ଅବସର ନେଲେ ପାଟପୁର କଲେଜ ଅଧ୍ୟକ୍ଷ, ଭାବବିହ୍ୱଳ ସମ୍ବର୍ଦ୍ଧନା

Jun 30, 2026 - 19:38
 0  64
ଅବସର ନେଲେ ପାଟପୁର କଲେଜ ଅଧ୍ୟକ୍ଷ, ଭାବବିହ୍ୱଳ ସମ୍ବର୍ଦ୍ଧନା
ଅବସର ନେଲେ ପାଟପୁର କଲେଜ ଅଧ୍ୟକ୍ଷ, ଭାବବିହ୍ୱଳ ସମ୍ବର୍ଦ୍ଧନା
ଅବସର ନେଲେ ପାଟପୁର କଲେଜ ଅଧ୍ୟକ୍ଷ, ଭାବବିହ୍ୱଳ ସମ୍ବର୍ଦ୍ଧନା

ଅବସର ନେଲେ ପାଟପୁର କଲେଜ ଅଧ୍ୟକ୍ଷ, ଭାବବିହ୍ୱଳ ସମ୍ବର୍ଦ୍ଧନା

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ବିଶ୍ୱାସ ରାୟ ବିଜ୍ଞାନ ମହାବିଦ୍ୟାଳୟ, ପାଟପୁରର ଅଧ୍ୟକ୍ଷ ମେଜର୍ ଡ. ଶଙ୍କର ପ୍ରସାଦ ଅଧିକାରୀଙ୍କ ଅବସରଗ୍ରହଣ ଅବସରରେ ମହାବିଦ୍ୟାଳୟ ପକ୍ଷରୁ ଏକ ସ୍ମରଣୀୟ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ତାଙ୍କର ଦୀର୍ଘଦିନର ନିଷ୍ଠାପୂର୍ଣ୍ଣ ଶିକ୍ଷାସେବା ଓ ପ୍ରଶାସନିକ କୌଶଳକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ।

ଏହି ସଭାରେ ନୂତନ ଅଧ୍ୟକ୍ଷ ଶ୍ରୀ ଅଶ୍ୱିନୀ କୁମାର ରଥ ସଭାପତିତ୍ୱ କରିଥିବାବେଳେ ଅଧ୍ୟାପକ ଡ. କୈଳାଶ ଚନ୍ଦ୍ର ସ୍ୱାଇଁ କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ। ଉପସ୍ଥିତ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଡ. ଅଧିକାରୀଙ୍କୁ ପୁଷ୍ପଗୁଚ୍ଛ, ଉପହାର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନ ଜଣାଇଥିଲେ।

ସଭାରେ ବିଶେଷ ଅତିଥି ଭାବେ ପାଟପୁର ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା, ଆସ୍କା ବିଜ୍ଞାନ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ, ଡ. ଅଭୟ କେଶରୀ ପଟ୍ଟନାୟକ ଓ ଡ. ନନ୍ଦିତା ଦାଶ ଯୋଗଦେଇ ତାଙ୍କର କାର୍ଯ୍ୟଦକ୍ଷତା ଓ ସରଳ ବ୍ୟକ୍ତିତ୍ୱକୁ ସ୍ମରଣ କରିଥିଲେ।

ନିଜ ଅନୁଭୂତି ବ୍ୟକ୍ତ କରି ଡ. ଅଧିକାରୀ କହିଥିଲେ ଯେ, ମହାବିଦ୍ୟାଳୟର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ସଫଳତା ହିଁ ତାଙ୍କ ଜୀବନର ସର୍ବୋତ୍କୃଷ୍ଟ ସଫଳତା। ଶେଷରେ ଅଧ୍ୟାପକ ତ୍ରିଲୋଚନ ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ।

ରିପୋର୍ଟ : ଅଶୋକ କୁମାର ସାହୁ (ସାନଖେମୁଣ୍ଡି )

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0