ଗଞ୍ଜାମ ଜିଲ୍ଲା 'ଆପ୍'ର ବିଶାଳ ସାଂଗଠନିକ ମିଶ୍ରଣ ପର୍ବ: ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ଅର୍ପଣ, ଯୁବଶକ୍ତିକୁ ଆଗକୁ ନେବାକୁ ଆହ୍ୱାନ ।

Oct 6, 2026 - 23:49
 0  6
ଗଞ୍ଜାମ ଜିଲ୍ଲା 'ଆପ୍'ର ବିଶାଳ ସାଂଗଠନିକ ମିଶ୍ରଣ ପର୍ବ: ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ଅର୍ପଣ, ଯୁବଶକ୍ତିକୁ ଆଗକୁ ନେବାକୁ ଆହ୍ୱାନ ।

ଗଞ୍ଜାମ ଜିଲ୍ଲା 'ଆପ୍'ର ବିଶାଳ ସାଂଗଠନିକ ମିଶ୍ରଣ ପର୍ବ: ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ଅର୍ପଣ, ଯୁବଶକ୍ତିକୁ ଆଗକୁ ନେବାକୁ ଆହ୍ୱାନ ।

ଗୋପାଳପୁର , ୦୬/୧୦ (ଜାଗୃତି ଖବର ) : ଗଞ୍ଜାମ ଜିଲ୍ଲା ଆମ୍ ଆଦମୀ ପାର୍ଟି (ଆପ୍) ପକ୍ଷରୁ ଗୋପାଳପୁରଠାରେ ଜିଲ୍ଲା ଯୁବ ସଭାପତିଙ୍କ କାର୍ଯ୍ୟାଳୟ ପରିସରରେ ଏକ ବୃହତ ଜିଲ୍ଲା ସ୍ତରୀୟ ସାଂଗଠନିକ ବୈଠକ, ନୂତନ ଦାୟିତ୍ୱ ବଣ୍ଟନ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଗଞ୍ଜାମ ଗସ୍ତ କାର୍ଯ୍ୟକ୍ରମ ରହିଥିବାରୁ, ଏହା ପୂର୍ବରୁ ଦଳକୁ ତୃଣମୂଳ ସ୍ତରରେ ଅଧିକ ସୁଦୃଢ଼ କରିବା ଏବଂ ଯୁବପିଢ଼ିଙ୍କୁ ଏକଜୁଟ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ବହୁ ଯୁବକ ଦଳରେ ସାମିଲ

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ନେତା ଓ କର୍ମୀ ଯୋଗ ଦେଇଥିଲେ। ଆମ୍ ଆଦମୀ ପାର୍ଟିର ସ୍ୱଚ୍ଛ ଶାସନ, ମୌଳିକ ଅଧିକାରର ସୁରକ୍ଷା ଓ ବିକାଶମୂଳକ ଚିନ୍ତାଧାରାରେ ଆକୃଷ୍ଟ ହୋଇ ବହୁ ଯୁବଗୋଷ୍ଠୀ ଦଳୀୟ ପତକା ଧରି ଆନୁଷ୍ଠାନିକ ଭାବେ 'ଆପ୍'ରେ ସାମିଲ ହୋଇଛନ୍ତି। ବିଶେଷ କରି ଚିକିଟି ନିର୍ବାଚନ ମଣ୍ଡଳୀର ଆପ୍ ଆଶାୟୀ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀନିବାସ ରେଡ୍ଡୀ (ଆନ୍ନା)ଙ୍କ ନେତୃତ୍ୱରେ ଚିକିଟି ଏବଂ ପାତ୍ରପୁର ଅଞ୍ଚଳର ବହୁ ପ୍ରଭାବଶାଳୀ ଯୁବକ ଦଳରେ ଯୋଗ ଦେଇଛନ୍ତି।

ନୂତନ ପଦାଧିକାରୀଙ୍କୁ ଦାୟିତ୍ୱ ଅର୍ପଣ

ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବିଭିନ୍ନ ନିର୍ବାଚନ ମଣ୍ଡଳୀ, ବ୍ଲକ ଓ ପଞ୍ଚାୟତ ସ୍ତରରେ ନୂତନ ଦାୟିତ୍ୱ ବଣ୍ଟନ କରାଯାଇଛି।

