କୃଷି ଓ ଜଳବିଭାଜିକା ବିକାଶକୁ ଗୁରୁତ୍ୱ; ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ
କୃଷି ଓ ଜଳବିଭାଜିକା ବିକାଶକୁ ଗୁରୁତ୍ୱ; ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ
ସାନଖେମୁଣ୍ଡି : ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ଚାଲିଥିବା ଜଳସଂରକ୍ଷଣ, କୃଷି ଓ ଚାଷୀ କଲ୍ୟାଣମୂଳକ ପ୍ରକଳ୍ପଗୁଡ଼ିକର କ୍ଷେତ୍ରସ୍ତରୀୟ ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ଓ ଅଗ୍ରଗତି ନେଇ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।
ଗସ୍ତ ଅବସରରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ନିର୍ମିତ କ୍ଷେତ ପୋଖରୀ, ସେଚ କୂପ, ବନ୍ଧ ହୁଡାରେ କରାଯାଇଥିବା ନଡ଼ିଆ ବୃକ୍ଷରୋପଣ ସମେତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ସେ ପରିଦର୍ଶନ କରିଥିଲେ। ଏହାସହ ‘ଏକ ପେଡ଼ ମା’ କେ ନାମ’ ଅଭିଯାନରେ ସାମିଲ ହୋଇ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ।
ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକରେ ଜିଇଏଫ୍–୭ ଏବଂ ପ୍ରଧାନମନ୍ତ୍ରୀ କ୍ଷେତ ସୁରକ୍ଷା ଯୋଜନା–୨.୦ ଅଧୀନରେ ନିର୍ମିତ ଜଳ ଅମଳ ପ୍ରକଳ୍ପ ଓ କଙ୍କ୍ରିଟ ଆଡ଼ିବନ୍ଧର କାର୍ଯ୍ୟକାରିତା ମଧ୍ୟ ସେ ଅନୁଧ୍ୟାନ କରିଥିଲେ। ସେହିପରି ସିଧାସଳଖ ଧାନ ବୁଣା ପ୍ରଣାଳୀରେ କରାଯାଇଥିବା ଚାଷ କ୍ଷେତ ପରିଦର୍ଶନ କରି ଚାଷୀମାନଙ୍କ ସହ ମତବିନିମୟ କରିବା ସହ ଆଧୁନିକ କୃଷି ପଦ୍ଧତି ଅବଲମ୍ବନ କରି ଉତ୍ପାଦନ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ।
ପରବର୍ତ୍ତୀ ସମୟରେ ସାନଖେମୁଣ୍ଡି ବ୍ଲକର ଜୁରା ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ସମୀକ୍ଷା ବୈଠକରେ ନିର୍ଦ୍ଦେଶକ ଶ୍ରୀ ପଣ୍ଡା ଅଗ୍ରଣୀ ମହିଳା ଚାଷୀମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ସରକାରଙ୍କ କୃଷକ କଲ୍ୟାଣମୂଳକ ଯୋଜନାଗୁଡ଼ିକ ଯେପରି ସଫଳତାର ସହ ତୃଣମୂଳ ସ୍ତରରେ ପହଞ୍ଚିବ, ସେଥିପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ସକ୍ରିୟ ଓ ଦାୟିତ୍ୱବାନ ଭାବେ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ଏହି ଗସ୍ତରେ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ କୁମାର ପଟ୍ଟନାୟକ, ସହକାରୀ ନିର୍ଦ୍ଦେଶିକା ଇପ୍ସିତା ମିଶ୍ର, ସ୍ୱୟଂପ୍ରଭା ଦାସ, ଜ୍ୟୋତି ରଞ୍ଜନ ସ୍ୱାଇଁଙ୍କ ସମେତ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ସାନଖେମୁଣ୍ଡି ରୁ ଅଶୋକ କୁମାର ସାହୁ ଙ୍କ ରିପୋର୍ଟ ଜାଗୃତି ଖବର
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0