ଅଧ୍ୟକ୍ଷ ପଦରେ ପଦୋନ୍ନତି ପରେ ବମନ ଶ୍ରୀନିବାସଙ୍କୁ ଭବ୍ୟ ସ୍ୱାଗତ

Grand Welcome to Baman Srinivas Following His Promotion as Principal

Jun 5, 2026 - 08:41
 0  3

ଶେରଗଡ଼, ଗଞ୍ଜାମ: ଶେରଗଡ଼ ବ୍ଲକ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁରୁଳାର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇ ଆସୁଥିବା ଶ୍ରୀ ବମନ ଶ୍ରୀନିବାସ ସରକାରଙ୍କ ମାଧ୍ୟମିକ ଶିକ୍ଷା ପରିଷଦର ପତ୍ର ସଂଖ୍ୟା ୧୪୩୪୯, ତାରିଖ ୦୨.୦୬.୨୦୨୬ ଅନୁଯାୟୀ ବିଦ୍ୟାଳୟର ସ୍ଥାୟୀ ଅଧ୍ୟକ୍ଷ ଭାବେ ପଦୋନ୍ନତି ଲାଭ କରିଛନ୍ତି।

ଏହି ଖବର ପ୍ରକାଶ ପାଇବା ପରେ ବିଦ୍ୟାଳୟର ଶୈକ୍ଷିକ ଓ ଅଣଶୈକ୍ଷିକ କର୍ମଚାରୀଙ୍କ ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ମିଷ୍ଟଭାଷୀ, ମେଳାପୀ, କର୍ତ୍ତବ୍ୟନିଷ୍ଠ ଓ ଛାତ୍ରଛାତ୍ରୀପ୍ରେମୀ ଶ୍ରୀ ଶ୍ରୀନିବାସଙ୍କ ନେତୃତ୍ୱ ବିଦ୍ୟାଳୟର ଉନ୍ନତିରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ସମସ୍ତେ ଆଶା ପ୍ରକାଶ କରିଛନ୍ତି।

ଶ୍ରୀ ଶ୍ରୀନିବାସ ୨୦୦୬ ମସିହାରେ ଶିକ୍ଷକ ଭାବେ କାର୍ଯ୍ୟଜୀବନ ଆରମ୍ଭ କରିଥିଲେ। ପରେ ୨୦୧୨ ମସିହାରେ ସ୍ଥାୟୀ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ। ୨୦୨୪ ମସିହାରେ ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ସ୍ତରକୁ ଉନ୍ନୀତ ହେବା ପରେ ସେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ସଫଳତାର ସହ ଦାୟିତ୍ୱ ନିର୍ବାହ କରି ଆସୁଥିଲେ। ତାଙ୍କ ନେତୃତ୍ୱରେ ବିଦ୍ୟାଳୟର ଶୈକ୍ଷିକ ପରିବେଶ, ପରିସରର ସୌନ୍ଦର୍ଯ୍ୟକରଣ ଏବଂ କର୍ମଚାରୀଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ଅଧିକ ସୁଦୃଢ଼ ହୋଇପାରିଛି।

ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଏକ ସ୍ୱାଗତ ଓ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା। ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ନବନିଯୁକ୍ତ ଅଧ୍ୟକ୍ଷଙ୍କୁ ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସମସ୍ତେ ତାଙ୍କର ଦୀର୍ଘାୟୁ, ସୁସ୍ୱାସ୍ଥ୍ୟ ଓ ଉତ୍ତରୋତ୍ତର ସଫଳତା କାମନା କରିବା ସହ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ରିପୋର୍ଟ: ଅଶୋକ କୁମାର ସାହୁ, ଜାଗୃତି ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0