ସୁମନ ନାହାକ: ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ଯୁବ ସଭାପତି

ସାଇରାମ ଗୌଡ଼: ଗୋପାଳପୁର ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ରବି ସେଠୀ: ଚିକିଟି ବ୍ଲକ ଯୁବ ସଭାପତିରାଜକୁମାରସାହୁ: ପାତ୍ରପୁର ବ୍ଲକ ସଭାପତି

ରତିକାନ୍ତ ସାହୁ: ଜରଡ଼ା ସଭାପତି

ସିବା ଗୌଡ଼: ସାମନ୍ତରାପୁର ଅଞ୍ଚଳ ସଭାପତି

ଶ୍ରୀ ଭେଙ୍କେଟେଶ୍ୱର୍ ରାଓ: ଗୁଣ୍ଡୁରା ସଭାପତି

ହିମାଂଶୁ ପ୍ରଧାନ: ସାମନ୍ତରାପୁର ଉପ-ସଭାପତି

କବିରାଜ ପାତ୍ର: ମିଡିଆ ସେଲ୍ ସଂଯୋଜକ

ନେତୃବୃନ୍ଦଙ୍କ ପ୍ରତିକ୍ରିୟା

ଉକ୍ତ କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲା ଆପ୍‌ର ଯୁବ ସଭାପତି ତଥା ଆଡଭୋକେଟ ଶ୍ରୀଯୁକ୍ତ ନୀଳକଣ୍ଠ ରେଡ୍ଡୀ ସଫଳତାର ସହ ପରିଚାଳନା କରିଥିଲେ। ସେ କହିଛନ୍ତି ଯେ, "ଅନ୍ୟ ଦଳଗୁଡ଼ିକ କେବଳ ପାରମ୍ପରିକ ରାଜନୀତିରେ ବିଶ୍ୱାସ କରୁଥିବା ବେଳେ ଆମ୍ ଆଦମୀ ପାର୍ଟି ସ୍ୱଚ୍ଛ ଶାସନ, ନୈତିକତା ଓ ମୌଳିକ ଅଧିକାର ପାଇଁ ଲଢ଼େଇ କରୁଛି। ଯୁବପିଢ଼ିଙ୍କ ପାଇଁ ନିଜ ଅଞ୍ଚଳ ଓ ସମାଜ ସେବା କରିବାକୁ ଏହା ଏକ ଶ୍ରେଷ୍ଠ ମଞ୍ଚ।"

ସେହିପରି ବ୍ରହ୍ମପୁର ଲୋକସଭା ଇନ୍‌ଚାର୍ଜ ତଥା ବରିଷ୍ଠ ନେତା ଶ୍ରୀଯୁକ୍ତ ଆଦିତ୍ୟ ରଥ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନୂତନ କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଉତ୍ସାହିତ କରିଥିଲେ। ସେ ପ୍ରକାଶ କରିଥିଲେ ଯେ, "ଆମ ଆଦମୀ ପାର୍ଟି ସବୁବେଳେ ଯୁବପିଢ଼ିଙ୍କୁ ପ୍ରାଧାନ୍ୟ ଦେଇଆସିଛି। ଜନସାଧାରଣଙ୍କ ହକ୍ ଓ ମୌଳିକ ଅଧିକାର ପାଇଁ ସାହସର ସହ ଲଢ଼େଇ କରିବାକୁ ଦଳ ସବୁବେଳେ ଯୁବସମାଜ ସହ ଛିଡ଼ା ହୋଇରହିବ।"

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ଉପସଭାପତି ଶିବ ରେଡ୍ଡୀଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର, ଚିକିଟି ଏବଂ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ 'ଆପ୍' ଏକ ପ୍ରମୁଖ ବିକଳ୍ପ ରାଜନୈତିକ ଶକ୍ତି ଭାବେ ଉଭା ହେବ ବୋଲି ନେତୃବୃନ୍ଦ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଭୁବନେଶ୍ବର ରୁ କବିରାଜ ପାତ୍ର ଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0