନା ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ଏହାପରେ ତହସିଲଦାର ଲମ୍ବୋଦର ମାରାଣ୍ଡିଙ୍କ ଉପସ୍ଥିତିରେ ଦମକଳ ବାହିନୀ ଓ ଗ୍ରାମବାସୀଙ୍କ ସହଯୋଗରେ କେନାଲରେ ଖୋଜାଖୋଜି ଆରମ୍ଭ ହୋଇଥିଲା। ତେବେ କେନାଲରେ ଅଧିକ ପାଣି ରହିବା ସହ ପ୍ରବାହ ତୀବ୍ର ଥିବାରୁ ପ୍ରଥମ ପର୍ଯ୍ୟାୟରେ ଉଦ୍ଧାର କାର୍ଯ୍ୟ ସଫଳ ହୋଇପାରିନଥିଲା।ପରେ ଯାନିବିଲି ନିକଟସ୍ଥ ଆନିକଟ ଗେଟ୍ ବନ୍ଦ କରାଯାଇ ପାଣିସ୍ତର ପ୍ରାୟ ୫ ଫୁଟ କମାଯାଇଥିଲା। ଏହାପରେ ଅପରାହ୍ନ ପ୍ରାୟ ୪ ଘଣ୍ଟା ସମୟରେ ତାଳପାଟଣା ବ୍ରିଜ୍ ନିକଟରୁ ଅକ୍ଲାନ୍ତ ପରିଶ୍ରମ କରି ଅଗ୍ନିଶମ କର୍ମଚାରୀମାନେ ଦେବରାଜଙ୍କ ଶବକୁ ଉଦ୍ଧାର କରିଥିଲେ। ଅଗ୍ନିଶମ କର୍ମଚାରୀ ଦିଲ୍ଲୀପ ନନ୍ଦଙ୍କ ତତ୍ତ୍ୱାବଧାନରେ ଉଦ୍ଧାରକାରୀ ଦଳର ସଦସ୍ୟମାନେ ଏହି କାର୍ଯ୍ୟରେ ସାମିଲ ହୋଇଥିଲେ।ଧରାକୋଟ ପୋଲିସ ଶବକୁ ଜବତ କରି ମାମଲା ନମ୍ବର ୧୪/୨୦୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡ଼ିଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0