ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ କମିଟିର ୪ ଦଫା ପ୍ରମୁଖ ଦାବି ।
ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ କମିଟିର ୪ ଦଫା ପ୍ରମୁଖ ଦାବି।
ଶିକ୍ଷକ ଓ କର୍ମଚାରୀଙ୍କ ୪ ଦଫା ଦାବି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର। ପେନ୍ସନ୍ଠାରୁ ଆରମ୍ଭ କରି ଅବସର ବୟସ ବୃଦ୍ଧି ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛି ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ କମିଟି।
ହିଞ୍ଜିଳିକାଟୁରେ ଶିକ୍ଷକ ଓ କର୍ମଚାରୀଙ୍କ ଦାବିକୁ ନେଇ ଜୋର ଧରିଛି ସ୍ୱର। ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ କମିଟି ପକ୍ଷରୁ ହିଞ୍ଜିଳିକାଟୁ ବିଡିଓ ସୁଶ୍ରୀ ସାଗରିକା ଷଡ଼ଙ୍ଗୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
କମିଟିର କହିବା କଥା, ବ୍ଲକ୍ ଗ୍ରାଣ୍ଟ ବ୍ୟବସ୍ଥା ବିଲୋପ ପରେ ପ୍ରଚଳିତ GIA-୨୦୧୭ ନୀତିରେ ସେବା ସର୍ତ୍ତ ଓ ପେନ୍ସନ୍ର ସ୍ପଷ୍ଟ ବ୍ୟବସ୍ଥା ନଥିବାରୁ ହଜାର ହଜାର ଶିକ୍ଷକ ଓ କର୍ମଚାରୀ ଅବସର ପରେ ଆର୍ଥିକ ଅନିଶ୍ଚିତତାରେ ଜୀବନ ବିତାଉଛନ୍ତି। ସେହିପରି ରାଜ୍ୟର ୧୯୪ଟି ଯୋଗ୍ୟ ଉଚ୍ଚ ବିଦ୍ୟାଳୟ ଏପର୍ଯ୍ୟନ୍ତ ସରକାରୀ ଅନୁଦାନରୁ ବଞ୍ଚିତ ଥିବାରୁ ଶିକ୍ଷକ ଓ ଛାତ୍ରଛାତ୍ରୀ ଉଭୟ ପ୍ରଭାବିତ ହେଉଥିବା ଅଭିଯୋଗ କରାଯାଇଛି।
ସ୍ମାରକପତ୍ରରେ ସମସ୍ତ ଯୋଗ୍ୟ ଶିକ୍ଷାନୁଷ୍ଠାନକୁ GIA ଅଧୀନକୁ ଆଣିବା, ପେନ୍ସନ୍ ଓ ସେବା ସର୍ତ୍ତ ଲାଗୁ କରିବା, ଖାଲି ପଡ଼ିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ, ଅବସର ବୟସକୁ ୬୨ ବର୍ଷକୁ ବୃଦ୍ଧି, ଗ୍ରେଡ୍ ପେ ଅସଙ୍ଗତି ଦୂର କରି ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି କଳ୍ପିତ ବେତନ ବୃଦ୍ଧି ଏବଂ ପୁରୁଣା ପେନ୍ସନ୍ ଯୋଜନା ବା OPS ଲାଗୁ କରିବାକୁ ଦାବି କରାଯାଇଛି।
ଶିକ୍ଷକ ଓ କର୍ମଚାରୀଙ୍କ ଦୀର୍ଘଦିନର ନ୍ୟାୟସଙ୍ଗତ ଦାବି ପ୍ରତି ସରକାର ତୁରନ୍ତ ପଦକ୍ଷେପ ନେଇ ସମାଧାନ କରିବେ ବୋଲି ସମନ୍ୱୟ କମିଟି ଆଶା ପ୍ରକାଶ କରିଛି।
ଗଞ୍ଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0